Excuse Me Odisha

ଯାହା କହିବୁ ସତ କହିବୁ

ଅଟାରେ ଏହି ଜିନିଷ ମିଶାଇ ଦିଅନ୍ତୁ, ରାତାରାତି ହୋଇଯିବେ କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଏହି ସଂସାରରେ ଏଭଳି କୌଣସି ବ୍ୟକ୍ତି ନାହାନ୍ତି, ଯାହାଙ୍କୁ ଅର୍ଥର ଆବଶ୍ୟକତା ନାହିଁ। ସମସ୍ତେ ସୁଖ ସୁବିଧାରେ ରହିବାକୁ ପସନ୍ଦ କରିଥାନ୍ତି। ଅଧିକ ଧନ ଉପାର୍ଜନ କରିବା ପାଇଁ ଆଜିକାଲି ବିଭିନ୍ନ ଲୋକେ ଅନେକ ପ୍ରକାରର ଉପାୟ ପ୍ରୟୋଗ କରୁଛନ୍ତି। ଆଉକିଛି ଲୋକଙ୍କ ପାଖରେ କଠିନ ପରିଶ୍ରମ କରି ମଧ୍ୟ ଅର୍ଥ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହି ପାରେ ନାହିଁ। ତେବେ ଆସନ୍ତୁ ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ କେଉଁ ଉପାୟ କରିବେ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

କହିବାକୁ ଗଲେ କଠିନ ପରିଶ୍ରମ ନକଲେ ଅର୍ଥ ଉପାର୍ଜନ କରି ହେବ ନାହିଁ। କିନ୍ତୁ କଠିନ ପରିଶ୍ରମ କରି ଆଉ କିଛି ଖାସ ଉପାୟ ମଧ୍ୟ କଲେ ଆପଣ ଲାଭବାନ ହୋଇ ପାରିବେ। ଅଟାକୁ ନେଇ ଆପଣ ଅନେକ ଲାଭ ପ୍ରାପ୍ତ କରି ପାରିବେ। ବେଳେବେଳେ ଆମ ଦ୍ଵାରା କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାଦ୍ଵାରା ଆପଣଙ୍କୁ ଅନେକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହାସହିତ ଆପଣଙ୍କର ଅନ୍ୟ ଇଛା ସବୁ ପୂରଣ ହୋଇ ନଥାଏ।

ଯଦି ଆପଣଙ୍କ ଘରେ ଆୟ କରୁଥିବା ବ୍ୟକ୍ତିଙ୍କର କିଛି ସମସ୍ୟା ଦେଖା ଦେଇଥାଏ, ତାହେଲେ ଅନେକ କଠିନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ତେଣୁ ଆପଣଙ୍କୁ ଏହି ଉପାୟ ଗୁଡ଼ିକ କରିବା ଉଚିତ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ଆପଣଙ୍କର କେବେବି ଅର୍ଥର ଅଭାବ ରହିବ ନାହିଁ। ଶନିବାର ଦିନ ଆପଣ ଘରେ ଗହମ ପେଶନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ।ଗହମ ପେଶିବା ସମୟରେ ଧ୍ୟାନ ରଖନ୍ତୁ କି, ସେଥିରେ ଅଳ୍ପ କଳା ଚଣା ମିଶାଇ ଦିଅନ୍ତୁ। ଏହାଦ୍ବାରା ଗୁରୁ ଗ୍ରହ ସୁଦୃଢ ରହିଥାଏ।

କହିବାକୁ ଗଲେ ଗୁରୁ ଗ୍ରହ ସୁଦୃଢ ରହିଲେ, ସୁଖଶାନ୍ତି, ଧନସମ୍ପତ୍ତି, ବୈଭବ ପ୍ରାପ୍ତି ହୋଇଥାଏ। ଅଟା ବସିବା ସମୟରେ ଅଳ୍ପ କଳା ଚଣା, ଅଳ୍ପ କେଶର ମିଶାଇ ଦିଅନ୍ତୁ। ଏହି ଅଟାରେ ପ୍ରସ୍ତୁତ ହୋଇଥିବା ରୁଟି ପରିବାର ଲୋକେ ଖାଇଲେ ପରିବାର ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସ୍ନେହ ଭାବନା ଜାଗ୍ରତ ହେବ। ଯଦି ଆପଣଙ୍କୁ ଚାକିରି ମିଳୁ ନାହିଁ ବା ବିବାହରେ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି, ତାହେଲେ ଚକଟି ଥିବା ଅଟାରେ ଅଳ୍ପ ହଳଦୀ ମିଶାଇ ରୁଟି ପ୍ରସ୍ତୁତ କରନ୍ତୁ। ଏହାକୁ ଆପଣ ଗାଈକୁ ଖାଇବାକୁ ଦିଅନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ପ୍ରାପ୍ତ ହେବ।

ଗାଈର ସେବା କରିବା ଦ୍ୱାରା ରୁଟି , ଗୁଡ଼ ଆଦି ଖାଇକୁ ଦେଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଶନି ଦୋଷରୁ ମୁକ୍ତି ପାଇବା ପାଇଁ ଅଧିକାଂଶ ଲୋକେ ବିଭିନ୍ନ ଉପାୟ କରିଥାନ୍ତି। ଶନି ଦୋଷରୁ ରକ୍ଷା ପାଇବା ପାଇଁ ଆପଣ ରୁଟିରେ ଅଳ୍ପ ସୋରିଷ ତେଲ ଲଗାଇ କଳା କୁକୁରକୁ ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଆପଣ ଗ୍ରହ ଦୋଷରୁ ମୁକ୍ତି ପାଇ ଯିବେ। ଯଦି ଆପଣ ଋଣ ବୋଝରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ଅଟା ଚକଟିବା ସମୟରେ ଅଳ୍ପ ସୋରିଷ ତେଲ ପକାଇ ଦିଅନ୍ତୁ। ତାପରେ ରୁଟି ପ୍ରସ୍ତୁତ କରି କଳା କୁକୁରକୁ ଖାଇବାକୁ ଦେଇ ଦିଅନ୍ତୁ। ଦେଖିବେ ଆପଣ ସମସ୍ତ ଋଣରୁ ମୁକ୍ତି ପାଇ ଯିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *