Excuse Me Odisha

ଯାହା କହିବୁ ସତ କହିବୁ

ଘର ମନ୍ଦିରରେ ଏହି ତିନୋଟି ଜିନିଷ ଥିଲେ ତୁରନ୍ତ ହଟାଇ ଦିଅନ୍ତୁ । ନଚେତ ହୋଇଯିବେ ବର୍ବାଦ ।

ସେୟାର୍ କରନ୍ତୁ

ଘରେ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ପୂଜା ପଦ୍ଧତି କରିବା ଏବଂ ପୂଜା ଘରେ କିଛି ବିଶେଷ ଜିନିଷ ପ୍ରତି ନିହାତି ଧ୍ୟାନ ଦେବା ଆବଶ୍ୟକ । ପ୍ରତ୍ୟେକ ହିନ୍ଦୁ ଘରେ ଗୋଟିଏ ପୂଜା ଘର ରହିବା ନିତାନ୍ତ ଜରୁରୀ ଅଟେ । ପୂଜାଘରେ ଲୋକେ ଦେବଦେବୀଙ୍କ ମୂର୍ତ୍ତି କିମ୍ବା ଫୋଟ ବ୍ୟତୀତ ପୂଜାରେ ଲାଗୁଥିବା ଅନେକ ଜିନିଷ ମଧ୍ୟ ରଖିଥାନ୍ତି ।

କିନ୍ତୁ କିଛି ଏପରି ଜିନିଷ ଅଛି ଯାହାକୁ ପୂଜାଘରେ ରଖିବା ଦ୍ୱାରା ନକରାତ୍ମକତା ସୃଷ୍ଟି ହୋଇଥାଏ ଏବଂ ଜୀବନ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଅନେକ ଲୋକ ଏଭଳି ଅନେକ ଜିନିଷ ରଖି ତାହାକୁ ଧାର୍ମିକ ଭାବି ତାହାର ପୂଜା କରିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଜିନିଷ ଠାକୁର ଘରେ ରଖିବା ଦ୍ୱାରା ପାପ ହୋଇଥାଏ । ଯେଉଁ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧ . ଦୀପ ଏବଂ ଧୂପଦାନୀ:-

ଭାରତୀୟ ପରମ୍ପରା ମାଟି ସହିତ ଜଡ଼ିତ ଅଛି । ତେଣୁ ଘରେ ମାଟିର ଏକ ଦୀପ ନିଶ୍ଚୟ ରହିବା ଉଚିତ । ନଚେତ ଆପଣ ଧାତୁ ନିର୍ମିତ ଦୀପ ମଧ୍ୟ ଜାଳି ପାରିବେ । ନଚେତ ଆପଣ ଚାହିଁଲେ ଗୋବର ଘଷି ଉପରେ ଧୂପ ଜାଳି ପାରିବେ । ଏହା କରିବା ଶୁଭ ହୋଇଥାଏ ।

୨ . ସ୍ୱସ୍ତିକ:-

ସ୍ୱସ୍ତିକ ଚିହ୍ନ ଅତ୍ୟନ୍ତ ପବିତ୍ର ହୋଇଥାଏ । ପ୍ରାୟ ସବୁ ଶୁଭ କାର୍ଯ୍ୟ ସମୟରେ ସ୍ୱସ୍ତିକ ଚିହ୍ନ ନିଶ୍ଚିତ କରାଯାଏ । ସ୍ୱସ୍ତିକ ଚିହ୍ନ ଘରର ପୂଜା ଘରେ କିମ୍ବା ଘର ଦ୍ୱାରରେ ରଖିବା ଉଚିତ । ଯାହାଦ୍ୱାରା ଘରେ ସୁଖ ସମୃଦ୍ଧି ସୌହାର୍ଦ୍ଦ୍ୟ ବଜାୟ ରହେ ।

୩ . କଳସ:-

କଳସ ସୁଖ ସମୃଦ୍ଧିର ପ୍ରତୀକ ଅଟେ । କଳସ ପୂଜା ଘରେ ରଖି ତାହା ଉପରେ ସ୍ୱସ୍ତିକ ଚିହ୍ନ କଲେ ଘରେ ସୁଖ ସମୃଦ୍ଧି ସବୁବେଳେ ବଜାୟ ରହିଥାଏ ।

୪ . ଶଙ୍ଖ:-

ଶାସ୍ତ୍ର ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଶଙ୍ଖର ଉତ୍ପତ୍ତି ହୋଇଥିଲା । ଶଙ୍ଖ ୪ ରତ୍ନରେ ତିଆରି । ଯାହାକି ମାତା ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ । ଘରର ପୂଜା ଘରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ ଅଟେ । ଏହାବ୍ୟତୀତ ଶଙ୍ଖର ନାଦ ଦ୍ୱାରା ସକାରାତ୍ମକ ଶକ୍ତିର ଉତ୍ପତ୍ତି ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରେ କେବେବି ଧନର ଅଭାବ ହୁଏନାହିଁ ।

୫ . ଘଣ୍ଟି:-

ଘଣ୍ଟି ଅତ୍ୟନ୍ତ ଶୁଭ ହୋଇଥାଏ । ଘରର ପୂଜା ଘରେ ଘଣ୍ଟି ବଜାଇଲେ ଘରର ବାତାବରଣ ଶୁଦ୍ଧ ହୋଇଥାଏ ଏବଂ ସବୁ ନକରାତ୍ମକତା ନଷ୍ଟ ହୋଇଥାଏ । ଘରେ ଘଣ୍ଟି ବଜାଇଲେ ଘରର ଆଖପାଖର ବାତାବରଣ ମଧ୍ୟ ଶୁଦ୍ଧ ହୋଇଥାଏ । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ସବୁବେଳେ ବଜାୟ ରହିଥାଏ ।

ଏହିସବୁ ଜିନିଷ ଘରର ପୂଜାଘରେ ରଖିବା ଉଚିତ ନୁହେଁ ।

୧ . ବିଷମ ସଂଖ୍ୟାରେ ଗଣେଶ ମୂର୍ତ୍ତି:-

ଘରର ପୂଜା ଘରେ କେବେବି ବିଷମ ସଂଖ୍ୟାରେ ଗଣେଶ ମୂର୍ତ୍ତି ରଖିବା ଉଚିତ ନୁହେଁ । ମନ୍ଦିରରେ କେବଳ ଦୁଇଟି ଗଣେଶ ମୂର୍ତ୍ତି ରଖନ୍ତୁ , ଯାହାକି ଶୁଭ ହୋଇଥାଏ । ଯଦି ଆପଣ ନିଜର ମଙ୍ଗଳ ଚାହୁଁଛନ୍ତି ତେବେ ନିଜ ଘରର ଦ୍ୱାରରେ ଗଣେଶ ମୂର୍ତ୍ତି ବାହାର ଦିଗକୁ ଲଗାନ୍ତୁ । କାରଣ ଭଗବାନ ଗଣେଶଙ୍କ ପିଠିରେ ଦାରିଦ୍ର୍ୟତା ଥାଏ ।

୨ . ଭଙ୍ଗା ଚାଉଳ:-

ଘରର ମନ୍ଦିରରେ କେବେ ଭଙ୍ଗା ଚାଉଳ ରଖନ୍ତୁ ନାହିଁ । ନଚେତ ଏହା ନକରାତ୍ମକ ଶକ୍ତି ବ୍ୟାପ୍ତ କରିଥାଏ । ମନ୍ଦିରରେ ରଖିଥିବା ଚାଉଳର ଉପଯୋଗ ହଳଦୀ ମିଶାଇ କରନ୍ତୁ । ଯାହାଦ୍ୱାରା ଆପଣଙ୍କୁ ଅଧିକ ଶୁଭ ଫଳ ପ୍ରାପ୍ତ ହେବ ।

୩ . ପୂର୍ବଜଙ୍କ ଫୋଟ:-

ଯଦି ଆପଣ ନିଜ ଘରର ମନ୍ଦିରରେ ପୂର୍ବଜଙ୍କ ଫୋଟ ରଖିଛନ୍ତି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । କାରଣ ବାସ୍ତୁ ଅନୁଯାୟୀ ପୂଜାଘରେ ମୃତ ପରିଜନଙ୍କ ଫୋଟ ଲଗାଇବା ଅଶୁଭ ହୋଇଥାଏ । ମୃତ ପରିଜନ ସମ୍ମାନୀୟ ଅଟନ୍ତି କିନ୍ତୁ ସେମାନେ ଦେବତା ସମାନ ହୋଇ ନଥାନ୍ତି । ଏହି ଫୋଟ ଘରର ପୂଜା ଘରେ ରଖିବା ଦ୍ୱାରା ଘରର ବାତାବରଣ ନକରାତ୍ମକ ହୋଇଥାଏ । ଅନେକ ଲୋକ ସାଧୁ ସନ୍ଥଙ୍କ ଫୋଟ ପୂଜା ଘରେ ରଖନ୍ତି । ଯାହା ମଧ୍ୟ ଉଚିତ ନୁହେଁ ।

୪ . ଭୈରବ ଏବଂ ଶନିଦେବଙ୍କ ମୂର୍ତ୍ତି:-

ଘରର ପୂଜାଘରେ ଭୈରବ ଏବଂ ଶନିଦେବଙ୍କ ମୂର୍ତ୍ତି ଆଦୋୖ ରଖିବା ଉଚିତ ନୁହେଁ । ଏହାବ୍ୟତୀତ ମାତା କାଲି ଏବଂ ମାତା ଲକ୍ଷ୍ମୀଙ୍କର ଛିଡ଼ା ହୋଇଥିବା ମୂର୍ତ୍ତି ମଧ୍ୟ ରଖନ୍ତୁ ନାହିଁ ।ଘରର ପୂଜାଘରେ ଗଙ୍ଗା ଜଳ ରହିବା ନିତାନ୍ତ ଜରୁରୀ ଅଟେ । ଏହାଦ୍ବାରା ଘରର ଶୁଦ୍ଧତା ବଜାୟ ରହିବ ଏବଂ ଆପଣଙ୍କୁ ଆପଣଙ୍କ ପୂଜାର ଶୁଭ ଫଳ ପ୍ରାପ୍ତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *