Excuse Me Odisha

ଯାହା କହିବୁ ସତ କହିବୁ

୨୦ ଫେବୃୟାରୀ ସୋମବତୀ ଅମାବାସ୍ୟା ଦିନ ଚୁପଚାପ କୁକୁରକୁ ଖାଇବାକୁ ଦିଅନ୍ତୁ ଏହି ଗୋଟେ ଜିନିଷ, ଘରୁ ଦୂର ହୋଇଯିବ ଦାରିଦ୍ର୍ୟତା

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶାସ୍ତ୍ରରେ ସୋମବତୀ ଅମାବାସ୍ୟାକୁ ସବୁଠାରୁ ବଡ଼ ଅମାବାସ୍ୟା କୁହାଯାଇଛି। ଏଠାରେ ଦିନ ସ୍ନାନ, ଦାନ କରିବା ଦ୍ୱାରା ଜୀବନର କଷ୍ଟରୁ ମୁକ୍ତି ମିଳିଥାଏ। ଏହି ଅମାବାସ୍ୟା ଦିନ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରାଦ୍ଧ ଓ ତର୍ପଣ ଆଦି କରାଯାଇଥାଏ। ଏହିଦିନ ଆପଣ ଦୁଆର ମୁହଁକୁ ଆସୁଥିବା ପଶୁ ବା ପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ। ଦେଖିବେ ଆପଣଙ୍କୁ ସମ୍ପୂର୍ଣ୍ଣ ପୁଣ୍ୟ ପ୍ରାପ୍ତି ହେବ।

ଆଜି ଆମେ ଆପଣଙ୍କୁ ଏକ ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ଦେବୀ ଓ ଦେବତାଙ୍କୁ ପ୍ରସନ୍ନ କରି ପାରିବେ। ଯଦି ଆପଣ ସୋମବତୀ ଅମାବାସ୍ୟା ଦିନ ଗୋମାତାଙ୍କୁ ଏହି ଗୋଟେ ଜିନିଷ ଖାଇବାକୁ ଦେବେ, ତାହେଲେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କୁ ପିତୃଦୋଷରୁ ମୁକ୍ତି ମିଳିବ ଏବଂ ଶନି ଦୋଷରୁ ମୁକ୍ତି ମିଳିବ। କାର୍ଯ୍ୟରେ ଆସୁଥିବା ବାଧାବିଘ୍ନ ସବୁ ଦୂର ହୋଇଯିବ। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ।

ଏହି ଉପାୟ କରିବା ପାଇଁ ଆପଣଙ୍କୁ ଅଟାର ଆବଶ୍ୟକତା ରହିଛି। ଅଟା ଚକଟି ଏହାର ରୁଟି ପ୍ରସ୍ତୁତ କରନ୍ତୁ। ଗୋଟେ ରୁଟିରେ ଘିଅ ଲଗାଇ ରଖନ୍ତୁ ଏବଂ ଆଉ ଏକ ରୁଟିରେ ସୋରିଷ ତେଲ ଲଗାଇ ରଖନ୍ତୁ। ଏହାକୁ ଅଲଗା ଅଲଗା ଥାଳିରେ ରଖନ୍ତୁ। ତାପରେ ଘରର ପୂଜା ଘରେ ଆସନ ପକାଇ ବସନ୍ତୁ। ତାପରେ ଭଗବାନ ବିଷ୍ଣୁ, ଦେବୀ ଲକ୍ଷ୍ମୀ ଓ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରି ଧୂପ ଦୀପ ପ୍ରଜ୍ବଳନ କରି ଭୋଗ ଅର୍ପଣ କରନ୍ତୁ।

କହିବାକୁ ଗଲେ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଆପଣ ପିତୃଦେବଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ। ମନ୍ତ୍ର ହେଉଛି – ଓଁ ପିତୃଭ୍ୟେ ନମଃ। ପ୍ରଭୁ ହନୁମାନଙ୍କ ଭକ୍ତଙ୍କ ଉପରେ ଭଗବାନ ଶନି ସନ୍ତୁଷ୍ଟ ହୋଇଥାନ୍ତି। ତାପରେ ଆପଣ ସେହି ଦୁଇଟି ରୁଟିକୁ ଗାଈକୁ ଖାଇବାକୁ ଦେଇ ଦିଅନ୍ତୁ। ମନୁଷ୍ୟ ଯଦି ଗୋମାତାଙ୍କର ସେବା କରେ, ତାହେଲେ ଅନେକ ଦୁଃଖକଷ୍ଟରୁ ମୁକ୍ତି ପାଇ ପାରିବ।

ଗାଈକୁ ରୁଟି ଖାଇବାକୁ ଦେବା ସମୟରେ ପ୍ରଥମେ ଆପଣ ସୋରିଷ ତେଲର ରୁଟି ଖାଇବାକୁ ଦିଅନ୍ତୁ। ଏହିସମୟରେ ଆପଣ ଭଗବାନ ଗଣେଶ ଏବଂ ପ୍ରଭୁ ହନୁମାନଙ୍କୁ ସ୍ମରଣ କରନ୍ତୁ। ତାପରେ ଘିଅର ରୁଟି ଖାଇବାକୁ ଦିଅନ୍ତୁ, ଏହି ସମୟରେ ଆପଣ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରନ୍ତୁ ଏବଂ ନିଜ ସମସ୍ୟା ବ୍ୟକ୍ତ କରନ୍ତୁ। ଗାଈ ମଧ୍ୟରେ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି। ତେଣୁ କୁହାଯାଇଛି କି ଗାଈର ସେବା କଲେ ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। କୁହାଯାଏ କି ଘରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୁଟି ଗାଈକୁ ଦେବା ଉଚିତ ଏବଂ ଶେଷ ରୁଟି କୁକୁରକୁ ଦେବା ଉଚିତ। ଏହାଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *