Excuse Me Odisha

ଯାହା କହିବୁ ସତ କହିବୁ

ହୋଲି ଆରମ୍ଭ ହେବା ପୂର୍ବରୁଘରୁ ବହାରକୁ ଫିଙ୍ଗି ଦିଅନ୍ତୁ ଏହି ପାଞ୍ଚଟି ଜିନିଷ । ହୋଇଥାଏ ଦୁଃଖ ଏବଂ ଦାରିଦ୍ର୍ୟତାର କାରଣ ।

ସେୟାର୍ କରନ୍ତୁ

ହୋଲାଷ୍ଟକ ଆରମ୍ଭ ହେବା ଦ୍ୱାରା କୌଣସି ଶୁଭ କାର୍ଯ୍ୟର ଫଳ ମିଳିପାରେ ନାହିଁ । ଯାହାକି ଆଠ ଦିନର ପର୍ବ ହୋଇଥାଏ । ଏହି ଆଠ ଦିନରେ ଆଠ ଦେବତା ଉଗ୍ର ରୂପରେ ରହନ୍ତି । ଯେଉଁ କାରଣରୁ ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼ିଥାଏ ଏବଂ ମନୁଷ୍ୟର ନିର୍ଣ୍ଣୟ ନେବାର କ୍ଷମତା କମିଯାଏ । ଯେଉଁ କାରଣରୁ ଅନେକ ସମୟରେ ହାନୀ ହୋଇଥାଏ । ତେବେ ହିନ୍ଦୁ ଧର୍ମରେ ଏହି ଆଠ ଦିନରେ କୌଣସି ଶୁଭ କାର୍ଯ୍ୟ ହୁଏନାହିଁ କାରଣ ଏହା ଅଶୁଭ ସମୟ ହୋଇଥାଏ । ପୌରାଣିକ କଥାରେ ଭକ୍ତ ପ୍ରହ୍ଲାଦକୁ ତାର ପିତା ରାକ୍ଷସ ହିରଣ୍ୟକଶ୍ୟପ ଏହି ଆଠ ଦିନ ମଧ୍ୟରେ ଅନେକ କଷ୍ଟ ଦେଇଥିଲା । ତେଣୁ ତାହାକୁ ହିଁ କାଳ ମାନା ଯାଇଛି ଏବଂ ଏହି ଆଠ ଦିନରେ କୌଣସି ଶୁଭ କାର୍ଯ୍ୟ ହୁଏନାହିଁ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଭଗବାନ ଶିବଙ୍କ ତପସ୍ୟାକୁ ଭଙ୍ଗ କରିବା ପାଇଁ ଭଗବାନ ଶିବଙ୍କ ସମ୍ମୁଖରେ ଯେତେବେଳେ କାମଦେବ ପ୍ରକଟ ହେଲେ ସେତେବେଳେ କାମଦେବଙ୍କୁ ଭଗବାନ ଶିବ ଫାଲ୍ଗୁନ ମାସ ଅଷ୍ଟମୀ ତିଥିରେ ଭସ୍ମ କରି ଦେଇଥିଲେ । ସେତେବେଳେ ସାରା ଦୁନିଆରେ ଶୋକର ବାତାବରଣ ଖେଳି ଯାଇଥିଲା । ତେଣୁ ସେହି ଠାରୁ ହିଁ ଏହି ସମୟରେ ଶୁଭ ପବିତ୍ର କାର୍ଯ୍ୟ ହୋଇ ନଥାଏ । ହୋଲାଷ୍ଟକ ଦିନ କରାଯାଉଥିବା ଦାନ ଦ୍ୱାରା ସବୁ କଷ୍ଟରୁ ମୁକ୍ତି ମିଳିଥାଏ ଏବଂ ପୁଣ୍ୟ ପ୍ରାପ୍ତି ହୋଇଥାଏ । ହିନ୍ଦୁ ଧର୍ମରେ ଏହା ଶେଷ ପର୍ବ ଏବଂ ଏହିଦିନ ଭଲର ବିଜୟ ଏବଂ ଖରାପର ପରାଜୟ ହୋଇଥାଏ ଏବଂ ଏହିଦିନକୁ ଲୋକେ ବେଶ ଖୁସିରେ ପାଳନ କରିଥାନ୍ତି ।

ଏହି ଦିନ ତନ୍ତ୍ର ମନ୍ତ୍ର ମଧ୍ୟ ଅଧିକ ହୋଇଥାଏ ବୋଲି କୁହାଯାଏ । ଏହିଦିନ ଲେମ୍ବୁ ଏବଂ ସିନ୍ଦୁର ଦ୍ୱାରା ମଧ୍ୟ ଅନେକ କିଛି ଉପାୟ କରିହୁଏ । ତେବେ ହୋଲି ପୂର୍ବରୁ ଏହି ପାଞ୍ଚଟି ଜିନିଷ ଘରୁ ବାହାରକୁ ଫିଙ୍ଗି ଦେବା ଉଚିତ । ପ୍ରଥମତଃ ଯଦି ଆପଣଙ୍କ ଘରେ ଫଟା ଛିଡ଼ା ଦେବଦେବୀଙ୍କ ଫୋଟ କିମ୍ବା ଖଣ୍ଡିତ ମୂର୍ତ୍ତି ରହିଛି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ଏହାଦ୍ବାରା ଘରେ ନକରାତ୍ମକତା ବ୍ୟାପିଥାଏ ଏବଂ ଅଶୁଭ ହୋଇଥାଏ । ଏହାବ୍ୟତୀତ ଯୁଦ୍ଧ ଫୋଟ ଥିଲେ ତାହାକୁ ହଟାଇ ଦିଅନ୍ତୁ । ଫଟା ଚିରା ପୋଷାକ କିମ୍ବା ଅନ୍ୟ କପଡ଼ା ଜୋତା ଥିଲେ ତାହାକୁ ଘରୁ ବାହାର କରି ଦିଅନ୍ତୁ । ଏହାଦ୍ବାରା ଘରେ ନକରାତ୍ମକତା ଆସିଥାଏ । ଘରେ କୌଣସି ଭଙ୍ଗା ବସ୍ତୁ ଥିଲେ ତାହାକୁ ବାହାର କରି ଦିଅନ୍ତୁ ।

ଯଦି ଆପଣଙ୍କ ଘରେ କୌଣସି ତାବିଜ ଏବଂ ଯାଦୁ ମନ୍ତ୍ର କରାଯାଉଥିବା କିଛି ଜିନିଷ ରହିଛି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । କାରଣ ଏହାଦ୍ବାରା ମାନସିକ ଚିନ୍ତା ବଢ଼ିଥାଏ ଏବଂ ସମସ୍ୟା ବଢ଼ିଥାଏ । ଘରେ ବୁଢ଼ିଆଣି ଜାଲ ଥିଲେ ତାହାକୁ ହଟାଇ ଦିଅନ୍ତୁ । ନଚେତ ଏହାଦ୍ବାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ ଏବଂ ଧନର ଅଭାବ ଦେଖା ଦେଇଥାଏ । ଘରେ କଣ୍ଟା ଜାତୀୟ ଗଛ ରଖିଥିଲେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । କାରଣ ଏହାଦ୍ବାରା ଘରେ ନକରାତ୍ମକତା ଆସିଥାଏ । କିନ୍ତୁ ଆପଣ ଗୋଲାପ ଗଛ ଲଗାଇ ପାରିବେ । ପରିବାରର ସଦସ୍ୟଙ୍କ ମଧ୍ୟରେ ଖୁସିର ବାତାବରଣ ପାଇଁ ଘରେ କୌଣସି ଧାତୁର ପିରାମିଡ ରଖନ୍ତୁ । ଏହାଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *