Excuse Me Odisha

ଯାହା କହିବୁ ସତ କହିବୁ

ଝିଟିପିଟି ବାରମ୍ବାର ଘରକୁ ଆସିବା ଦ୍ବାରା କଣ ସଂକେତ ମିଳିଥାଏ? ବିସ୍ତାର ରୂପରେ ଜାଣନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଧନ ଆଗମନ ହେବା ଓ ଧନ ବ୍ୟୟ ହେବାର ପ୍ରତୀକ ବିଷୟରେ କହିବାକୁ ଯାଉଛୁ। ଝିଟିପିଟିର ସଙ୍କେତକୁ ନେଇ ଭବିଷ୍ୟତ ବିଷୟରେ ଜଣା ପଡ଼ିଥାଏ। ଆସନ୍ତୁ ଜାଣିବା ଝିଟିପିଟି ଦେଖିବା ମାତ୍ରେ କେଉଁ ଖାସ ଉପାୟ କରିବେ। ଯାହାଫଳରେ ଆପଣ ଲାଭ ଉଠାଇ ପାରିବେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଘରେ ଝିଟିପିଟି ଦେଖିବା ଏକ ସାଧାରଣ କଥା। ଶାସ୍ତ୍ରରେ ଝିଟିପିଟିକୁ ବହୁତ ଖାସ ଜୀବ ମାନା ଯାଇଛି। ଝିଟିପିଟି ଭବିଷ୍ୟତରେ ହେବାକୁ ଥିବା ଘଟଣାକୁ ଦର୍ଶାଇ ଥାଏ। ଝିଟିପିଟିକୁ ଦେବୀ ଲକ୍ଷ୍ମୀଙ୍କର ପ୍ରତୀକ ମାନା ଯାଇଛି। ଯଦି ଝିଟିପିଟି ଆପଣଙ୍କ ଉପରେ ପଡୁଛି, ତାହେଲେ ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଏହାସହିତ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ। ଏଭଳି କେଉଁ ଉପାୟ କରିବା ଦ୍ଵାରା ଆପଣ ଲାଭବାନ ହୋଇ ପାରିବେ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯଦି ଆପଣ ଭୂମି ଉପରେ ଝିଟିପିଟିକୁ ଦେଖୁଛନ୍ତି, ସେତେବେଳେ ଠାକୁର ଘରେ ଥିବା ସିନ୍ଦୂରକୁ ଆଣି ଝିଟିପିଟି ଉପରେ ସିଞ୍ଚନ କରି ନିଜ ମନର ଅଭିଳାଷା ବ୍ୟକ୍ତ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହୋଇଯିବ। ଅଧିକାଂଶ ଲୋକେ ଝିଟିପିଟି ଦେଖି ଭୟଭୀତ ହୋଇ ଯାଇଥାନ୍ତି।

ଯଦି ଆପଣ ଘର ସଫେଇ କରୁଥିବା ସମୟରେ ଝିଟିପିଟି ମରି ପଡିଥିବାର ଦେଖୁଛନ୍ତି, ତାହେଲେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ତେଣୁ ତୁରନ୍ତ ସେହି ଝିଟିପିଟିକୁ ମାଟି ଖୋଳି ପୋତି ଦିଅନ୍ତୁ।

ଯଦି ଆପଣ ଝିଟିପିଟିର ସମାଗମ ଦେଖୁଛନ୍ତି, ତାହେଲେ ବୁଝି ଯାଆନ୍ତୁ କି କୌଣସି ପୁରୁଣା ବନ୍ଧୁଙ୍କ ସହିତ ଆପଣଙ୍କର ଦେଖାସାକ୍ଷାତ ହୋଇପାରେ। କୁହାଯାଏ କି ଯଦି ଆପଣ ବାହାରକୁ ପ୍ରସ୍ଥାନ କରୁଥିବା ସମୟରେ ଆପଣଙ୍କ ହାତ ବା ମୁଣ୍ଡରେ ଝିଟିପିଟି ପଡ଼ିଯାଏ, ତାହେଲେ ନିକଟ ଭବିଷ୍ୟତରେ ଆପଣଙ୍କୁ ମାନସମ୍ମାନ ପ୍ରାପ୍ତ ହୋଇପାରେ।

ଆପଣ ଭୋଜନ ଗ୍ରହଣ କରୁଥିବା ସମୟରେ ଯଦି ଝିଟିପିଟି ଆପଣଙ୍କ ପଦ ପାଖକୁ ଆସିଯାଏ, ତାହେଲେ ଭବିଷ୍ୟତରେ ଆପଣଙ୍କୁ କୌଣସି ବେମାରୀ ହେବାର ସମ୍ଭାବନା ରହିଥାଏ। ଆପଣ କିଛି ବାର୍ତ୍ତାଳାପ କରିଥିବା ସମୟରେ ଝିଟିପିଟି ଶବ୍ଦ ଶୁଣିଲେ, ବୁଝି ଯାଆନ୍ତୁ କି ଆପଣଙ୍କ କଥା ସତ୍ୟ ସିଦ୍ଧ ହେବାର ସମ୍ଭାବନା ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *