Excuse Me Odisha

ଯାହା କହିବୁ ସତ କହିବୁ

ମହିଳା ମାନଙ୍କୁ ଏହି ତିନି ପ୍ରକାରର ବ୍ରତ କଦାପି ରଖିବା ଉଚିତ ନୁହେଁ, ପତିଙ୍କର ମୃତ୍ୟୁ ସୁନିଶ୍ଚିତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ।ବିବାହିତ ମହିଳା ମାନେ ଟାଣି ପତିଙ୍କ ଆୟୁଷ ବୃଦ୍ଧି ହେବା ପାଇଁ ବ୍ରତ ଉପବାସ ରଖିଥାନ୍ତି। କିନ୍ତୁ ଶାସ୍ତ୍ରରେ କିଛି ଏଭଳି ବ୍ରତ ବିଷୟରେ ବର୍ଣ୍ଣନା କରାଯାଇଛି , ଯାହାକୁ ଭାଙ୍ଗିବା ଦ୍ଵାରା ଘୋର ପାପ ହୋଇଥାଏ। ଏହି ବ୍ରତକୁ ଭାଙ୍ଗିବା ଦ୍ବାରା ଆପଣଙ୍କ ସହିତ ଘୋର ଅନର୍ଥ ହେବାର ସମ୍ଭାବନା ରହିଥାଏ ଏବଂ ପତିଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ।

ଏହି ବ୍ରତକୁ କରିବା ଦ୍ୱାରା ପତିଙ୍କ ଆୟୁଷ ବୃଦ୍ଧି ହେବା ସହିତ ଧନଧାନ୍ୟ ବୃଦ୍ଧି ହୋଇଥାଏ। ଏହି ବ୍ରତ କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। କହିବାକୁ ଗଲେ ବ୍ରତ ଓ ଉପବାସ କରିବା ନିହାତି ଆବଶ୍ୟକ ଅଟେ, ଏହାଦ୍ବାରା ମନକୁ ଶାନ୍ତି ପ୍ରାପ୍ତ ହୋଇଥାଏ ଏବଂ ସକାରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ। ଏହାସହିତ ଘରେ ସୁଖଶାନ୍ତି ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ତେବେ ଆସନ୍ତୁ ତିନୋଟି ବିଶେଷ ବ୍ରତ ବିଷୟରେ ବିସ୍ତାର ରୂପରେ ଜାଣିବା।

ପ୍ରଥମେ ହେଉଛି ଏକାଦଶୀ ବ୍ରତ। ଏହି ବ୍ରତ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ। ଏହି ବ୍ରତ ବିଧି ବିଧାନ ଅନୁସାରେ ପାଳନ କଲେ ସ୍ଵୟଂ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ। ଯଦି ବିବାହିତ ମହିଳା ଏହି ବ୍ରତକୁ ମଝିରେ ଭାଙ୍ଗି ଦେଇଥାନ୍ତି, ତାହେଲେ ଏହାର ଖରାପ ପ୍ରଭାବ ତାଙ୍କ ସ୍ଵାମୀଙ୍କ ଉପରେ ପଡ଼ିଥାଏ। ଯାହାଫଳରେ ତାଙ୍କ ପତିଙ୍କର ମୃତ୍ୟୁ ହେବାର ମଧ୍ୟ ଆଶଙ୍କା ରହିଥାଏ। ଋଷି ମୁନିଙ୍କ ଅନୁସାରେ, ଏକାଦଶୀ ବ୍ରତ ବହୁତ କଠିନ ଓ ମଙ୍ଗଳକାରୀ ମାନା ଯାଇଛି। ଏକାଦଶୀ ବ୍ରତ ରଖିବା ଦ୍ଵାରା ବ୍ୟକ୍ତିର ଜୀବନର ସମସ୍ତ ପାପ ଧୋଇ ହୋଇ ଯାଇଥାଏ।

ଦ୍ଵିତୀୟରେ ହେଉଛି ସାବିତ୍ରୀ ବ୍ରତ। ଦେବୀ ସୀତା ବିବାହ ପୂର୍ବରୁ ଭଗବାନ ଶ୍ରୀରାମଙ୍କ ପାଇଁ ସାବିତ୍ରୀ ବ୍ରତ ରଖିଥିଲେ ଏବଂ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ଭୋଜନ ଗ୍ରହଣ କରିଥିଲେ। ମାନ୍ୟତା ରହିଛି କି, ବିବାହିତା ନାରୀ ସାବିତ୍ରୀ ବ୍ରତ ରଖୁଥିଲେ, ଏହାକୁ ଭୁଲରେ ମଧ୍ୟ ଭାଙ୍ଗନ୍ତୁ ନାହିଁ। ନଚେତ ଆପଣଙ୍କ ପତିଙ୍କ ଉପରେ ଘୋର ବିପଦ ମାଗି ଆସିପାରେ। ବ୍ରତ କରିବା ସମୟରେ ମନରେ ସକାରାତ୍ମକ ଭାବନା ଜାଗ୍ରତ କରନ୍ତୁ ଏବଂ ଈଶ୍ବରଙ୍କ ପାଖରେ ଆପଣ ନିଜ ପାଇଁ ଏବଂ ନିଜ ପତିଙ୍କ ଆୟୁଷ ବୃଦ୍ଧି କରିବା ପାଇଁ ଆରାଧନା କରନ୍ତୁ।

ତୃତୀୟରେ ହେଉଛି ହରତାଳ ବ୍ରତ। ଏହି ବ୍ରତ ଦେବୀ ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ କରିଥିଲେ। ଏହି ବ୍ରତ କରିବା ସମୟରେ ଅନ୍ନ ଓ ଜଳ ଗ୍ରହଣ କରାଯାଏ ନାହିଁ। ଦେବୀ ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ କୋଠାର ତପସ୍ୟା କରିଥିଲେ। ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ପତ୍ନୀ ରୂପରେ ସ୍ବୀକାର କଲେ। ସେଥିପାଇଁ କୁହାଯାଇଛି କି କୌଣସି ବିବାହିତା ନାରୀ ହରତାଳ ବ୍ରତ କେବେବି ଭାଙ୍ଗିବା ଉଚିତ ନୁହେଁ। ନଚେତ ଆପଣଙ୍କ ପତିଙ୍କ ଆୟୁଷ ହାନୀ ହୋଇଥାଏ ଏବଂ ତାଙ୍କୁ ବ୍ୟବସାୟରେ ମଧ୍ୟ କ୍ଷତି ସହିବାକୁ ପଡ଼ିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *