Excuse Me Odisha

ଯାହା କହିବୁ ସତ କହିବୁ

ପାପୀ ଆତ୍ମାକୁ କିପରି ନର୍କଲୋକକୁ ନେଇ ଯାଇଥାନ୍ତି ଯମଦୂତ ମାନେ? ଜାଣନ୍ତୁ –

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନଙ୍କ ସୃଷ୍ଟିରେ ପ୍ରତ୍ୟେକ ପ୍ରାଣୀର ଜନ୍ମ ହେବା ସମୟରେ ତାର ମୃତ୍ୟୁର ସମୟ ନିଶ୍ଚିତ ହୋଇ ଯାଇଥାଏ। ମନୁଷ୍ୟର ମୃତ୍ୟୁ ପରେ ସେ ନର୍କ ବା ସ୍ୱର୍ଗଲୋକକୁ ଯାତ୍ରା କରିଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ନର୍କଲୋକର ଯାତନା କିପରି ଭୋଗିବାକୁ ପଡ଼ିଥାଏ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

କଣ ଆପଣ ଜାଣିଛନ୍ତି ମୃତ୍ୟୁ ପରେ ବ୍ୟକ୍ତି କିପରି ନର୍କକୁ ଯାଇଥାଏ? ମାନ୍ୟତା ମୃତ୍ୟୁ ପରେ ନିଜ କର୍ମ ହିସାବରେ ସ୍ବର୍ଗ ବା ନର୍କକୁ ଯାତ୍ରା କରିଥାଏ। ଆତ୍ମାକୁ ତିନୋଟି ମାର୍ଗ ମିଳିଥାଏ, ଯାହା ତାର କର୍ମ ଉପରେ ନିର୍ଭର କରିଥାଏ। ସେହି ମାର୍ଗ ଗୁଡ଼ିକ ହେଉଛି ଅର୍ଚି ମାର୍ଗ, ଧୁମ ମାର୍ଗ, ଉତ୍ପତ୍ତି ବିନାଶ ମାର୍ଗ। କହି ରଖୁଛୁ କି ଅର୍ଚି ମାର୍ଗ ଦେବଲୋକ ଓ ବ୍ରହ୍ମଲୋକର ଯାତ୍ରା ଅଟେ। ଧୁମ ମାର୍ଗ ହେଉଛି ଜୀବାତ୍ମା ପିତ୍ରୁଲୋକ ଯାତ୍ରା କରିଥାଏ। ଉତ୍ପତ୍ତି ବିନାଶ ମାର୍ଗ ନର୍କଲୋକର ଯାତ୍ରା ଅଟେ।

ଆପଣଙ୍କ ସୂଚନା ନିମନ୍ତେ କହି ରଖୁଛୁ କି, ଜ୍ଞାନୀ, ଆସ୍ତିକ, ନାସ୍ତିକ ଓ ବୁଦ୍ଧିମାନ ବ୍ୟକ୍ତିଙ୍କୁ ମଧ୍ୟ ନର୍କ ଭୋଗିବାକୁ ପଡ଼ିଥାଏ। ବ୍ୟକ୍ତି ନିଜେ ସତ୍ ମାର୍ଗରେ ରହିଥିଲେ, ଦେବତାଙ୍କ ସାମ୍ନାରେ ବଡ଼ ହୋଇ ଯାଇଥାନ୍ତି। ପାପୀ, କ୍ରୋଧୀ, ଅହଙ୍କାରୀ, ଅନ୍ୟର ଅନିଷ୍ଟ ଚିନ୍ତା କରୁଥିବା ଲୋକେ ନର୍କ ଯାତ୍ରା କରିଥାନ୍ତି। ପାପୀ ଆତ୍ମା ପାପ କରି ଦରିଦ୍ର ହୋଇ ଯାଇଥାଏ, ତେଣୁ ପାପୀ ଆତ୍ମାକୁ ଅନେକ ଯାତନା ଦେଇ ଆତ୍ମାକୁ ଶୁଦ୍ଧ କରାଯାଇଥାଏ।

ମଦ୍ୟପାନ କରୁଥିବା, ଅନ୍ୟକୁ ହଇରାଣ କରୁଥିବା, ଠକ, ଚୋର, ଲୋଭୀ ଆଦି ଲୋକଙ୍କର ଆତ୍ମା ନର୍କଲୋକ ଗସ୍ତ କରିଥାଏ। ନର୍କକୁ ଯିବା ସମୟରେ ବ୍ୟକ୍ତିର ଆତ୍ମାକୁ ଅନେକ ଅଙ୍ଗାର ଦେଇ ଗତି କରିବାକୁ ପଡ଼ିଥାଏ ଏବଂ ଭୟଙ୍କର କୁକୁର ତାଙ୍କ ଦେହକୁ ଚୋବେଇ ଖାଇଥାନ୍ତି। ଏହାସହିତ ଆତ୍ମାକୁ ଶୁଦ୍ଧ କରିବା ପାଇଁ ତେଲ କଢ଼େଇରେ ମଧ୍ୟ ପକା ଯାଇଥାଏ।

ନର୍କରେ ଗୋଟେ ନଦୀରେ ଅନେକ ଜୋକ, କୁମ୍ଭୀର ଆଦି ରହିଛନ୍ତି। ଆତ୍ମାକୁ ଏହି ସ୍ଥାନରେ ଛାଡ଼ି ଦିଆଯାଇଥାଏ ଏବଂ ସେ ଭୋକ ଶୋଷରେ ଈଶ୍ୱରଙ୍କୁ ଗୁହାରି କରିଥାଏ। ମାନ୍ୟତା ରହିଛି କି ନର୍କ ହେଉଛି ସେହି ସ୍ଥାନ ଯେଉଁଠାରେ ଆତ୍ମାକୁ କର୍ମ ଅନୁସାରେ ଦଣ୍ଡ ଦୁଆ ଯାଇଥାଏ, ଏବଂ ଆତ୍ମାକୁ ଶୁଦ୍ଧ କରାଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *