Excuse Me Odisha

ଯାହା କହିବୁ ସତ କହିବୁ

ହୋଲି ଦିନ ଭୁଲରେ ମଧ୍ୟ ଏହି ଦୁଇଟି ତରକାରୀ ରାନ୍ଧନ୍ତୁ ନାହିଁ, ନଚେତ ହୋଲିକା ଦେବୀ ହୋଇଯିବେ କ୍ରୋଧିତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହୋଲି ରଙ୍ଗର ପର୍ବ ଅଟେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ହୋଲି ଦିନ ଏପରି କେଉଁ ଉପାୟ କଲେ ଆପଣ ଲାଭବାନ ହୋଇ ପାରିବେ। ହୋଲି ପାରମ୍ପାରିକ ରୂପରେ ତିନୋଟି ଚରଣରେ ପାଳନ କରାଯାଇଥାଏ। ପ୍ରଥମେ ହୋଲାଷ୍ଟକ ଫାଲଗୁନ ମାସ ଅଷ୍ଟମୀ ତିଥିରେ ହୋଇଥାଏ। ମାନ୍ୟତା ରହିଛି କି, ଏହି ଆଠ ଦିନରେ ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ ନୁହେଁ।

ତାପର ଦିନ ହୋଲିକା ଦହନ ପର୍ବ ପାଳିତ ହୋଇଥାଏ। ୬ ମାର୍ଚ୍ଚ ୨୦୨୩ ଦ୍ବିପ୍ରହର ୨:୪୭ରୁ ହୋଲିକା ଦହନ ଆରମ୍ଭ ହେବ ଏବଂ ଏହାର ସମାପନ ୭ ମାର୍ଚ୍ଚ ୨୦୨୩ ସନ୍ଧ୍ୟା ୪ ଘଟିକା ୪୯ ମିନିଟରେ ହେବ। କିନ୍ତୁ ଏହିଦିନ ଭଦ୍ରା ନକ୍ଷତ୍ରର ପ୍ରଭାବ ରହିବ। ତେଣୁ ଏହିଦିନ ହୋଲିକା ଦହନ ପର୍ବ ପାଳନ କରାଯିବ। ତାପରଦିନ ଅର୍ଥାତ୍ ୮ ମାର୍ଚ୍ଚ ୨୦୨୩ ବୁଧବାର ଦିନ ହୋଲି ପର୍ବ ପାଳିତ ହେବ। ତେବେ ଆସନ୍ତୁ ଜାଣିବା ହୋଲି ପର୍ବ ଦିନ ଏଭଳି କେଉଁ ଜିନିଷ ରହିଛି, ଯାହାକୁ ସେବନ କରିବା ଆବଶ୍ୟକ। ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କୁ କେହି ମଧ୍ୟ ଧନୀ ହେବାରୁ ଅଟକାଇ ପାରିବେ ନାହିଁ।

ହୋଲିକା ଦହନ ପରେ ହୋଲିର ପାଉଁଶକୁ ଦେବୀଙ୍କ ଆଶୀର୍ବାଦ ଭାବି ନିଶ୍ଚିତ ଭାବରେ ଅଳ୍ପ ଖାଆନ୍ତୁ। ଏହାଦ୍ବାରା ଆପଣଙ୍କ ମଧ୍ୟରେ ରହିଥିବା ନକାରାତ୍ମକ ଶକ୍ତି ଦୂର ହୋଇଯିବ ଏବଂ ଆପଣ ଗୋଟେ ଉତ୍ତମ ଜୀବନର କାମନା କରି ପାଇବେ। ହୋଲି ଦିନ ଆପଣ ଗୁଜିଆ ନିଶ୍ଚିତ ଭାବରେ ସେବନ କରନ୍ତୁ। ହୋଲି ଦିନ ହୋଲିକା ଦେବୀଙ୍କୁ ଆଖୁ ଅର୍ପଣ କରନ୍ତୁ। ତାପରେ ଆପଣ ଏହାକୁ ସେବନ କରନ୍ତୁ। ଏହାଦ୍ବାରା ସୋନଙ୍କ ଉପରେ ସର୍ବଦା ସକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ପାଇବ।

ହୋଲି ଦିନ ଏହି ତିନୋଟି ଜିନିଷ କେବେବି ଅର୍ପଣ କରିବା ଉଚିତ ନୁହେଁ। ନଚେତ ଆପଣ ଖୁବ୍ ଶୀଘ୍ର ହୋଇଯିବେ ବର୍ବାଦ। ଶାସ୍ତ୍ର ଅନୁସାରେ ହୋଲିକା ଦହନରେ ଭାଙ୍ଗି ଯାଇଥିବା ଆଖୁ ଅର୍ପଣ କରିବା ଉଚିତ ନୁହେଁ। ଏହାସହିତ ଭଗବାନଙ୍କ ପାଖରେ ମଧ୍ୟ ଭାଙ୍ଗି ଯାଇଥିବା ବା ଖରାପ ହୋଇ ଯାଇଥବା ଆଖୁ ଅର୍ପଣ କରନ୍ତୁ ନାହିଁ, ନଚେତ ଦେବୀ ହୋଲିକା ଆପଣଙ୍କୁ ଅଭିଶାପ ଦେଇ ପାରନ୍ତି। ଶାସ୍ତ୍ରରେ କୁହାଯାଇଛି କି, ହୋଲିକା ଅଗ୍ନିରେ ସମସ୍ତ ପବିତ୍ର ଜିନିଷ ଅର୍ପଣ କରାଯାଇଥାଏ।

ହୋଲିକା ଅଗ୍ନିରେ କେବେବି ପାଣି ଥିବା ନଡ଼ିଆ ଅର୍ପଣ କରିବା ଉଚିତ ନୁହେଁ। ହୋଲିକା ଅଗ୍ନିରେ ସର୍ବଦା ଶୁଖିଲା ନଡ଼ିଆ ଅର୍ପଣ କରନ୍ତୁ। ଶୁଖିଲା ନଡ଼ିଆ ଅର୍ପଣ କରିବା ଦ୍ୱାରା ଅଗ୍ନି ଦେବ ପ୍ରସନ୍ନ ହେବା ସହିତ ଦେବୀ ହୋଲିକା ଆପଣଙ୍କର ସମସ୍ତ ଦୁଃଖକଷ୍ଟ ହରଣ କରି ନେଇଥାନ୍ତି। ହୋଲିକା ଅଗ୍ନିରେ ଆପଣ ଗହମ, ଧାନ ଆଦି ଅର୍ପଣ କରି ପାରିବେ। ଏହି ଦିନ ଗାଈକୁ ଭୋଜନ କରାଇବା ଦ୍ଵାରା ଜନ୍ମ ଜନ୍ମର ପାପ କ୍ଷୟ ହୋଇ ଯାଇଥାଏ। ହୋଲିକା ଅଗ୍ନିର ପାଉଁଶକୁ ଘରେ ସମ୍ଭାଳି ରଖନ୍ତୁ। ଯଦି ଛୋଟ ପିଲାଙ୍କୁ ନଜର ଲାଗି ଯାଇଛି, ତାହେଲେ ଏହାର ଟିକା ଆପଣ ପିଲାଙ୍କ ମଥାରେ ଲଗାଇ ଦିଅନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆପଣ ସୁଫଳ ପାଇବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *