Excuse Me Odisha

ଯାହା କହିବୁ ସତ କହିବୁ

ଆଜି (ସୋମବତୀ ଅମାବାସ୍ୟା) ସାତୋଟି ନାଲି ଲଙ୍କା ଦ୍ୱାରା କରନ୍ତୁ ଏହି ଉପାୟ । କରଜରୁ ହେବେ ମୁକ୍ତି ।

ସେୟାର୍ କରନ୍ତୁ

ଫେବୃଆରୀ ୨୦ ସୋମବତୀ ଅମାବାସ୍ୟା , ତୁଳସୀଙ୍କୁ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ , ଦୂର ହୋଇଯିବ ପୁରୁଣା ଦାରିଦ୍ର୍ୟତା ।ହିନ୍ଦୁ ଧର୍ମରେ ଅମାବାସ୍ୟା ଏବଂ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି । ଏହିଦିନ ସ୍ନାନ ଦାନ ଧର୍ମ କରିବା ଉଚିତ । ମନୁଷ୍ୟ ନିଜ ଜୀବନରେ ଏପରି ଅନେକ ସମୟକୁ ସାମ୍ନା କରିଥାଏ ଯେତେବେଳେ ତାହାକୁ ଏଭଳି ପ୍ରତୀତ ହୋଇଥାଏ ଯେ ସେ ଏଭଳି ସମସ୍ୟାକୁ ସାମ୍ନା କରିପାରିବ ନାହିଁ । କିନ୍ତୁ ଏହି ସମସ୍ୟାକୁ ସ୍ନାନ , ଦାନ ଏବଂ ଧର୍ମ ଦ୍ୱାରା ଠିକ କରାଯାଇ ପାରିବ ।

ଏହାବ୍ୟତୀତ ଅନେକ ସମୟରେ ଆମେ କିଛି ସାଧାରଣ ଉପାୟ କରିବା ଦ୍ୱାରା ମଧ୍ୟ ଏଭଳି ସମସ୍ୟା ଦୂରେଇ ଯାଏ । ରୋଷେଇ ଘରେ ବ୍ୟବହୃତ ହେଉଥିବା ଲଙ୍କା ଖାଦ୍ୟରେ ସ୍ଵାଦ ଆଣିବା ସହିତ ଜୀବନର ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଲଙ୍କାର କିଛି ଉପାୟ ଦ୍ୱାରା କିଭଳି ନିଜ ଜୀବନର ସମସ୍ୟାକୁ ଦୂରେଇ ଦେଇ ପାରିବେ ସେହି ବିଷୟରେ କହିବୁ ।

ଯଦି ଆପଣଙ୍କ ଜୀବନରେ ଏଭଳି ଶତ୍ରୁ ଅଛନ୍ତି ଯେଉଁମାନେ ଉପରେ ଭଲ ମାତ୍ର ପଛରେ ଆପଣଙ୍କ ଖରାପ ଚିନ୍ତା କରନ୍ତି । ସେହିଭଳି ଶତ୍ରୁଙ୍କ ପାଇଁ ପାଞ୍ଚଟି ଶୁଖିଲା ନାଲି ଲଙ୍କା ନେଇ ନିଜ ମୁଣ୍ଡ ଉପର ଦେଇ ଘଣ୍ଟା କଣ୍ଟା ବୁଲୁଥିବାର ଓଲଟା ପଟେ ପାଞ୍ଚ ଥର ବୁଲାଇ ଘର ଠାରୁ ଦୂରରେ ଏକ ଗତ ଖୋଳି ଦବାଇ ଦିଅନ୍ତୁ ଏବଂ ପଛକୁ ନବୁଲି ଫେରି ଆସନ୍ତୁ ।

ଧ୍ୟାନ ଦିଅନ୍ତୁ ଯେପରି ଆପଣଙ୍କର ଏହି ଉପାୟ କରୁଥିବାରେ କେହିବି ନଦେଖନ୍ତି । ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଯେତେ ବଡ଼ ଶତ୍ରୁ ହୋଇଥାନ୍ତୁ ନା କାହିଁକି ଶାନ୍ତ ହୋଇଯିବେ । ଯଦି ଜୀବନରେ ଅଧିକ ସମସ୍ୟା ଥାଏ ତେବେ ତେବେ ରାତିରେ ଶୋଇବା ପୂର୍ବରୁ ୨୧ ଟି ନାଲି ଶୁଖିଲା ଲଙ୍କା ନେଇ ନିଜ ମୁଣ୍ଡ ଉପର ଦେଇ ଓଲଟା ୨୧ ଥର ବୁଲାଇ ମୁଣ୍ଡ ପାଖରେ ରଖି ଦିଅନ୍ତୁ ଏବଂ ସକାଳୁ ତାହାକୁ ବାହାରକୁ ଫିଙ୍ଗି ଦିଅନ୍ତୁ । ଦେଖିବେ ସବୁ ସମସ୍ୟା ଦୂରେଇ ଯିବ ।

ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଶତ୍ରୁ ଆପଣଙ୍କର କିଛି ଖରାପ ଚିନ୍ତା କରୁଛନ୍ତି ତେବେ ପାଞ୍ଚଟି ଶୁଖିଲା ନାଲି ଲଙ୍କା ଏବଂ ସୋରିଷ ଦାନା ନେଇ ପୀଡ଼ିତ କିମ୍ବା ନିଜ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ବାହାରେ ଫିଙ୍ଗି ଦିଅନ୍ତୁ । ଯେତେ ବଡ଼ ଶତ୍ରୁ ହୋଇଥାଉ ନା କାହିଁକି ଶାନ୍ତ ହୋଇଯିବ ।

ଯଦି ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଛନ୍ତି ତେବେ ପାଞ୍ଚଟି ଶୁଖିଲା ନାଲି ଲଙ୍କା , ଫିଟିକିରି ଏବଂ କଳା ତିଳ ନେଇ ଏକ ପାତ୍ରରେ ରଖି ରୋଗୀ ପାଖରେ ରଖି ଦିଅନ୍ତୁ । ପ୍ରତ୍ୟେକ ମାସ ତାହାକୁ ବଦଳାଇ ଦିଅନ୍ତୁ ଯେତେ ପର୍ଯ୍ୟନ୍ତ ରୋଗୀର ସ୍ୱାସ୍ଥ୍ୟ ଠିକ ନହୋଇଛି । ଜଡ କରଜ ଜନିତ ସମସ୍ୟା ରହିଛି ତେବେ ଏକ ନାଲି କପଡ଼ାରେ ପାଞ୍ଚଟି ନାଲି ଲଙ୍କା ଗୁଡ଼ାଇ ଧନ ରହୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା କରଜ ସମସ୍ୟା ଠିକ ହୋଇଯିବ ।

ଏହାବ୍ୟତୀତ ଆପଣ ସୂର୍ଯ୍ୟନାରାୟଣଙ୍କୁ ଅର୍ଘ୍ୟ ଦିଅନ୍ତୁ । ଯଦି ଆପଣଙ୍କ ଆମଦାନୀ ରେ ଲାଭ ହେଉନାହିଁ ତେବେ କିଛି ନାଲି ଶୁଖିଲା ଲଙ୍କା , ସୋରିଷ ଏବଂ କିଛି ଧଣିଆ ନେଇ ତିନୋଟି ଦୀପରେ ଗୋଟିଏ ଲେଖାଏଁ ରଖି ଦିଅନ୍ତୁ । ଏହି ତିନୋଟି ଦୀପକୁ ଆପଣ ନିଜ କାର୍ଯ୍ୟସ୍ଥଳରେ ରଖି ଦିଅନ୍ତୁ । ଆପଣଙ୍କ କାମରେ ଆସୁଥିବା ବାଧା ଦୂର ହୋଇଯିବ । ଯଦି ଆପଣଙ୍କ ଘରେ କୌଣସି ପିଲା ନଜର ଦୋଷରେ ପୀଡ଼ିତ ଅଛନ୍ତି ତେବେ ତିନୋଟି ଗୋଟା ନାଲି ଶୁଖିଲା ଲଙ୍କା ନିଅନ୍ତୁ ଏବଂ ତାହାକୁ ପୀଡ଼ିତ ବ୍ୟକ୍ତି ଉପର ଦେଇ ସାତ ଥର ବୁଲାଇ ଜଳନ୍ତା ନିଆଁରେ ପକାଇ ଦିଅନ୍ତୁ । ଏହାଦ୍ବାରା ନଜର ଦୋଷ ଉତୁରି ଯାଏ । ସବୁ ଖରାପ ପ୍ରଭାବ ପ୍ରଭାବ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *