Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଘରକୁ ଆଣନ୍ତୁ ଏହି ଖାସ ଜିନିଷ, ରାତାରାତି ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରି ପର୍ବ ଦେବୀ ଦୁର୍ଗାଙ୍କୁ ସମର୍ପିତ ଅଟେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏହି ନବରାତ୍ରି ସମୟରେ ଆପଣ ଏହି ଗୋଟେ ଜିନିଷ ଘରକୁ ଆଣିଲେ, ଦେବୀ ଦୁର୍ଗା ପ୍ରସନ୍ନ ହୋଇ ଆପଣଙ୍କ ଘରକୁ ପ୍ରବେଶ କରିବେ। ଦେବୀ ଦୁର୍ଗାଙ୍କ କୃପାରୁ ଆପଣଙ୍କ ଜୀବନରେ ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ। ଦେବୀ ଦୁର୍ଗାଙ୍କର କୃପା ଲାଭ କରିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ପୂଜାପାଠ ଓ ଉପାୟ କରିଥାନ୍ତି। ଶାସ୍ତ୍ରରେ କୁହାଯାଇଛି କି କେଉଁ ଖାସ ଜିନିଷ ଗୁଡ଼ିକ ଦେବୀ ଦୁର୍ଗାଙ୍କୁ ପସନ୍ଦ ହୋଇଥାଏ।

ଏହି ଉପାୟ ପ୍ରୟୋଗ କରିବା ଦ୍ୱାରା ଦେବୀ ଦୁର୍ଗାଙ୍କ କୃପାରୁ ଆପଣଙ୍କ ଘର ଧନଧାନ୍ୟ ଓ ସୁଖ ସମୃଦ୍ଧିରେ ଭରି ଯିବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ତେବେ ଆସନ୍ତୁ ଜାଣିବା ନବରାତ୍ରି ସମୟରେ କେଉଁ ଜିନିଷ ଘରକୁ ଆଣିବା ଦ୍ଵାରା ଦେବୀ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି। ନବରାତ୍ରିରେ ଦେବୀ ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରାଯାଇଥାଏ। ଷୋହଳ ଶୃଙ୍ଗାର ମଧ୍ୟରୁ ଲାଲ ଓଢ଼ନି, ଚୁନରୀ, ବିନ୍ଦି, ଅନ୍ତ ବିଛା, ସିନ୍ଦୂର, ଅଳତା, ମେହେନ୍ଦି, କାଜଲ, ମଙ୍ଗଳସୂତ୍ର, କାନଫୁଲ ଇତ୍ୟାଦି ଦେବୀ ଦୁର୍ଗାଙ୍କୁ ଅର୍ପଣ କରାଯାଇଥାଏ।

ନବରାତ୍ରି ଆରମ୍ଭ ହେବା ଦିନ ଗୋଟେ ଖଟୁଲି ନିଅନ୍ତୁ ଏବଂ ତା ଉପରେ ଲାଲ ବା ହଳଦିଆ ରଙ୍ଗର କପଡ଼ା ବିଛାଇ ଦିଅନ୍ତୁ। ଦେବୀ ଦୁର୍ଗାଙ୍କର ଫଟୋ ବା ମୂର୍ତ୍ତି ସ୍ଥାପିତ କରନ୍ତୁ। ତାପରେ ଦେବୀଙ୍କୁ ଟୀକା ଲଗାନ୍ତୁ। ତାପରେ ଦେବୀ ମାଆଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରନ୍ତୁ।ଧ୍ୟାନ ରଖିବେ ଯେଉଁ ମହିଳା ଦେବୀଙ୍କୁ ଶୃଙ୍ଗାର କରୁଛନ୍ତି, ସେ ମଧ୍ୟ ଷୋହଳ ଶୃଙ୍ଗାର ପିନ୍ଧିଥିବା ଆବଶ୍ୟକ। ଏହାଦ୍ବାରା ଦେବୀ ଦୁର୍ଗା ଅଖଣ୍ଡ ସୌଭାଗ୍ୟବତୀ ହେବାର ବରଦାନ ଦେଇଥାନ୍ତି।

ନବରାତ୍ରି ସରିବା ପରେ ସୋନା ଦେବୀଙ୍କ ଷୋହଳ ଶୃଙ୍ଗାର କୌଣସି ବିବାହିତା ବ୍ରାହ୍ମଣୀଙ୍କୁ ଦାନ କରି ଦିଅନ୍ତୁ। ନବରାତ୍ରି ସମୟରେ ଘରକୁ ସୁନା ବା ରୂପାର ମୁଦ୍ରା ଆଣିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ନବରାତ୍ରିରେ ଆପଣ ସୁନା ଓ ରୁପାର ମୁଦ୍ରା ଆଣି ଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରନ୍ତୁ। ନବରାତ୍ରି ସରିବା ପରେ ଆପଣ ଏହି ମୁଦ୍ରାକୁ ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ପଦ୍ମ ଫୁଲ ଦେବୀ ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ନବରାତ୍ରି ସମୟରେ ସୋନା ଘରକୁ ପଦ୍ମ ଫୁଲ ଆଣି ଦେବୀ ଲକ୍ଷ୍ମୀ ଓ ଦେବୀ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ।

ଯଦି ପଦ୍ମ ଫୁଲ ଆଣି ପାରୁ ନାହାଁନ୍ତି, ତାହେଲେ ନବରାତ୍ରିରେ ପଦ୍ମ ଫୁଲର ଫଟୋ ଆଣି ହିଆରର ଉତ୍ତର ଦିଗ କାନ୍ଥରେ ଲଗାଇ ଦିଅନ୍ତୁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ଧନଧାନ୍ୟ ବୃଦ୍ଧି ହୋଇଥାଏ। ନବରାତ୍ରି ସମୟରେ ଦକ୍ଷିଣବର୍ତ୍ତି ଶଙ୍ଖ ଆଣି ରଖିବା ଉଚିତ। ଏହାସହିତ ଦେବୀଙ୍କ ପୂଜାର୍ଚ୍ଚନାରେ କଉଡ଼ି ମଧ୍ୟ ବ୍ୟବହାର ହୋଇଥାଏ। ଏହି କଉଡ଼ିକୁ ନଅ ଦିନ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରିବା ପରେ ଗୋଟେ ଲାଲ କପଡ଼ାରେ ବାନ୍ଧି ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ନବରାତ୍ରି ସମୟରେ ଜଳରେ ଅଳ୍ପ କ୍ଷୀର ମିଶାଇ କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇ ସବୁଦିନ ପାଇଁ ଘରେ ବାସ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *