Excuse Me Odisha

ଯାହା କହିବୁ ସତ କହିବୁ

ଦେବୀ ଲକ୍ଷ୍ମୀ ସ୍ଵୟଂ କହିଛନ୍ତି, ଏହି ସ୍ଥାନରେ ଝାଡୁ ରଖିବା ଦ୍ଵାରା ରାତାରାତି ହୋଇଯିବେ ଧନବାନ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଘରେ ରହିଥାଏ ଝାଡୁ ଆର୍ଥିକ ରୂପରେ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଝାଡୁ କୌଣସି ବ୍ୟକ୍ତିକୁ ଦରିଦ୍ର କରିବା ସହିତ ଧନବାନ ମଧ୍ୟ କରି ଦେଇଥାଏ।ଆମ ସାତ୍ରରେ ଶୁଭ ଓ ଅଶୁଭ ଘଟଣା ଝାଡୁ ସହିତ ଜଡ଼ିତ ରହିଛି। ଶାସ୍ତ୍ରରେ ଭାଙ୍ଗି ଯାଇଥିବା ବା ଖରାପ ହୋଇ ଯାଇଥିବା ଝାଡ଼ୁକୁ ଅଲକ୍ଷ୍ମୀ ସହିତ ଯୋଡା ଯାଇଥାଏ। ଯଦି ଆପଣଙ୍କ ଜୀବନ ସମସ୍ୟାରେ ଭରି ରହିଛି ବା ଆର୍ଥିକ ସଙ୍କଟର ମୁକାବିଲା କରିବାକୁ ପଡୁଛି, ତାହେଲେ ଆପଣଙ୍କୁ କିଛି ବିଶେଷ କଥା ଉପରେ ଧ୍ୟାନ ରଖିବାର ଆବଶ୍ୟକତା ରହିଛି।

ଭୁଲ ସମୟରେ ବ୍ୟବହାର କରାଯାଉଥିବା ଝାଡୁ ଘର ପାଇଁ ଦାରିଦ୍ର୍ୟତା ଆଣିଥାଏ। ଝାଡୁକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ। ଆମ ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହା ପରିବାର ପାଇଁ ଅଶୁଭ ସାବ୍ୟସ୍ତ ହୋଇଥାଏ। ସପ୍ତାହର ସାତ ଦିନ ମଧ୍ୟରେ ସୋମବାର, ବୁଧବାର, ଗୁରୁବାର ଓ ଶୁକ୍ରବାର ହେଉଛି ସୌମ୍ୟବାର। ଏହିଦିନ ଆପଣ କଦାପି ଝାଡୁ କ୍ରୟ କରନ୍ତୁ ନାହିଁ। ଅନ୍ୟ ବାର ଗୁଡିକରେ ଆପଣ ଝାଡୁ କ୍ରୟ କରି ପାରିବେ।

ମାନ୍ୟତା ରହିଛି କି, ଦୀପାବଳି ପର୍ବରେ ଝାଡୁ କିଣିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ। ଶନିବାର ଦିନ ଆପଣ ନୂଆ ଝାଡୁ ବ୍ୟବହାର କରନ୍ତୁ, ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଘରେ ଝାଡୁକୁ ଐଶାନ୍ୟ କୋଣରେ କେବେବି ରଖିବା ଉଚିତ ନୁହେଁ। ଘରର ନେତୃତ୍ୱ କୋଣରେ ଝାଡୁ ରଖିବା ଦ୍ଵାରା ଘରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏହାଦ୍ବାରା ଘରେ କେବେବି ଆର୍ଥିକ ଅଭାବ ଦେଖା ଦିଏ ନାହିଁ। ଘରେ ଝାଡୁ ଲଗାଇବାର ସମୟ ହେଉଛି ଦିନର ଚାରି ପ୍ରହର। ରାତି ସମୟରେ କେବେବି ଝାଡୁ ଲଗାଇବା ଉଚିତ ନୁହେଁ। ଏହା ନକାରାତ୍ମକ ଶକ୍ତିକୁ ନିମନ୍ତ୍ରଣ କରିଥାଏ।

କେବେବି ଘରର ଦୁଆର ମୁହଁ ସାମ୍ନାରେ ଝାଡୁ ରଖିବା ଉଚିତ ନୁହେଁ। ଘରୁ ବାହାରକୁ ପ୍ରସ୍ଥାନ କରୁଥିବା ସାୟାରେ ଝାଡୁ ଦେଖି ଗଲେ , ଅଶୁଭ ହୋଇଥାଏ। ଘରେ ଝାଡ଼ୁକୁ ଏଭଳି ସ୍ଥାନରେ ରଖିବେ, ଯେପରି ଅନ୍ୟମାନଙ୍କର ନଜର ପଡ଼ିବ ନାହିଁ। ଯଦି କୌଣସି ପିଲା ଅଚାନକ ଝାଡୁ ମାରିବାକୁ ଲାଗେ, ତାହେଲେ ଘରକୁ ଅତିଥିଙ୍କ ଆସିବାର ସଂକେତ ମିଳିଥାଏ। ଝାଡୁ ଦେହରେ ଗୋଡ଼ ବାଜିଗଲା ପରେ ପ୍ରଣାମ କରିବା ଆବଶ୍ୟକ, ନଚେତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *