Excuse Me Odisha

ଯାହା କହିବୁ ସତ କହିବୁ

କରନ୍ତୁ ଏହି ଖାସ ଉପାୟ, ଗୋଟେ ଘଣ୍ଟା ମଧ୍ୟରେ ଫଳାଫଳ ମିଳିଯିବ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରାୟତଃ ସମସ୍ତଙ୍କୁ ରିନା ନେବାକୁ ଭଲ ଲାଗି ନଥାଏ। କୌଣସି ବ୍ୟକ୍ତିଙ୍କ ପାଖରୁ ଋଣ ନେଲେ, ସାରା ଜୀବନ ଋଣ ପରିଶୋଧ କରିବାରେ ଲାଗି ଯାଇଥାଏ। ଋଣରେ ବୁଡ଼ି ରହିଥିବା ବ୍ୟକ୍ତି ସର୍ବଦା ଚିନ୍ତାରେ ବୁଡି ଯାଇଥାଏ। ରିନା ନେଇଥିବା ବ୍ୟକ୍ତି ନିଜ ପରିବାର ପାଇଁ ସଙ୍କଟ ବନି ଯାଇଥାଏ। ତେଣୁ ଋଣ ନେବା ସମୟରେ କିଛି ଖାସ କଥା ଉପରେ ବିଶେଷ ରୂପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

କେବେବି ଆପଣ ମଙ୍ଗଳବାର ଓ ଶନିବାର ଦିନ ଋଣ ନିଅନ୍ତୁ ନାହିଁ।କାରଣ ଏହି ଋଣ ପରିଶୋଧ କରିବା ପାଇଁ ଅନେକ ସଂକଟର ମୁକାବିଲା କରିବାକୁ ପଡିପାରେ। ଚରଲଗ୍ନରେ କେବେବି ଋଣ ନେବା ଉଚିତ ନୁହେଁ। ଋଣ ନେବା ସମୟରେ ଚରଲଗ୍ନରେ ପଞ୍ଚମ ଓ ନବମ ସ୍ଥାନରେ ଶୁଭ ଗ୍ରହ ଓ ଅଷ୍ଟମ ସ୍ଥାନରେ କୌଣସି ଗ୍ରହ ରହିବା ଉଚିତ ନୁହେଁ। ନଚେତ ଋଣ ଭାର ବଢ଼ି ଚାଲିଥାଏ। ଋଣ ନେବା ସମୟରେ କଳା ପେନରେ ହସ୍ତାକ୍ଷର କରନ୍ତୁ ନାହିଁ, ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।

ଯଦି ଆପଣଙ୍କୁ ଅଧିକ ଆବଶ୍ୟକତା ରହିଛି, ତାହେଲେ ସୋମବାର,ବୁଧବାର ଓ ଶୁକ୍ରବାର ଦିନ ଋଣ ନିଅନ୍ତୁ। ଏହି ଦିନ ଗୁଡ଼ିକରେ ନିଆଯାଇଥିବା ଋଣ ଖୁବ୍ ଶୀଘ୍ର ପରିଶୋଧ ହୋଇ ଯାଇଥାଏ। ସ୍କନ୍ଧ ପୁରାଣ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ପ୍ରଥମଥର ପାଇଁ ପାନ ପତ୍ର ବ୍ୟବହାର କରାଯାଇଥିଲା। ସେବେଠାରୁ ଏହି ପତ୍ର ପ୍ରତ୍ୟେକ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଉଛି। ପାନପତ୍ର ପ୍ରତ୍ୟେକ ମାଙ୍ଗଳିକ ଅନୁଷ୍ଠାନ ଓ ପୂଜାପାଠର ବ୍ୟବହାର ହୋଇଥାଏ। ଏହା ଅର୍ଥର ସମସ୍ୟାକୁ ମଧ୍ୟ ଦୂର କରିଥାଏ।

ଆପଣ ନିଜର ଋଣ ଭାରରୁ ମୁକ୍ତି ପାଇବା ପାଇଁ ଏହି ପାନ ପତ୍ରକୁ ପ୍ରୟୋଗ କରି ଖାସ ଉପାୟ କରି ପାରିବେ। ଗୋଟେ ତାଜା ଓ ସବୁଜ ପାନ ପତ୍ର ନିଅନ୍ତୁ। ସେଥିରେ ଦୁଇଟି ଲବଙ୍ଗ ଓ ଦୁଇଟି ଅଳେଇଚ ରଖି ଏହାକୁ ମୋଡ଼ି ଦିଅନ୍ତୁ। ତାପରେ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ପରିଷ୍କାର ବସ୍ତ୍ର ପରିଧାନ କରି ପ୍ରଭୁ ହନୁମାନଙ୍କ ମନ୍ଦିର ଯାଇ ଏହି ପାନକୁ ଅର୍ପଣ କରନ୍ତୁ। ତିନି ମାସ ପର୍ଯ୍ୟନ୍ତ ଏହି ଉପାୟ ଲଗାତାର ଭାବରେ କରନ୍ତୁ। ଏହି ତିନି ମାସ ପର୍ଯ୍ୟନ୍ତ ଆପଣ ଆମିଷ ସେବନ କରନ୍ତୁ ନାହିଁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଋଣ ଭାର କମି ଯିବ ଏବଂ ଆପଣଙ୍କ ଆମଦାନୀ ବୃଦ୍ଧି ହେବ।

ଆଉ ଏକ ଉପାୟ ଆପଣ ନବରାତ୍ରି ସମୟରେ କରି ପାରିବେ। ଯଦି ଆପଣ ଋଣ ଭାରରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ନବରାତ୍ରି ସମୟରେ ପ୍ରତ୍ୟେକଦିନ ଗୋଟେ ପାନପତ୍ରରେ ହ୍ରିଂ ଲେଖି ଦେବୀ ଦୁର୍ଗାଙ୍କୁ ସମର୍ପିତ କରି ଦିଅନ୍ତୁ। ତାପରେ ନବମୀ ଦିନ ଆପଣ ସେହି ପାନପତ୍ରକୁ ଧନଭଣ୍ଡାର ଘରେ ରଖି ଦିଅନ୍ତୁ, ଦେଖିବେ ଆପଣଙ୍କୁ ଋଣରୁ ମୁକ୍ତି ମିଳିଯିବ। ଆପଣ ସନ୍ଧ୍ୟା ସମୟରେ ପ୍ରଭୁ ହନୁମାନଙ୍କ ପାଖରେ ଦୀପ ପ୍ରଜ୍ବଳନ କରି ହନୁମାନ ଚାଳିଶା ପାଠ କରନ୍ତୁ। ଏହି ଉପାୟ ଆପଣ ୧୧ଟି ମଙ୍ଗଳବାର ପର୍ଯ୍ୟନ୍ତ କରିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *