Excuse Me Odisha

ଯାହା କହିବୁ ସତ କହିବୁ

ଆଜି ‘ ରାତିରେ ଏହି ସ୍ଥାନରେ ଜଳାଇ ଦିଅନ୍ତୁ ଦୀପ । ଘରକୁ ଆସିବେ ମାତା ଲକ୍ଷ୍ମୀ ।

ସେୟାର୍ କରନ୍ତୁ

ମାର୍ଚ୍ଚ ୮ ବୁଧବାର ଦିନ ହୋଲି ପର୍ବ ପାଳିତ ହେବ ଯେଉଁଦିନ ସିଦ୍ଧିର ଦେବତା ଭଗବାନ ଗଣେଶଙ୍କ ଦିନ ଅଟେ । ତେଣୁ ଏହି କାରଣରୁ ଏହିଦିନ ଅନେକ ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି । ତେବେ ହୋଲି ପୂର୍ବ ଦିନ ହୋଲିକା ଦହନ ମାର୍ଚ୍ଚ ୭ ସନ୍ଧ୍ୟାରେ ପାଳିତ ହେବ । ଏହିଦିନ ଦୁଇଟି ସ୍ଥାନରେ ଦୀପ ଜଳାଇ ଛାଡ଼ି ଦେଲେ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବ ।

ଯାହାଦ୍ୱାରା ଜୀବନର ସବୁ ଗ୍ରହ ଦୋଷ , ପିତୃ ଦୋଷ , ଶନି ଦୋଷ , ରାହୁ ଦୋଷ ଦୂର ହୋଇଯିବ । ଏମିତିରେ ପ୍ରତ୍ୟେକ ହିନ୍ଦୁ ଘରେ ସବୁଦିନ ଦୀପ ଜଳାଇବା ଉଚିତ । ଏହାଦ୍ବାରା ଘରର ନକରାତ୍ମକ ଶକ୍ତି ଦୂର ହୋଇଥାଏ । ବିଶେଷ କରି ସନ୍ଧ୍ୟା ସମୟରେ ଅଧିକ ନକରାତ୍ମକତା ସୃଷ୍ଟି ହୋଇଥାଏ ।

ସନ୍ଧ୍ୟା ସମୟରେ ଘିଅ କିମ୍ବା ତେଲ ଦୀପ ଜାଳିବା ଦ୍ୱାରା ସବୁ ନକରାତ୍ମକତା ଦୂରେଇ ଯାଇଥାଏ । ଘରେ ଦୀପ ନଜାଳିଲେ ଘରେ ଅଶାନ୍ତି ଦେଖା ଦେବା ସହିତ ବାରମ୍ବାର ଦୁର୍ଘଟଣା ଘଟିଥାଏ । ସୂର୍ଯ୍ୟାସ୍ତ ସମୟରେ ନକରାତ୍ମକ ଶକ୍ତିର ପ୍ରଭାବ ଅତ୍ୟଧିକ ହୋଇଯାଏ । ତେଣୁ ସନ୍ଧ୍ୟା ସମୟରେ ମୁହଁ ହାତ ଧୋଇ ଘିଅ , ସୋରିଷ କିମ୍ବା ତିଳ ତେଲରେ ପୂର୍ବ ଦିଗରେ ଦୀପ ଜାଳି ପାରିବେ ।

ଯେଉଁ ଘରେ ଦୀପ ପ୍ରଜ୍ଜ୍ଵଳିତ ହୁଏନାହିଁ ସେହି ଘରେ ନକରାତ୍ମକତା ରହିଥାଏ । ଘରର ମୁଖିଆଙ୍କୁ ରୋଜଗାରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ସେହି ଘରର ପିଲାମାନେ ସବୁବେଳେ ଅମାନ୍ୟ ହୁଅନ୍ତି ଏବଂ ଜୀବନରେ ନାନା ପ୍ରକାରର ସମସ୍ୟା ଦେଖା ଦିଏ ।

ଯେଉଁ ଘରର ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସବୁବେଳେ ଖରାପ ଥାଏ ତାହାର ଏକମାତ୍ର କାରଣ ହେଉଛି ନକରାତ୍ମକତା । ପୁଣି ଯଦି ଘରେ ଆର୍ଥିକ ସମସ୍ୟା ଏବଂ ଚାକିରୀ ସମ୍ବନ୍ଧିତ ସମସ୍ୟା ରହିଛି ତେବେ ପ୍ରତ୍ୟେକ ଦିନ ଉତ୍ତର ଦିଗରେ ଘିଅ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ଏହାଦ୍ବାରା ଆର୍ଥିକ ସମସ୍ୟା ଏବଂ ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ । ତେଣୁ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଘିଅ କିମ୍ବା ତେଲ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ।

ଘିଅ ଦୀପ ଜାଳିବା ଦ୍ୱାରା ସେଥିରୁ ବାହାରୁଥିବା ଶିଖା ଘରର ବାତାବରଣକୁ ଶୁଦ୍ଧ କରିଥାଏ ଏବଂ ଆଖପାଖ ବାତାବରଣ ଶୁଦ୍ଧ ହୋଇଥାଏ । ଯାହାଦ୍ୱାରା ପରିବାରର ଲୋକେ ଖୁସିରେ ରହନ୍ତି ଏବଂ ସୁଖ ସମୃଦ୍ଧି ବଜାୟ ରହିଥାଏ ।

ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତ୍ୟେକ ଲୋକଙ୍କ ଘରେ ପୂଜା ଘର ନିଶ୍ଚିତ ରହିଥାଏ ଏବଂ ସେହି ପୂଜାଘର ଲୋକେ ଭିନ୍ନ ଭିନ୍ନ ମୂର୍ତ୍ତି ରଖି ପୂଜା କରିଥାନ୍ତି । ପୂଜାଘର ଏବଂ ମୂର୍ତ୍ତିର ଅନେକ ମହତ୍ତ୍ୱ ରହିଥାଏ । ଲୋକେ ନିଜର ମନସ୍କାମନା ପୂରଣ ପାଇଁ ଏବଂ ମନକୁ ଶାନ୍ତି ପାପ୍ତ କରିବା ପାଇଁ ଭିନ୍ନ ଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ରଖି ପୂଜା କରିଥାନ୍ତି । ମାତ୍ର ସେହି ଦେବଦେବୀଙ୍କ ସହ ଆଉ କିଛି ଏପରି ମୂର୍ତ୍ତି ରଖିବା ଆବଶ୍ୟକ ଯାହାଦ୍ୱାରା ରାଜଯୋଗ ହୋଇଥାଏ ଏବଂ ଧନର ଆଗମନ ହୋଇଥାଏ ।

ଯଦି ଆପଣ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ଶ୍ରୀରାଧାଙ୍କ ମୂର୍ତ୍ତି ମଧ୍ୟ ରଖନ୍ତୁ । କାରଣ ଏହି ଯୋଡ଼ି ପ୍ରେମ ଏବଂ ପବିତ୍ରତାର ପ୍ରତୀକ ଅଟେ । ଯେଉଁ ଘରେ ଏହି ଯୁଗଳ ମୂର୍ତ୍ତି ରହିଥାଏ ସେହି ଘରେ କେବେବି କଳହ କ୍ଳେଶ ଦେଖିବାକୁ ମିଳି ନଥାଏ ।

ଏହାବ୍ୟତୀତ ଧନରେ ବୃଦ୍ଧି ମଧ୍ୟ ହୋଇଥାଏ । ତ୍ରିଦେବଙ୍କ ମୂର୍ତ୍ତି ରଖି ସାମୁହିକ ଭାବରେ ପୂଜାକଲେ ଜୀବନର ସବୁ ସମସ୍ୟା ଦୂରେଇ ଯାଏ । ଆପଣ ନିଜ ପୂଜାଘରେ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରି ପାରିବେ । ଯଦି ଆପଣଙ୍କ ପୂଜାଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ଅଛି ତେବେ ତାଙ୍କ ବାମ ପଟେ ଭଗବାନ ଗଣେଶ ଏବଂ କୁବେରଙ୍କ ମୂର୍ତ୍ତି ରଖନ୍ତୁ

ଏହାଦ୍ବାରା ଜୀବନର ଦାରିଦ୍ର୍ୟତା ଦୂରେଇ ଯାଏ । ଶ୍ରୀରାମ ଦରବାରର ଫୋଟ ନିଜ ଠାକୁର ଘରେ ଲଗାଇ ପୂଜାକଲେ ଅନେକ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଘରର ମନ୍ଦିରରେ କେବେବି ବିଷମ ସଂଖ୍ୟାରେ ମୂର୍ତ୍ତି ରଖିବା ଉଚିତ ନୁହେଁ । କାରଣ ଏହା ଅଶୁଭ ହୋଇଥାଏ ।

ଯଦି ଆପଣ ଭଗବାନ ଗଣେଶଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ତା ସହିତ ଅନ୍ୟ କୌଣସି ମୂର୍ତ୍ତି ରଖନ୍ତୁ ନାହିଁ । ଗଣେଶ ମୂର୍ତ୍ତି ସ୍ଥାପିତ କରିବା ସମୟରେ ଧ୍ୟାନ ଦିଅନ୍ତୁ ଯେପରି ଗଣେଶଙ୍କ ମୁହଁ ମୁଖ୍ୟ ଦ୍ୱାର ଦିଗରେ ରହେ । ଏହାଦ୍ବାରା ଧନ ପ୍ରାପ୍ତି ହୋଇଥାଏ । ଏହାବ୍ୟତୀତ ତ୍ରିଦେବଙ୍କ ମୂର୍ତ୍ତି ରଖିଲେ ଏବଂ ରାମ ଦରବାର ଫୋଟ ରଖିଲେ ସବୁ ଦେବଦେବୀଙ୍କ କୃପା ଏକା ସହିତ ପ୍ରାପ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *