Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଗୋଟେ କର୍ପୂର ଓ ଲବଙ୍ଗ ନେଇ କରନ୍ତୁ ଏହି ଖାସ ଉପାୟ, ବଦଳି ଯିବ ଆପଣଙ୍କ ଭାଗ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବୀ ଓ ଦେବତାଙ୍କୁ ସମର୍ପିତ ଅଟେ। ଶନିବାର ଦିନ ଶନି ଗ୍ରହକୁ ସମର୍ପିତ ଅଟେ। ଏହିଦିନ ବ୍ରତ ଉପବାସ କରିବା ଦ୍ଵାରା ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ତେଣୁ ଶନିବାର ଦିନ ବ୍ରତ ଉପବାସ କରି ଅନେକ ପୁଣ୍ୟ ଫଳ ପ୍ରାପ୍ତି କରି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଛୋଟ ଛୋଟ ସମସ୍ୟାରୁ ବାହାରିବା ପାଇଁ ଅନେକ ଉପାୟ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଶନିବାର ଦିନ କିଛି ପ୍ରୟୋଗ କରାଯାଇଥାଏ। ଏହି ଉପାୟକୁ ପ୍ରୟୋଗ କରି ଜୀବନରେ ସୁଖଶାନ୍ତି, ଧନସମ୍ପତ୍ତି ବୃଦ୍ଧି କରି ପାରିବେ। ଋଣରୁ ମୁକ୍ତି ପାଇବା ପାଇଁ ଆପଣ ଗୋଟେ ନଡ଼ିଆକୁ ଫାଳ କରି ସେଥିରେ ଚିନି ଭରି ଦିଅନ୍ତୁ।ତାପରେ ଏହାକୁ ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ମାଟି ଖୋଲି ପୋତି ଦିଅନ୍ତୁ। ଏହି ଉପାୟ କରିବା ପରେ ଆପଣ ସିଧା ଘରକୁ ପଳେଇ ଆସନ୍ତୁ। କିନ୍ତୁ ପଛକୁ ବୁଲି ଦେଖନ୍ତୁ ନାହିଁ। ଏହି ଉପାୟକୁ ଆପଣ ତିନୋଟି ଶନିବାର ପର୍ଯ୍ୟନ୍ତ କରନ୍ତୁ।

ତାପରେ ଦେଖିବେ ଆପଣଙ୍କର ସବୁ ଋଣ ପରିଶୋଧ ହୋଇଯିବ। ଶନିବାର ଦିନ ଆପଣ ଘରେ ଫିଟିକିରି ମିଶା ପାଣି ଓ ଲୁଣ ମିଶା ପାଣିରେ ପୋଛା ଲଗାଇବା ଆବଶ୍ୟକ। ଏହାଦ୍ବାରା ଘରୁ ନକାରାତ୍ମକ ଶକ୍ତି ଓ କ୍ଳେଶ ଦୂର ହୋଇଥାଏ। ଯଦି ଆପଣଙ୍କ ଭାଗ୍ୟ ଆପଣଙ୍କ ସପକ୍ଷରେ ରହୁ ନାହିଁ ଏବଂ କଠିନ ପରିଶ୍ରମ କରିବା ପରେ ମଧ୍ୟ ଆପଣ ସଫଳ ହେଉ ନାହାନ୍ତି, ତାହେଲେ ଏହି ଖାସ ଉପାୟ କରନ୍ତୁ।

ଉପାୟ ହେଉଛି ଶନିବାର ଦିନ ପ୍ରଭୁ ହନୁମାନଙ୍କ ସାମ୍ନାରେ ଚାରିମୁଖି ଦୀପ ପ୍ରଜ୍ବଳନ କରନ୍ତୁ ଏବଂ ହନୁମାନ ଚାଳିଶା ପାଠ କରନ୍ତୁ। ପ୍ରତ୍ୟେକ ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ଗୋଟେ ଲୋଟା ଜଳରେ ଅଳ୍ପ କଳା ତିଳ ପକାଇ ଅର୍ପଣ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ଗ୍ରହ ଦୋଷ ଦୂର ହୋଇଯିବ। ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ତିଳର ତେଲ ପ୍ରଜ୍ବଳନ କରନ୍ତୁ। ଏହାଦ୍ବାରା ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ଏବଂ ଶାରୀରିକ ବାଧା ବିଘ୍ନ ଦୂର ହୋଇଯିବ।

ଯଦି ଆପଣ ନୂଆ ଗୃହ ପ୍ରବେଶ କରୁଛନ୍ତି, ତାହେଲେ ଲୁହାର ଦୀପରେ ସୋରିଷ ତେଲ ଦେଇ ଜଳାନ୍ତୁ। ଏହି ଦୀପକୁ ଆପଣ ଲାଜକୁଳୀ ଲତା ଗଛ ତଳେ ମଧ୍ୟ ଜଳାଇ ପାରିବେ। ଶନିବାର ଦିନ ସନ୍ଧ୍ୟା ସମୟରେ ଆପଣ କଳା କପଡ଼ାରେ ଚାଉଳ ବାନ୍ଧି ଦିଅନ୍ତୁ। ଏହାକୁ ଶନି ମନ୍ଦିରରେ ଅର୍ପଣ କରନ୍ତୁ ଏବଂ ସୋରିଷ ତେଲର ଦୀପ ପ୍ରଜ୍ବଳନ କରନ୍ତୁ। ପରଦିନ ଏହି ପୋଟଳୀକୁ କୌଣସି ନଦୀ ବା ପୋଖରୀରେ ପ୍ରବାହିତ କରି ଦିଅନ୍ତୁ। ଏହି ଉପାୟ କରିବା ଦ୍ବାରା ଆପଣଙ୍କ ଜୀବନରେ ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *