Excuse Me Odisha

ଯାହା କହିବୁ ସତ କହିବୁ

ଆଜି (ସୋମବତୀ ଅମାବାସ୍ୟା)ରାତିରେ ଚୁପଚାପ ଏହି ସ୍ଥାନରେ ରଖି ଦିଅନ୍ତୁ ୧୦ ଟଙ୍କା, ରାତାରାତି ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଫାଲଗୁନ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିକୁ ସୋମବତୀ ଅମାବାସ୍ୟା ବୋଲି କୁହାଯାଏ। ଏହି ଅମାବାସ୍ୟାକୁ ଧାର୍ମିକ ମାନ୍ୟତା ଅନୁସାରେ ଅତ୍ୟନ୍ତ ଶୁଭ ମାନା ଯାଇଛି। ମାନାଯାଇଥାଏ କି ଏହି ଅମାବାସ୍ୟା ଦିନ ପିତୃପୁରୁଷ ପୃଥିବୀ ପୃଷ୍ଠକୁ ଆସି ତାଙ୍କ ପ୍ରିୟଜନଙ୍କ ଠାରୁ ପିଣ୍ଡ ଗ୍ରହଣ କରିଥାନ୍ତି। ଏହି ଅମାବାସ୍ୟା ଅତ୍ୟନ୍ତ ଶୁଭ ଓ ପବିତ୍ର ହୋଇଥାଏ।

ମାନ୍ୟତା ରହିଛି କି ସୋମବତୀ ଅମାବାସ୍ୟା ଦିନ କରାଯାଇଥିବା ଶୁଭ କାର୍ଯ୍ୟର ସୁଫଳ ପ୍ରାପ୍ତି ହୋଇଥାଏ। ଏହିଦିନ ଭଗବାନ ଶିବ ଓ ଦେବୀ ପାର୍ବତୀ ଏବଂ ବରଗଛର ପୂଜାର୍ଚ୍ଚନା କରାଯାଇଥାଏ। କହିବାକୁ ଗଲେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ଭଗବାନ ବିଷ୍ଣୁଙ୍କୁ ଆରାଧନା କରାଯାଇଥାଏ। କିନ୍ତୁ ସୋମବାର ପଡୁ ଥିବାରୁ ଏହିଦିନ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କର ମଧ୍ୟ ପୂଜାର୍ଚ୍ଚନା ବିଧି ରହିଛି।

ସୋମବତୀ ଅମାବାସ୍ୟା ଦିନ ଆପଣ ପୂର୍ବପୁରୁଷଙ୍କୁ ତର୍ପଣ ବା ପିଣ୍ଡଦାନ ଦିଅନ୍ତୁ। ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ପିତୃପୁରୁଷଙ୍କ ନାମରେ ମଧ୍ୟ ଜଳ ଅର୍ପଣ କରନ୍ତୁ। ପିତୃପୁରୁଷ ଆପଣଙ୍କ ଉପରେ ସନ୍ତୁଷ୍ଟ ହେଲେ, ଆପଣଙ୍କ ଜୀବନରେ କେବେବି ଦୁଃଖକଷ୍ଟ ଆସିବ ନାହିଁ। ଏହାସହିତ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଏହି ଅମାବାସ୍ୟା ଦିନ ଆପଣ ଅଶ୍ୱତ୍ଥ ଗଛ ମୂଳରେ ଘିଅର ଦୀପ ପ୍ରଜ୍ବଳନ କରି ପରିକ୍ରମା କରନ୍ତୁ। ଏହା ଅତ୍ୟନ୍ତ ଶୁଭ ଫଳଦାୟୀ ମାନା ଯାଇଥାଏ।

ଯଦି ଆପଣଙ୍କୁ ଅନେକ ଆର୍ଥିକ ସଙ୍କଟର ମୁକାବିଲା କରିବାକୁ ପଡୁଛି ବା କୌଣସି କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି, ତାହେଲେ ଆପଣ ସୋମବତୀ ଅମାବାସ୍ୟା ଦିନ ଶିବଲିଙ୍ଗ ଉପରେ କଞ୍ଚା କ୍ଷୀର, ଦହି,ମହୁ ଅଭିଷେକ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ସୋମବତୀ ଅମାବାସ୍ୟା ଦିନ ଗୋଟେ ଏକ ଟଙ୍କିଆ ମୁଦ୍ରାକୁ ନେଇ କେଉଁ ଉପାୟ କରିବା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ, ଆସନ୍ତୁ ଜାଣିବା।

ପ୍ରଥମ ଉପାୟ ହେଉଛି ସୋମବତୀ ଅମାବାସ୍ୟା ଦିନ ଆପଣ କୌଣସି ପୋଖରୀ ବା କୂଅରେ ଗୋଟେ ଚାମୋଚ କଞ୍ଚା କ୍ଷୀର ଓ ଗୋଟେ ଚାମୋଚ କଳା ତିଳ ପକାଇ ଦିଅନ୍ତୁ। ଦିତୀୟ ଉପାୟ ହେଉଛି ଗୋଟେ ଏକ ଟଙ୍କା ମୁଦ୍ରା ଏବଂ ଗୋଟେ ଲମ୍ବା ଲାଲ ସୂତା ନିଅନ୍ତୁ। ଏହାକୁ ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ରଖି ଶୁଅନ୍ତୁ। ତାପରେ ପରଦିନ ସକାଳେ ସେହି ସୂତାକୁ ଅଶ୍ୱତ୍ଥ ଗଛ ମୂଳରେ ଅର୍ପଣ କରି ଦିଅନ୍ତୁ ଏବଂ ଏକ ଟଙ୍କା ମୁଦ୍ରାକୁ କୌଣସି ମନ୍ଦିରରେ ଦାନ କରି ଦିଅନ୍ତୁ। ଦେଖିବେ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କ କୃପା ଦୃଷ୍ଟି ରଖିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *