Excuse Me Odisha

ଯାହା କହିବୁ ସତ କହିବୁ

ରାସ୍ତାରେ ପଡ଼ିଥିବା ଟଙ୍କା ଉଠାଇବା, କଣ ଅଟେ ଏହାର ରହସ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ରାସ୍ତାରେ ଚାଲୁଥିବା ସମୟରେ ବେଳେବେଳେ ଆମେ ନୋଟ ବା ମୁଦ୍ରା ପଡିଥିବାର ଦେଖି ଥାଉ। ଏଭଳି ପ୍ରକାରର ମୁଦ୍ରା ମିଳିବା ଦ୍ଵାରା ଅଧିକାଂଶ ଲୋକେ ଖୁସି ହୋଇ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ବୋଲି ମାନି ଥାଆନ୍ତି। କିନ୍ତୁ ରାସ୍ତାରେ ଟଙ୍କା ମିଳିବା କୌଣସି ସାଧାରଣ କଥା ନୁହେଁ।

ଏଭଳି ପ୍ରକାରର ଟଙ୍କା ମିଳିବା ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣା ଗୁଡ଼ିକର ସଂକେତ ଦେଇଥାଏ। ବେଳେବେଳେ ଆମେ ଚିନ୍ତାରେ ପଡ଼ି ଯାଇଥାଉ କି ରାସ୍ତାରେ ପଡ଼ିଥିବା ଟଙ୍କାକୁ କଣ କରିବା ଆବଶ୍ୟକ। ଆଜି ଆମେ ଆପଣଙ୍କୁ ରାସ୍ତାରେ ପଡ଼ିଥିବା ଟଙ୍କାକୁ ଉଠାଇଲେ ଶୁଭ ହୋଇଥାଏ ନା ଅଶୁଭ ହୋଇଥାଏ, ସେହି ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ।

ଯଦି ରାସ୍ତାରେ ଆପଣଙ୍କୁ ମୁଦ୍ରା ମିଳୁଛି, ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ଅଟେ। ଅର୍ଥକୁ ବ୍ୟକ୍ତିର ଶକ୍ତି ସହିତ ତୁଳନା କରାଯାଇଥାଏ। ଆଜିକାଲି ଯାହା ପାଖରେ ଅଧିକ ଧନ ସଂପତ୍ତି ରହିଛି, ସେ ହିଁ ଶକ୍ତିଶାଳୀ ହୋଇଥାନ୍ତି। ଯଦି ଆପଣ କୌଣସି କାର୍ଯ୍ୟରେ ବାହାର ସ୍ଥାନକୁ ଯାଉଛନ୍ତି ଏବଂ ରାସ୍ତାରେ ଆପଣଙ୍କୁ ମୁଦ୍ରା ମିଳୁଛି, ତାହେଲେ ବୁଝି ଯାଆନ୍ତୁ କି, ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହେବ। ଏହାସହିତ ଆପଣଙ୍କୁ କୌଣସି ଶୁଭ ସୂଚନା ମିଳିପାରେ।

ଯଦି ଆପଣଙ୍କୁ ରାସ୍ତାରେ ଯାଉଥିବା ସମୟରେ ମୁଦ୍ରା ମିଳୁଛି, ତାହେଲେ ଆପଣ ଏହାକୁ ଘରକୁ ଆଣି ପ୍ରଥମେ ପୂଜାର୍ଚ୍ଚନା କରନ୍ତୁ। ତାପରେ ଏହାକୁ ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ କେବେବି ଆର୍ଥିକ ଅଭାବ ରହିବ ନାହିଁ। ଯଦି ଆପଣଙ୍କୁ ରାସ୍ତାରେ ନୋଟ ମିଳୁଛି, ତାହେଲେ ଏହାକୁ ନିଜ ପାଖରେ ରଖନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଏହାକୁ କେବେବି ଘରକୁ ଆଣିବେ ନାହିଁ। ନଚେତ ଆପଣଙ୍କୁ ଘୋର ବିପତ୍ତିର ସାମ୍ନା କରିବାକୁ ପଡିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *