Excuse Me Odisha

ଯାହା କହିବୁ ସତ କହିବୁ

୨୦୨୩ ଏପ୍ରିଲ ୨୦,ସୂର୍ଯ୍ୟପରାଗ ବହୁତ ପ୍ରଭାବଶାଳୀ ହେବାକୁ ଯାଉଛି, ଚାରି ଗୋଟି ରାଶିର ଲୋକେ ହେବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଏପ୍ରିଲ ମାସରେ ହେବାକୁ ଯାଉଥିବା ସୂର୍ଯ୍ୟପରାଗ ଚାରୋଟି ରାଶିର ଭାଗ୍ୟ ବଦଳାଇ ଦେବ। ବର୍ଷର ପ୍ରଥମ ସୂର୍ଯ୍ୟପରାଗ ମେଷ ରାଶି ଓ ଅଶ୍ଵିନୀ ନକ୍ଷତ୍ରରେ ଘଟିତ ହେବାକୁ ଯାଉଛି। ଭାରତୀୟ ସଂସ୍କୃତି ଅନୁସାରେ ସୂର୍ଯ୍ୟପରାଗକୁ ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ। ଏହାର ନକାରାତ୍ମକ ପ୍ରଭାବ ମନୁଷ୍ୟ ଉପରେ ପଡ଼ିଥାଏ।

ଏହି ସୂର୍ଯ୍ୟପରାଗ ମେଷ ରାଶିରେ ଘଟିବାକୁ ଯାଉଛି, ଯାହା କେବଳ ୫ ଘଣ୍ଟା ୨୪ ମିନିଟ ପର୍ଯ୍ୟନ୍ତ ରହିବ। ଏହି ସମୟରେ ଚାରୋଟି ରାଶିର ଲୋକେ ଲାଭବାନ ହେବେ। ଏଭଳି ସମୟ ଜୀବନରେ ବାରମ୍ବାର ଆସି ନଥାଏ। ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟ ନିଜ ଉଚ୍ଚ ରାଶି ମେଷ ରାଶିରେ ରହିବେ। ତାପରେ ସୁର୍ଯ୍ୟପରଗ ହେବାର ଦୁଇଦିନ ପରେ ଗୁରୁ ଗ୍ରହର ପରିବର୍ତ୍ତନ ହେବାକୁ ଯାଉଛି। ସୂର୍ଯ୍ୟପରାଗର ଆରମ୍ଭ ଏପ୍ରିଲ ୨୦ ତାରିଖ ସକାଳ ୭: ୦୫ ମିନିଟରୁ ଆରମ୍ଭ ହୋଇ ଦ୍ବିପ୍ରହର ୧୨: ୨୯ ମିନିଟରେ ସମାପ୍ତ ହେବ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟପରାଗ ଭାରତରେ ଦେଖା ଯିବ ନାହିଁ। ଏହା ଚୀନ, ସିଙ୍ଗାପୁର, କମ୍ବୋଡିଆ, ଥାଇଲାଣ୍ଡ, ଭିଏତନାମ, ଅଷ୍ଟ୍ରେଲିଆ ଆଦି ଦେଶରେ ଦେଖା ଯିବ। ଭାରତରେ ସୂର୍ଯ୍ୟପରାଗ ଦେଖା ନଯିବାରୁ ସୂତକ କାଳ ମାନ୍ୟ ହେବ ନାହିଁ। ଗ୍ରହଣ କାଳ ସମୟରେ କୌଣସି ଧାର୍ମିକ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ କରାଯିବ ନାହିଁ ଏବଂ ଗର୍ଭବତୀ ମହିଳା ମାନେ ଏହି ସମୟରେ ଘରୁ ବାହାରକୁ ବାହାରିବା ଅନୁଚିତ।

ମେଷ ରାଶିରେ ସୂର୍ଯ୍ୟପରାଗ ହେଉଥିବା ବେଳେ ଏହି ରାଶିର ଲୋକଙ୍କୁ ଅଧିକ ସାବଧାନ ରହିବାର ଆବଶ୍ୟକତା ରହିଛି। ଏହିସମୟରେ ଆପଣଙ୍କୁ ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରହିବା ଉଚିତ। ଅନାବଶ୍ୟକ ଚିନ୍ତାରୁ ମୁକ୍ତି ପାଇବା ଆବଶ୍ୟକ। ଜ୍ୟୋତିଷ ମାନଙ୍କ ମତରେ ସୂର୍ଯ୍ୟପରାଗ ସମୟରେ ଚାରୋଟି ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତି ହେବାକୁ ଯାଉଛି।

ସୂର୍ଯ୍ୟପରାଗ ସମୟରେ ଭାଗ୍ୟ ଚମକିବାକୁ ଯାଉଥିବା ରାଶି ମଧ୍ୟରୁ ପ୍ରଥମ ରାଶି ହେଉଛି ବୃଷ ରାଶି। ସୂର୍ଯ୍ୟପରାଗ ସମୟରେ ଏହି ରାଶିର ଲୋକଙ୍କର ଆମଦାନୀ ବୃଦ୍ଧି ହେବ। ଘରର ଆର୍ଥିକ ସଙ୍କଟ ଦୂର ହେବ। ଆପଣଙ୍କ ସୁଖ ସୁବିଧାରେ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ଆପଣଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ସୂର୍ଯ୍ୟପରାଗ ସମୟରେ ପ୍ରଭୁ ହନୁମାନଙ୍କୁ ଆରାଧନା କରନ୍ତୁ, ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ।

ଦିତୀୟ ଭାଗ୍ୟଶାଳୀ ରାଶି ହେଉଛି ମିଥୁନ ରାଶି। ରାଜନୀତି କ୍ଷେତ୍ରରେ ଆପଣଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ଆପଣଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ପିତାମାତା ଆପଣଙ୍କୁ ନେଇ ଗୌରବାନ୍ଵିତ ଅନୁଭବ କରିବେ। ଅନ୍ୟମାନଙ୍କ ପାଇଁ ଅନାବଶ୍ୟକ ଦାୟିତ୍ୱ ବହନ କରନ୍ତୁ ନାହିଁ। ଗୁରୁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଯୋଗୁଁ ସନ୍ତାନ ସୁଖ ପ୍ରାପ୍ତି ହେବ।

ତୃତୀୟ ରାଶି ହେଉଛି ତୁଳା ରାଶି। ଆପଣଙ୍କର ସମ୍ମାନ ବୃଦ୍ଧି ହେବ। ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ସୂର୍ଯ୍ୟପରାଗ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିଦେବ। ଗୁରୁ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଆପଣ ଅଧିକ ଚିନ୍ତିତ ରହିବେ। ଚତୁର୍ଥରେ ହେଉଛି ଧନୁ ରାଶି। ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟପରାଗ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ବିଦ୍ୟାର୍ଥୀ ମାନଙ୍କୁ ପାଠପଢ଼ାରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *