Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କର ଏହି ଗୋଟିଏ ଭୁଲ ଆପଣଙ୍କୁ କରିପାରେ ବର୍ବାଦ । ଜାଣି ନିଅନ୍ତୁ ଚାଣକ୍ୟଙ୍କର କେତେକ ନୀତି ବାଣୀ ।

ସେୟାର୍ କରନ୍ତୁ

ଅସତ୍ୟ , କୌଣସି କାର୍ଯ୍ୟରେ ଜଲଦି ଲାଗିଯିବା , ଛଳ କରିବା , ମୂର୍ଖତା ,ଲୋଭ କରିବା , ଅପଵିତ୍ରତା ଏବଂ ନିର୍ଦୋୟତା ଏହି ସମସ୍ତ ପ୍ରକାରର ଦୋଷ ସ୍ତ୍ରୀଙ୍କ ମଧ୍ୟରେ ସ୍ୱାଭାବିକ ଭାବରେ ଦେଖିବାକୁ ମିଳିଥାଏ । ଭୋଜନ କରିବ ଯୋଗ୍ୟ ପଦାର୍ଥ ଏବଂ ତାହାକୁ ପ୍ରସ୍ତୁତ କରିବାର ଶକ୍ତି ଥିଲେ ତାହା ଉତ୍ତମ ଅଟେ । ସୁନ୍ଦର ସ୍ତ୍ରୀ ଏବଂ ରୀତିର ଶକ୍ତି , ଐଶ୍ୱର୍ଯ୍ୟ ଏବଂ ଦାନର ଶକ୍ତି ଏହିସବୁ ସୁଖ ଅଳ୍ପ ତପରେ ମିଳିନଥାଏ । ଅର୍ଥାତ ଏହା କୌଣସି ତପର ଫଳ ସହିତ ସମାନ ଅଟେ ।

ଯେଉଁ ବ୍ୟକ୍ତିର ପୁତ୍ର ବଶବର୍ତ୍ତୀ ହୋଇଥାଏ ତାର ସ୍ତ୍ରୀ ମଧ୍ୟ ଇଚ୍ଛା ଅନୁଯାୟୀ ଚାଲିଥାଏ । ଏହାବ୍ୟତୀତ ଯେଉଁ ବ୍ୟକ୍ତି ଅଳ୍ପ ଧନରେ ସନ୍ତୁଷ୍ଟ ରହେ , ସେହି ବ୍ୟକ୍ତିର ସ୍ୱର୍ଗ ଏହି ସ୍ଥାନରେ ହିଁ ରହିଥାଏ । ଯେଉଁ ମିତ୍ର ପ୍ରତ୍ୟେକ୍ଷ ରୂପରେ ମଧୁର ବଚନ କହିଥାଏ ଏବଂ ପିଠି ପଛରେ ଅପ୍ରତ୍ୟକ୍ଷ ଭାବରେ କାର୍ଯ୍ୟ କରିଥାଏ ଏବଂ ଆପଣଙ୍କ କାମରେ ସମସ୍ୟା ସୃଷ୍ଟି କରିଥାଏ ଏପରି ମିତ୍ର ବିଷ ସଦୃଶ ହୋଇଥାଏ ।

ଏଭଳି ମିତ୍ରକୁ ତ୍ୟାଗ କରିଦେବା ଉଚିତ । କୁମିତ୍ର କିମ୍ବା ତାଙ୍କର ମିତ୍ର ଉପରେ କେବେବି ଭରସା କରିବା ଉଚିତ ନୁହେଁ । କାରଣ ଯଦି କେବେ କେଉଁ ପରିସ୍ଥିତିରେ କ୍ରୋଧିତ ହୁଏ ତେବେ ସେ ଆପଣଙ୍କ ରହସ୍ୟ ମଧ୍ୟ ଅନ୍ୟ କାହା ପାଖରେ ପ୍ରକଟ କରିପାରେ । ସେଥିପାଇଁ କେବେବି ନିଜ ରହସ୍ୟ କାହା ସାମ୍ନାରେ ପ୍ରକଟ କରିବା ଉଚିତ ନୁହେଁ । ନିଜ ମନରେ ବିଚାର କରିଥିବା କୌଣସିବି ବିଚାରକୁ କାହା ସାମ୍ନାରେ ପ୍ରକଟ କରିବା ଉଚିତ ନୁହେଁ ।

ବରଂ ତାହାକୁ ମନ୍ତ୍ର ଆକାରରେ ରକ୍ଷିତ ରଖିବା ଉଚିତ । ବରଂ ତାହାକୁ ରହସ୍ୟ ଆକାରରେ କାର୍ଯ୍ୟନ୍ବିତ କରିବା ଉଚିତ । ମୁର୍ଖତା ସବୁବେଳେ ଦୁଃଖ ଦେଇଥାଏ । ସବୁଠାରୁ ବଡ଼ କଷ୍ଟ ହେଉଛି ଅନ୍ୟର ଘରେ ରହିବା ଅର୍ଥାତ କୌଣସିବି ସଂରକ୍ଷଣରେ ରହିବା । ଯାହାକି ସବୁଠାରୁ ଅଧିକ ଦୁଃଖ ଦେଇଥାଏ । ସବୁ ପର୍ବତରୁ ମାଣିକ୍ୟ ମିଳି ନଥାଏ ଏବଂ ସବୁ ହାତୀର ମଥାରେ ମାଣିକ ନଥାଏ । ସଚୋଟ ଲୋକ ସବୁଠି ନଥାନ୍ତି । ଏହାବ୍ୟତୀତ ସବୁ ଜଙ୍ଗଲରେ ଚନ୍ଦନ ଗଛ ନଥାଏ ।

ବୁଦ୍ଧିମାନ ଲୋକ ନିଜ ସନ୍ତାନକୁ ସୁଶୀଳତାରେ ରଖିବା ଉଚିତ । କାରଣ ନୀତି ଜ୍ଞାତ ଥିବା ଏବଂ ସୁଶୀଳ ବ୍ୟକ୍ତି ସବୁଠି ପୂଜିତ ହୋଇଥାନ୍ତି । ସେମାନେ ନିଜ କୂଳର ସମ୍ମାନ ମଧ୍ୟ ବଢ଼ାଇଥାନ୍ତି । ସେହି ମାତା ପିତା ଶତ୍ରୁ ସମାନ ହୋଇଥାନ୍ତି ଯେଉଁମାନେ ନିଜ ସନ୍ତାନକୁ ପଢ଼ାଇ ନଥାନ୍ତି । ଅତ୍ୟଧିକ ସ୍ନେହରେ ସନ୍ତାନ ବିଗିଡ଼ି ଯାଏ ।

ତେବେ ସେ ପୁତ୍ର ହେଉ କିମ୍ବା କନ୍ୟା ହେଉ । ପୁତ୍ର ଏବଂ କନ୍ୟାକୁ ଯଦି ତାଡ଼ନାର ଭୟ ରହିବ ତେବେ ସେମାନେ ଖରାପ ବାଟକୁ ଯିବେ ନାହିଁ । ସ୍ତ୍ରୀର ବିରହ , ନିଜ ଲୋକଙ୍କର ଅନାଦର , ଯୁଦ୍ଧରୁ ବର୍ତ୍ତି ଯାଇଥିବା ଶତ୍ରୁ , ଦୁଷ୍ଟ ରାଜାର ସେବା , ଦାରିଦ୍ର୍ୟତା ଏବଂ ଦୁଷ୍ଟ ମାନଙ୍କର ସଭା ବିନା ଅଗ୍ନିରେ ହିଁ ଆପଣଙ୍କ ଶରୀରକୁ ଅଗ୍ନିରେ ଜାଳି ଦେଇଥାଏ ।

ନଦୀ ମୂଳରେ ବୃକ୍ଷ , ପର ଘରକୁ ଯାଉଥିବା ସ୍ତ୍ରୀ , ବିନା ମନ୍ତ୍ରୀରେ ରାଜା , ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହା ବହୁତ ଜଲଦି ନଷ୍ଟ ହୋଇଯାଏ । ବ୍ରାହ୍ମଣ ମାନଙ୍କର ବଳ ବିଦ୍ୟା ହୋଇଥାଏ , ସେହିଭଳି ରାଜାଙ୍କ ବଳ ସେମାନଙ୍କ ସେନା ହୋଇଥାଏ । ବୈଶ୍ୟଙ୍କ ବଳ ସେମାନଙ୍କ ଧନ ହୋଇଥାଏ , ଶୁଦ୍ରଙ୍କ ବଳ ସେମାନଙ୍କ ସେବା କର୍ମ ହୋଇଥାଏ । ବେଶ୍ୟା ନିର୍ଧନ ବ୍ୟକ୍ତିକୁ , ପ୍ରଜା ଶକ୍ତିହୀନ ରାଜାଙ୍କୁ , ପକ୍ଷୀ ଫଳରୋହିତ ଗଛକୁ ଏବଂ ଅତିଥି ଭୋଜନ କରି ସାରିବା ପରେ ସେହି ଘରକୁ ଛାଡ଼ି ଦିଅନ୍ତି ।

ବ୍ରାହ୍ମଣ ଦକ୍ଷିଣା ଗ୍ରହଣ କରି ଯଜମାନକୁ , ଶିଷ୍ୟ ବିଦ୍ୟା ଅର୍ଜନ ପରେ ନିଜ ଗୁରୁଙ୍କୁ ଏବଂ ହରିଣ ଜଳି ଯାଉଥିବା ଜଙ୍ଗଲକୁ ତ୍ୟାଗ ଦେଇଥାଏ । ଅଶୁଦ୍ଧ ସ୍ଥାନରେ ରହିବା ଦ୍ୱାରା ମିତ୍ରତା ନଷ୍ଟ ହୋଇଯାଏ । ପ୍ରୀତି ବରାବର ଥିବା ଲୋକଙ୍କୁ ଭଳି ସେବା ରାଜାଙ୍କୁ ଶୋଭା ଦେଇଥାଏ । ବ୍ୟବହାରରେ କୁଶଳତା ବୈଶ୍ୟଙ୍କୁ ଏବଂ ଘରେ ସୁନ୍ଦର ସ୍ତ୍ରୀ ଶୋଭା ଦେଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *