Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଘରକୁ ଆଣନ୍ତୁ ଏହି ଖାସ ଜିନିଷ, ରାତାରାତି ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରି ପର୍ବ ଦେବୀ ପାର୍ବତୀଙ୍କୁ ସମର୍ପିତ ଅଟେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଏହି ଚୈତ୍ର ନବରାତ୍ରିରେ ଯଦି ଆପଣ ଗୋଟେ ଖାସ ଜିନିଷ ଘରକୁ ଆଣନ୍ତି, ତାହେଲେ ଦେବୀ ଦୁର୍ଗା ଆପଣଙ୍କ ଘରେ ସ୍ଥାୟୀ ବାସ କରିବେ। ଏହାସହିତ ଦେବୀଙ୍କ କୃପାରୁ ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ ଏବଂ ଜୀବନର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ।

ଏବର୍ଷ ଚୈତ୍ର ନବରାତ୍ରିର ଆରମ୍ଭ ମାର୍ଚ୍ଚ ୨୨ ତାରିଖ ଠାରୁ ଆରମ୍ଭ ହୋଇ ୩୦ ତାରିଖରେ ସମାପ୍ତ ହେବ। ନବରାତ୍ରିରେ ଦେବୀ ପୃଥିବୀ ପୃଷ୍ଠକୁ ଆସି ଭ୍ରମଣ କରିଥାନ୍ତି। ଏହିସମୟରେ ଦେବୀଙ୍କର ଶ୍ରଦ୍ଧାର ସହିତ ପୂଜାର୍ଚ୍ଚନା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ନବରାତ୍ରିରେ କିଛି ଖାସ ଜିନିଷ ଘରକୁ ଆଣିଲେ ଶୁଭ ହୋଇଥାଏ। ଏହାଦ୍ବାରା ଦେବୀ ଦୁର୍ଗାଙ୍କ କୃପାରୁ ଘରେ ସୁଖ ସମୃଦ୍ଧି ବଜାୟ ରହିବ ଏବଂ ଆର୍ଥିକ ସଙ୍କଟ ସବୁ ଦୂର ହୋଇଯିବ।

ତେବେ ଆସନ୍ତୁ ଜାଣିବା ନବରାତ୍ରି ସମୟରେ କେଉଁ ଜିନିଷ ଘରକୁ ଆଣିବା ଦ୍ଵାରା ଦେବୀ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି। ନବରାତ୍ରିରେ ଦେବୀ ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରାଯାଇଥାଏ। ଷୋହଳ ଶୃଙ୍ଗାର ମଧ୍ୟରୁ ଲାଲ ଓଢ଼ଣୀ, ଚୁନରୀ, ବିନ୍ଦି, ସିନ୍ଦୂର, ଅଳତା, ମେହେନ୍ଦି, କାଜଲ, ମଙ୍ଗଳସୂତ୍ର, କାନଫୁଲ ଇତ୍ୟାଦି ଦେବୀ ଦୁର୍ଗାଙ୍କୁ ଅର୍ପଣ କରାଯାଇଥାଏ। ଧ୍ୟାନ ରଖନ୍ତୁ ଯେଉଁ ମହିଳା ଦେବୀ ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର କରାଉଛନ୍ତି, ସେ ନିଜେ ମଧ୍ୟ ଶୃଙ୍ଗାର ହୋଇଥିବା ଆବଶ୍ୟକ। ଏହଦେର ଦେବୀ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି।

ନବରାତ୍ରି ସମୟରେ ଘରକୁ ସୁନା ଓ ରୁପାର ମୁଦ୍ରା ଆଣନ୍ତୁ। ଏହାକୁ ନବରାତ୍ରିରେ ନଅ ଦିନ ପର୍ଯ୍ୟନ୍ତ ଦେବୀଙ୍କ ଖଟୁଲି ପାଖରେ ରଖି ପୂଜାର୍ଚ୍ଚନା କରନ୍ତୁ। ନଅ ଦିନ ପରେ ଆପଣ ଏହାକୁ ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ନବରାତ୍ରି ସମୟରେ ଆପଣ ଘରକୁ ପଦ୍ମ ଫୁଲ ଆଣି ଦେବୀ ଲକ୍ଷ୍ମୀ ଓ ଦେବୀ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ। କହିବାକୁ ଗଲେ ପ୍ରତ୍ୟେକ ଦେବୀଙ୍କୁ ପଦ୍ମ ଫୁଲ ପ୍ରିୟ ହୋଇଥାଏ। ଯଦି ଆପଣ ପଦ୍ମ ଫୁଲ ଆଣି ପାରୁ ନାହାଁନ୍ତି, ତାହେଲେ ନବରାତ୍ରିରେ ପଦ୍ମ ଫୁଲର ଫଟୋ ଆଣି ଘରର ଉତ୍ତର ଦିଗ କାନ୍ଥରେ ଲଗାଇ ଦିଅନ୍ତୁ।

ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ଓ ଦେବୀ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ଧନଧାନ୍ୟ ବୃଦ୍ଧି ହୋଇଥାଏ। ନବରାତ୍ରି ସମୟରେ ଦକ୍ଷିଣାବର୍ତ୍ତି ଶଙ୍ଖ ଘରକୁ ଆଣିବା ଉଚିତ। ଏହାଦ୍ବାରା ଘରୁ ଦୁଃଖକଷ୍ଟ ଓ ଦାରିଦ୍ର୍ୟତା ଦୂର ହୋଇ ଯାଇଥାଏ। ନବରାତ୍ରିରେ ସାତ ଗୋଟି କଉଡ଼ି ଆଣନ୍ତୁ। ସେଗୁଡିକୁ ହଳଦୀ ଲଗାଇ ଦେବୀଙ୍କ ଚଉକିରେ ରଖି ଦିଅନ୍ତୁ। ମାନ୍ୟତା ରହିଛି କି କଉଡ଼ି ମଧ୍ୟରେ ଧନ ଆକର୍ଷିତ କରିବାର ଶକ୍ତି ରହିଥାଏ ଏବଂ ନକାରାତ୍ମକ ଶକ୍ତିକୁ ଦୂର କରିବାର ଶକ୍ତି ମଧ୍ୟ ରହିଛି। ଆପଣ ଏହି କଉଡ଼ିକୁ ପୂଜାର୍ଚ୍ଚନା କରି ଗୋଟେ ଲାଲ କପଡ଼ାରେ ବାନ୍ଧି ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଦେଖିବେ ଆପଣଙ୍କୁ କେବେବି ଅର୍ଥ ସଂକଟର ମୁକାବିଲା କରିବାକୁ ପଡ଼ିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *