Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରି ସମୟରେ ଏହି ତିନୋଟି ମୂର୍ତ୍ତିକୁ ପୂଜା କଲେ, ଘର ହୋଇ ଯାଇଥାଏ ବର୍ବାଦ ଓ ଦେବୀ ଲକ୍ଷ୍ମୀ ଘରୁ ପଳାଇ ଯାଇଥାନ୍ତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଅଧିକାଂଶ ଲୋକେ ଭଗବାନଙ୍କ ପାଇଁ ବାର ବ୍ରତ, ଉପବାସ ଓ ସଠିକ ବିଧିରେ କଲେ ମଧ୍ୟ ତାଙ୍କୁ ଆଶାନୁରୂପ ସଫଳତା ମିଳି ନଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କିଛି ଏଭଳି ଖାସ କଥା ଯାହା ଆପଣଙ୍କୁ ଠାକୁର ପୂଜା କରିବା ସମୟରେ କରିବା ଆବଶ୍ୟକ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଠାକୁର ମନ୍ଦିର ଐଶାନ୍ୟ କୋଣରେ ରହିବା ଉଚିତ। ଠାକୁର ପୂଜା କରିବା ସମୟରେ ସ୍ନାନ ଓ ଅନ୍ୟ ନିତ୍ୟ କର୍ମ ସାରି ଦେବା ଆବଶ୍ୟକ। ସକାଳ ଓ ସଞ୍ଜରେ ଠାକୁରଙ୍କ ପାଖରେ ଘିଅର ଦୀପ ପ୍ରଜ୍ବଳନ କରିବା ଆବଶ୍ୟକ। ସକାଳେ ଠାକୁରଙ୍କୁ ଚନ୍ଦନ, ସିନ୍ଦୂର, ଧୂପ, ଦୀପ ଆଦି ଅର୍ପଣ କରନ୍ତୁ। ଠାକୁର ପୂଜା କରିବା ସମୟରେ କେବଳ ଈଶ୍ବରଙ୍କ ପ୍ରତି ଶ୍ରଦ୍ଧା ରଖନ୍ତୁ। ଘଣ୍ଟି ଓ ଶଙ୍ଖ ବଜାଇବାର ମଧ୍ୟ ନିୟମ ରହିଛି।

ଠାକୁର ଘରେ ତମ୍ବା କଳସରେ ପାଣି ଭରି ରଖିବା ଉଚିତ। ଠାକୁର ଘରେ ପ୍ରତ୍ୟେକଦିନ ଦୀପ ପ୍ରଜ୍ବଳନ କରିବା ଉଚିତ। ଏହାସହିତ ସନ୍ଧ୍ୟା ସମୟରେ ତୁଳସୀ ଚଉରା ମୂଳରେ ଦୀପ ପ୍ରଜ୍ବଳନ କରିବା ଉଚିତ। ଏହାଦ୍ବାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ। ଯଦି କୌଣସି ପରିବାରର ସମସ୍ତ ସଦସ୍ୟ ବାରମ୍ବାର ବେମାର ପଡ଼ୁଛନ୍ତି, ତାହେଲେ ସେହି ଘରେ ନକାରାତ୍ମକ ବୃଦ୍ଧି ହୋଇଥାଏ।

ଯେଉଁ ବ୍ୟକ୍ତି ଆର୍ଥିକ ରୂପରେ ଦୁର୍ବଳ ଅଛନ୍ତି ବା ଚାକିରି ପାଇଁ ଆବେଦନ କରିଛନ୍ତି, ସେ ପ୍ରତ୍ୟେକଦିନ ସନ୍ଧ୍ୟାରେ ଉତ୍ତର ଦିଗ ଆଡ଼କୁ ମୁହଁ କରି ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ଏହାଦ୍ବାରା ଆପଣଙ୍କର ଆର୍ଥିକ ସଙ୍କଟ ଦୂର ହୋଇଯିବ। ଦୀପ ଜାଳିବା ଦ୍ଵାରା ଘରେ ସକାରାତ୍ମକ ବାତାବରଣ ବୃଦ୍ଧି ହୋଇଥାଏ। ଏବେ ଆସନ୍ତୁ ଜାଣିବା କେଉଁ ମୂର୍ତ୍ତି ଆପଣ ଘରେ ରଖିବା ଆବଶ୍ୟକ ଏବଂ କେଉଁ ମୂର୍ତ୍ତି ଆପଣ ତୁରନ୍ତ ଘରୁ ହଟାଇ ଦେବା ଆବଶ୍ୟକ।

ଯଦି ଆପଣ ଠାକୁର ଘରେ ଭଗବାନ ଶ୍ରୀକୃଷ୍ଣ ଓ ଦେବୀ ରାଧାଙ୍କର ଯୁଗଳ ମୂର୍ତ୍ତି ରଖିବେ, ତାହେଲେ ଆପଣଙ୍କ ଜୀବନରେ ସମସ୍ତ ବାଧାବିଘ୍ନ ଦୂର ହୋଇଯିବ। ଏହାସହିତ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଦେବୀ ଲକ୍ଷ୍ମୀଙ୍କର ଏକା ଥିବା ମୂର୍ତ୍ତି ବା ଫଟୋ ରଖି କେବେବି ପୂଜାର୍ଚ୍ଚନା କରନ୍ତୁ ନାହିଁ। ଏହା ଘୋର ପାପ ହୋଇଥାଏ।

ଦେବୀ ଲକ୍ଷ୍ମୀଙ୍କର ବାମ ପଟରେ ନିଶ୍ଚିତ ଭାବରେ ଭଗବାନ ବିଷ୍ଣୁଙ୍କର ମୂର୍ତ୍ତି ରଖନ୍ତୁ। ପ୍ରଭୁ ହନୁମାନଙ୍କର ପଞ୍ଚମୁଖୀ ଅବତାର ଥିବା ମୂର୍ତ୍ତି ଆଣି ପୂଜା କରନ୍ତୁ, ଶୁଭ ଫଳ ପ୍ରାପ୍ତି ହେବ। କେବେବି ଘରେ ଛୋଟ ଶିବଲିଙ୍ଗ ଆଣି ରଖନ୍ତୁ ନାହିଁ। ଶିବଲିଙ୍ଗ ଉପରେ କେବେବି ତୁଳସୀ ଅର୍ପଣ କରନ୍ତୁ ନାହିଁ, ଏହାଦ୍ବାରା ଘୋର ପାପ ହୋଇଥାଏ। କୌଣସି ଠାକୁରଙ୍କ ମୂର୍ତ୍ତି ଗୋଟେରୁ ଅଧିକ ରଖନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *