Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀରାମ ପୃଥିବୀକୁ କିପରି ତ୍ୟାଗ କଲେ? ଜାଣନ୍ତୁ …..

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣମାନେ ସମସ୍ତ ଜାଣିଛନ୍ତି କି, ଯେଉଁମାନେ ଏହି ମୃତ୍ୟୁଲୋକରେ ଜଙ୍କ ଗ୍ରହଣ କରିଛନ୍ତି, ସେମାନଙ୍କୁ କୌଣସି ନା କୌଣସି ଦିନ ଏହି ପୃଥିବୀକୁ ଛାଡି ଯିବାକୁ ପଡ଼ିଥାଏ। ତିନୋଟି ଯୁଗରେ ଭଗବାନ ବିଷ୍ଣୁ ପାପୀ ମାନଙ୍କୁ ବିନାଶ କରିବା ପାଇଁ ଏବଂ ଧର୍ମ ସ୍ଥାପନା କରିବା ପାଇଁ ମନୁଷ୍ୟ ରୂପରେ ଜନ୍ମ ଗ୍ରହଣ କରି ଥିଲେ ଏବଂ ତାଙ୍କୁ ମଧ୍ୟ ଦେହ ତ୍ୟାଗ କରିବାକୁ ପଡ଼ିଥିଲା। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଭଗବାନ ଶ୍ରୀରାମ କିପରି ତାଙ୍କ ଶରୀର ତ୍ୟାଗ କରିଥିଲେ ଏବଂ ଦେବୀ ସୀତା ଭୁଗର୍ଭରେ ସମାହିତ ହୋଇଯିବା ପରେ ପ୍ରଭୁ ଶ୍ରୀରାମ କେତେ ବର୍ଷ ପର୍ଯ୍ୟନ୍ତ ପୃଥିବୀରେ ରହିଥିଲେ।

ପୌରାଣିକ ମାନ୍ୟତା ଅନୁସାରେ, ଅଯୋଧ୍ୟା ରାଜ୍ୟରେ ଦେବୀ ସୀତା ଭୂଗର୍ଭରେ ସମାହିତ ହୋଇଯିବା ପରେ ରାଜ୍ୟବାସୀ ଓ ପରିବାର ଲୋକେ ଶୋକରେ ବୁଡି ରହିଥିଲେ। ତାପରେ ଭଗବାନ ରାମଙ୍କ ତିନିଜଣ ମାତାଙ୍କର ଦେହାନ୍ତ ହୋଇଗଲା।ଭଗବାନ ଶ୍ରୀରାମ ବ୍ରହ୍ମଚାରୀ ବ୍ରତ ପାଳନ କରି ଲଗାତାର ୧୧ ବର୍ଷ ପର୍ଯ୍ୟନ୍ତ ଅଯୋଧ୍ୟାରେ ରାଜୁତି କଲେ। ଯେତେବେଳେ ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କୁ ଏହି ଯଥା ଜଣା ପଡିଲା କି, ପୃଥିବୀ ପୃଷ୍ଠରେ ଭଗବାନ ବିଷ୍ଣୁଙ୍କର ଲୀଳା ସମାପ୍ତ ହେବାକୁ ଯାଉଛି, ସେତେବେଳେ ସେ ତୁରନ୍ତ ମୃତ୍ୟୁର ଦେବତାଙ୍କୁ ଭଗବାନ ଶ୍ରୀରାମଙ୍କୁ ସୂଚନା ଦେବା ପାଇଁ କହିଲେ।

ସୃଷ୍ଟି କର୍ତ୍ତା ବ୍ରହ୍ମା ଭଗବାନ ଯମଙ୍କୁ କହିଲେ କି, ତୁମେ ଯାଇ ଶ୍ରୀରାମଙ୍କୁ ତାଙ୍କ ସମୟ ପୁରି ଆସିଲାଣି ଓ ବୈକୁଣ୍ଠ ଧାମକୁ ଫେରି ଆସିବା ପାଇଁ ସୂଚନା ଦିଅନ୍ତୁ। ତାପରେ ଯମରାଜା ଜଣେ ଋଷିଙ୍କ ବେଶ ଧରି ଅଯୋଧ୍ୟା ନଗରୀ ପହଞ୍ଚିଲେ ଓ ଦ୍ଵାରପାଳଙ୍କୁ ଭଗବାନ ଶ୍ରୀରାମଙ୍କ ସହିତ ସାକ୍ଷାତ କରିବା ପାଇଁ ଆଜ୍ଞା ମାଗିଲେ। ତାପରେ ସେ ଶ୍ରୀରାମଙ୍କୁ ଦେଖା କରିବାକୁ ଗଲେ। ସେହି ସମୟରେ ଲକ୍ଷ୍ମଣ ସେହି ସ୍ଥାନରେ ଉପସ୍ଥିତ ଥିଲେ ଏବଂ ଶ୍ରୀରାମ ଋଷିଙ୍କୁ କହିଲେ, ହେ ବ୍ରାହ୍ମଣ ଦେବତା ମୁଁ ଆପଣଙ୍କର କଣ ସେବା କରିପାରେ ମୋତେ କୁହନ୍ତୁ।

ଋଷି ଭଗବାନ ଶ୍ରୀରାମଙ୍କୁ କହିଲେ କି, ହେ ରାଜନ୍ ମୁଁ ଆପଣଙ୍କୁ ଯେଉଁ କଥା କହିବା ପାଇଁ ଆସିଛି, ତାହା ଆପଣ ଓ ମୋ ମଧ୍ୟରେ ରହିବା ଆବଶ୍ୟକ। ତେଣୁ ଆପଣ ନିଜ ଭାଇ ଲକ୍ଷ୍ମଣଙ୍କୁ ଯିବାକୁ କୁହନ୍ତୁ। ପ୍ରଭୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ବାହାରେ ଜଗିବା ପାଇଁ କହିଲେ। ଫାଟକ ବନ୍ଦ ହେବା ପରେ ଋଷି ତାଙ୍କ ବାସ୍ତବ ରୂପରେ ପ୍ରକଟ ହେଲେ। ଏହାଦେଖି ଭଗବାନ ଶ୍ରୀରାମ ଯମଙ୍କୁ ସ୍ବାଗତ କଲେ ଓ ଯମରାଜା ସୃଷ୍ଟି କର୍ତ୍ତା ବ୍ରାହ୍ମଣଙ୍କ ସୂଚନା ଶ୍ରୀରାମଙ୍କୁ ଦେଲେ।

ତାଙ୍କର ବାର୍ତ୍ତାଳାପ ହେଉଥିବା ସମୟରେ ମହର୍ଷି ଦୁର୍ବାସା ଋଷି ଆଗମନ କଲେ ଏବଂ ଲକ୍ଷ୍ମଣ ତାଙ୍କୁ ଅଟକାଇ ପ୍ରଣାମ କଲେ ଓ କହିଲେ, ହେ ମହର୍ଷି ମୁଁ ଶ୍ରୀରାମଙ୍କ ଭାଇ ଲକ୍ଷ୍ମଣ ଓ ମୁଁ ଆପଣଙ୍କର କଣ ସେବା କରି ପାରେ କୁହନ୍ତୁ। କିନ୍ତୁ ମହର୍ଷି ଦୁର୍ବାସା ପ୍ରଭୁ ଶ୍ରୀରାମଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲେ। ଏହା ଶୁଣି ଲକ୍ଷ୍ମଣ ତାଙ୍କୁ ବାରଣ କଲେ। କୁହାଯାଏ କି ଋଷି ଦୁର୍ବାସା ଅତ୍ୟନ୍ତ କ୍ରୋଧୀ ସ୍ୱଭାବର ଅଟନ୍ତି ଏବଂ ସେ ଖୁବ୍ ଶୀଘ୍ର ଅଭିଶାପ ଦେବାକୁ ପଛାନ୍ତି ନାହିଁ। ଲକ୍ଷ୍ମଣଙ୍କ ଏହି କଥା ଶୁଣି ଋଷି କ୍ରୋଧିତ ହୋଇ ଅଯୋଧ୍ୟା ନଗରୀକୁ ଭସ୍ମ କରି ଦେବେ ବୋଲି କହିଲେ।

ଋଷିଙ୍କ କ୍ରୋଧ କାରଣରୁ ଶ୍ରୀରାମ ଓ ଯମରାଜାଙ୍କ ବାର୍ତ୍ତାଳାପ ହେଉଥିବା ସମୟରେ ଲକ୍ଷଣ ଫାଟକ ଖୋଲିଦେଲେ। ଏହାପରେ ଲକ୍ଷ୍ମଣ ସବୁ କଥା ଭାଇ ଶ୍ରୀରାମଙ୍କୁ କହିଲେ। ଅଯୋଧ୍ୟାର ନିୟମ ହେଉଛି ସମ୍ମାନ ପଛେ ଚାଲି ଯାଉ କିନ୍ତୁ ବଚନ ନଯାଉ। ଦଣ୍ଡ ସ୍ୱରୂପ ଲକ୍ଷ୍ମଣଙ୍କୁ ମୃତ୍ୟୁ ଦଣ୍ଡ ବଦଳରେ ରାଜ୍ୟରୁ ବହିଷ୍କାର କରାଗଲା। ତାପରେ ଭଗବାନ ଶ୍ରୀରାମ ଦୁଃଖରେ ନଦୀ ଜଳରେ ବୁଡ଼ ଲଗାଇ ଦେହ ତ୍ୟାଗ କଲେ। ଏହା ଦେଖି କିଛି ଅଯୋଧ୍ୟାବାସୀ ଶ୍ରୀରାମଙ୍କ ସହିତ ସେହି ପାଣିରେ ବୁଡ଼ ଲଗାଇ ବୈକୁଣ୍ଠ ଧାମ ଗମନ କଲେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *