Excuse Me Odisha

ଯାହା କହିବୁ ସତ କହିବୁ

ହୋଲି ଦିନ ଏହି ଖାସ ଜିନିଷ କ୍ରୟ କରନ୍ତୁ, ବର୍ଷ ସାରା ଆପଣଙ୍କ ଉପରେ ହେବ ଧନର ବର୍ଷା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହୋଲି ରଙ୍ଗ ଓ ଖୁସିର ପର୍ବ ଅଟେ। ହୋଲି ପର୍ବ ପାରମ୍ପରିକ ରୂପରେ ତିନୋଟି ଚରଣରେ ପାଳନ କରାଯାଇଥାଏ। ପ୍ରଥମେ ହୋଲାଷ୍ଟକର ଆରମ୍ଭ ଫାଲଗୁନ ମାସ ଅଷ୍ଟମୀ ତିଥିରେ ହୋଇଥାଏ ଏବଂ ଏହାର ସମାପନ ଫାଲଗୁନ ମାସ ପୂର୍ଣ୍ଣିମା ତିଥିରେ ହୋଇଥାଏ। ମାନା ଯାଇଥାଏ କି ଏହି ସମୟରେ ଗ୍ରହ ମାନେ ଉଗ୍ର ପ୍ରଭାବ ଦେଇଥାନ୍ତି। ତେଣୁ ଏହି ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଫାଲଗୁନ ମାସ ଶୁକ୍ଳ ପକ୍ଷ ୨୦୨୩ ମାର୍ଚ୍ଚ ୬ ତାରିଖ ଦ୍ବିପ୍ରହର ୨:୪୭ରୁ ହୋଲିକା ଦହନ ଆରମ୍ଭ ହେବ ଏବଂ ଏହାର ସମାପନ ୭ ମାର୍ଚ୍ଚ ୨୦୨୩ ସନ୍ଧ୍ୟା ୪ ଘଟିକା ୪୯ ମିନିଟରେ ହେବ। କିନ୍ତୁ ଏହିଦିନ ଭଦ୍ରା ନକ୍ଷତ୍ରର ପ୍ରଭାବ ରହିବ। ତେଣୁ ଏହିଦିନ ହୋଲିକା ଦହନ ପର୍ବ ପାଳନ କରାଯିବ। ତାପରଦିନ ଅର୍ଥାତ୍ ୮ ମାର୍ଚ୍ଚ ୨୦୨୩ ବୁଧବାର ଦିନ ହୋଲି ପର୍ବ ପାଳିତ ହେବ। ତେବେ ଆସନ୍ତୁ ଜାଣିବା ହୋଲି ପର୍ବ ଦିନ ଏଭଳି କେଉଁ ଜିନିଷ ସେବନ କରିବା ଆବଶ୍ୟକ। ଏହାକୁ ସେବନ କଲେ ଆପଣଙ୍କୁ ଧନବାନ ହେବାରୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ।

ଏହି ଜିନିଷର ସେବନ କଲେ ଆପଣଙ୍କ ମଧ୍ୟରେ ତେଜ ସୃଷ୍ଟି ହେବ ଏବଂ ସକାରାତ୍ମକ ପରିବର୍ତ୍ତନ ଆସିବ। ଯେଉଁ ବ୍ୟକ୍ତି ହୋଲିକା ଦିନ ଅସହାୟ ଲୋକଙ୍କୁ ଗୁଜିଆ ବାଣ୍ଟି ଥାଏ, ତାଙ୍କୁ ସାରା ଜୀବନ କେବେବି ଅର୍ଥର ଅଭାବ ହୁଏ ନାହିଁ। ହୋଲିକା ଦହନ ଦିନ ଆପଣ ହୋଲିକା ଅଗ୍ନିରେ ଆଖୁ ଅର୍ପଣ କରି ସେବନ କରନ୍ତୁ। ଏହାଦ୍ବାରା ଦେବୀ ହୋଲିକାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ। ଆଖୁ ମିଠା ହେବା ସହିତ ଜୀବନରେ ଅମୃତ ଭରି ଦେବାର କାର୍ଯ୍ୟ କରିଥାଏ।

ହୋଲିକା ଅଗ୍ନିରେ କେବେବି ଭାଙ୍ଗି ଯାଇଥିବା ଆଖୁ ଅର୍ପଣ କରନ୍ତୁ ନାହିଁ। ମାନ୍ୟତା ରହିଛି କି ହୋଲିକା ଅଗ୍ନିରେ ସମସ୍ତ ପବିତ୍ର ଜିନିଷ ଅର୍ପଣ କରାଯାଇଥାଏ। ଧ୍ୟାନ ରଖନ୍ତୁ ପବିତ୍ର ଅଗ୍ନିରେ ଦୁଇଟି ବା ପାଞ୍ଚଟି ସତେଜ ଆଖୁ ଅର୍ପଣ କରନ୍ତୁ। ଏହାଦ୍ବାରା ଆପଣଙ୍କ ପରିବାରରେ ସବୁ ମଙ୍ଗଳ ହେବ। ହୋଲିକା ଅଗ୍ନିରେ କେବେବି ପାଣି ଥିବା ନଡ଼ିଆ ଅର୍ପଣ କରିବା ଉଚିତ ନୁହେଁ। ହୋଲିକା ଅଗ୍ନିରେ ସର୍ବଦା ଶୁଖିଲା ନଡ଼ିଆ ଅର୍ପଣ କରନ୍ତୁ। ଶୁଖିଲା ନଡ଼ିଆ ଅର୍ପଣ କରିବା ଦ୍ୱାରା ଅଗ୍ନି ଦେବ ପ୍ରସନ୍ନ ହେବା ସହିତ ଦେବୀ ହୋଲିକା ଆପଣଙ୍କର ସମସ୍ତ ଦୁଃଖକଷ୍ଟ ହରଣ କରି ନେଇଥାନ୍ତି।

ହୋଲିକା ଅଗ୍ନିରେ ଆପଣ ଗହମ, ଧାନ ଆଦି ଅର୍ପଣ କରି ପାରିବେ। ଏହି ଦିନ ଗାଈକୁ ଭୋଜନ କରାଇବା ଦ୍ଵାରା ଜନ୍ମ ଜନ୍ମର ପାପ କ୍ଷୟ ହୋଇ ଯାଇଥାଏ। ହୋଲିକା ଅଗ୍ନିରେ ଚାଉଳ ଅର୍ପଣ କରିବା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ। ହୋଲିକା ଦହନ ପରଦିନ ସୋଷ୍ଣ ନିଶ୍ଚିତ ଭାବରେ ପାଉଁଶ ଘରକୁ ଆଣନ୍ତୁ। ଏହାକୁ ପରିବାରର ସମସ୍ତ ସଦସ୍ୟଙ୍କ ମଥାରେ ଟିକା ଲଗାଇ ପାରିବେ। ତାଛଡା ଏହି ପାଉଁଶକୁ ଗୋଟେ କପଡ଼ାରେ ବାନ୍ଧି ଧନଭଣ୍ଡାର ଘରେ ବା ଅଫିସରେ ବାନ୍ଧି ଦିଅନ୍ତୁ। ଏହାଦ୍ବାରା ଧନ ଉପର୍ଜନରେ ବୃଦ୍ଧି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *