Excuse Me Odisha

ଯାହା କହିବୁ ସତ କହିବୁ

ଏହି ୮ ପ୍ରକାର ଲୋକେ କେବେ ବି ଅନ୍ୟର ଦୁଃଖକଷ୍ଟ ବୁଝି ପାରନ୍ତି ନାହିଁ – ଚାଣକ୍ୟ ନୀତି

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଚାର୍ଯ୍ୟ ଚାଣକ୍ୟ ଜଣେ ବିଦ୍ୱାନ, ରାଜନୀତିଜ୍ଞ ଓ କୂଟନୀତିଜ୍ଞ ଥିଲେ। ସେ ତାଙ୍କ କୂଟନୀତି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜଗାଦିରେ ବସାଇ ଥିଲେ। ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତି ଗ୍ରନ୍ଥରେ ଅନେକ ଉପଦେଶ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ମନୁଷ୍ୟ ଏହି ନୀତିକୁ ନିଜ ଜୀବନରେ ପ୍ରୟୋଗ କରି ଜୀବନକୁ ସରଳ ଓ ସହଜ କରି ପାରିବ। ତେବେ ଆସନ୍ତୁ ଆଜି ଜାଣିବା କେଉଁ ପ୍ରକାରର ଲୋକେ ଅନ୍ୟର ଦୁଃଖକଷ୍ଟ ବୁଝି ପାରନ୍ତି ନାହିଁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥର ୧୭ତମ ଅଧ୍ୟାୟରେ କହିଛନ୍ତି କି, ଯେଉଁ ବିଦ୍ୱାନ ଶିକ୍ଷକଙ୍କ ଆଶୀର୍ବାଦ ବିନା ଯେତେ ବିଦ୍ୟା ଅଧ୍ୟୟନ କଲେ ମଧ୍ୟ ସେ ସଚ୍ଚୋଟ ବିଦ୍ୱାନ ହୋଇ ପାରି ନଥାଏ। ଯେପରି ଗୋଟେ ପିତାମାତା ଛେଉଣ୍ଡ ଶିଶୁକୁ ସଂସାରରେ କୌଣସି ପ୍ରତିଷ୍ଠା ପ୍ରାପ୍ତ ହୋଇ ନଥାଏ। ଯିଏ ଆମକୁ ଅସୁବିଧା ସମୟରେ ସାହାଯ୍ୟ କରିଥାନ୍ତି, ତାଙ୍କ ଅସୁବିଧା ସମୟରେ ଆମକୁ ସହଯୋଗର ହାତ ବଢ଼ାଇବା ଆବଶ୍ୟକ।

ଯିଏ ଆମ ସହିତ ଦୁଷ୍ଟତା କରିଛି, ତାସହିତ ମଧ୍ୟ ଦୁଷ୍ଟତା କରିବା ଦ୍ୱାରା କୌଣସି ପାପ ହୋଇ ନଥାଏ। ଯେଉଁ ଜିନିଷ ଦୂରକୁ ଦେଖା ଯାଇଥାଏ, ଅସମ୍ଭବ ଦେଖା ଯାଇଥାଏ, ତାହାକୁ ହାସଲ କରିବା ପାଇଁ ଆମକୁ ତପସ୍ୟା କରିବାକୁ ପଡ଼ିବ। କାରଣ ତପସ୍ୟା ଉପରେ କିଛି ନାହିଁ। ସମୁଦ୍ର ସମସ୍ତ ରତ୍ନର ଭଣ୍ଡାର ଅଟେ। ଦେବୀ ଲକ୍ଷ୍ମୀ ହେଉଛନ୍ତି ଶଙ୍ଖର ଭଉଣୀ। କିନ୍ତୁ ଯେଉଁ ମାନେ ଭିକ୍ଷା ମାଗିବାକୁ ଯାଇଥାନ୍ତି, ସେମାନେ ହାତରେ ଶଙ୍ଖ ଧରିଥାନ୍ତି।

ଯେତେବେଳେ ପୁରୁଷ ବୁଢ଼ା ହୋଇ ଯାଇଥାଏ, ସେତେବେଳେ ସେ ସାଧୁ ହୋଇ ଯାଇଥାଏ। ଯେଉଁମାନଙ୍କ ପାଖରେ ଧନସମ୍ପତ୍ତି ନଥାଏ, ସେମାନେ ବ୍ରହ୍ମଚାରୀ ହୋଇ ଯାଇଥାନ୍ତି। ସାପ ଦାନ୍ତରେ ବିଷ ରହିଥାଏ। ବିଛା ଦଂଶନରେ ବିଷ ରହିଥାଏ। କିନ୍ତୁ ଦୁଷ୍ଟ ବ୍ୟକ୍ତି ସମ୍ପୂର୍ଣ୍ଣ ବିଷରେ ଭରି ଯାଇଥାଏ। ହାତ ଗହଣାରେ ନୁହେଁ, ଦାନ ଦେବାରେ ଶୋଭା ପାଇଥାଏ। ଜଣେ ବ୍ୟକ୍ତି ଭୋଜନ ଗ୍ରହଣ କରି ନୁହେଁ ସମ୍ମାନ ଗ୍ରହଣ କରି ସନ୍ତୁଷ୍ଟ ହୋଇଥାଏ। ପୁରୁଷ ଜାତି ଯୋଗୁଁ ନାରୀ ଜାତି ଶକ୍ତିହୀନ ହୋଇ ଯାଇଥାନ୍ତି ଏବଂ ତାଙ୍କର ଆତ୍ମବିଶ୍ବାସ କ୍ଷୀଣ ହୋଇ ଯାଇଥାଏ।

ଯେଉଁ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟ ଜୀବଙ୍କ ପ୍ରତି ପରୋପକାର ଭାବନା ରହିଥାଏ, ତାଙ୍କ ଜୀବନରେ କୌଣସି ସଙ୍କଟ ଅଧିକ ସମୟ ପର୍ଯ୍ୟନ୍ତ ରହେ ନାହିଁ ଏବଂ ଏମାନେ ମନ ଭିତରୁ ବହୁତ ସାହସୀ ହୋଇଥାନ୍ତି। ଏହି ୮ ପ୍ରକାରର ବ୍ୟକ୍ତି କେବେବି ଅନ୍ୟର ଦୁଃଖ ବୁଝି ପାରିବେ ନାହିଁ। ୧- ରାଜା, ୨- ବେଶ୍ୟା, ୩- ଯମରାଜ, ୪-ଅଗ୍ନି, ୫- ଚୋର, ୬- ଛୋଟ ପିଲା, ୭- ଭିକାରୀ, ୮- କର ଆଦାୟ କରୁଥିବା ବ୍ୟକ୍ତି। କୁହାଯାଏ କି ଗୋଟେ ସତ ଅନେକ ମିଛ ଉପରେ ଭାରୀ ହୋଇ ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *