Excuse Me Odisha

ଯାହା କହିବୁ ସତ କହିବୁ

ଆଜି (ଶିବରାତ୍ରି) ବେଲପତ୍ର ଓ ବିନ୍ଦିକୁ ନେଇ କରନ୍ତୁ ଏହି ଖାସ ଉପାୟ,ଦୁର୍ଭାଗ୍ୟ ଆପଣଙ୍କ ପାଖ ମାଡ଼ିବ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପବିତ୍ର ଶିବରାତ୍ରି ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ। ମାନ୍ୟତା ରହିଛି କି ଭଗବାନ ଶିବ ଖାଲି ଜଳ ଓ ବେଲପତ୍ରରେ ସନ୍ତୁଷ୍ଟ ହୋଇ ଯାଇଥାନ୍ତି। ବାବା ଭୋଳାନାଥ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ଥାଆନ୍ତି ଏବଂ ଖୁବ୍ ଶୀଘ୍ର କ୍ରୋଧିତ ମଧ୍ୟ ହୋଇ ଯାଇଥାନ୍ତି। ଏହି ଆମେ ଆପଣଙ୍କୁ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଶିବରାତ୍ରି ଦିନ ପ୍ରୟୋଗ କରିବା ଆବଶ୍ୟକ। ଏହାଦ୍ବାରା ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ, ମନବାଞ୍ଛା ପୂରଣ ହୋଇଯିବ।

ପବିତ୍ର ମହାଶିବରାତ୍ରି ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଇଥାଏ। ପୌରାଣିକ ମାନ୍ୟତା ଅନୁସାରେ, ଶିବରାତ୍ରି ଦିନ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କର ବିବାହ ହୋଇଥିଲା। ଏବେ ଆସନ୍ତୁ ଜାଣିବା ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କେଉଁ ଉପାୟ କରିବେ। ଗୋଟେ ବେଲପତ୍ରର ଦାଣ୍ଠି ଏବଂ ଗୋଟେ ବେଲପତ୍ର ନିଅନ୍ତୁ।

ଯଦି ଆପଣଙ୍କ ପାଖରେ ଚନ୍ଦନ ଉପଲବ୍ଧ ନାହିଁ, ତାହେଲେ ଆଉକିଛି ବେଲପତ୍ର ଦାଣ୍ଠିକୁ ଘଷି ଚନ୍ଦନ ପ୍ରସ୍ତୁତ କରନ୍ତୁ। ତାପରେ ବେଲପତ୍ର ଦାଣ୍ଠିକୁ ଚନ୍ଦନରେ ବୁଡାଇ ବେଲପତ୍ର ମଧ୍ୟରେ ବିନ୍ଦୁ ଲଗାନ୍ତୁ। ଏହି ବିନ୍ଦୁ ୧୦୮ ଥର ଲେଖାଏଁ ଲଗାନ୍ତୁ। ଏଭଳି କରିବା ଅତ୍ୟନ୍ତ ଶୁଭ ହୋଇଥାଏ।

ବେଲପତ୍ରରେ ବିନ୍ଦୁ ଲଗାଇବା ସମୟରେ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ତାପରେ ଏହି ବେଲପତ୍ରକୁ ଆପଣ ମହାଶିବରାତ୍ରି ଦିନ ଶିବଲିଙ୍ଗ ଉପରେ ଅର୍ପଣ କରି ଦିଅନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ। ଏହାସହିତ ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ ଏବଂ ଆପଣଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଶିବରାତ୍ରି ଦିନ ବ୍ରତ ପାଳନ କରୁଥିବା ବ୍ୟକ୍ତି ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରିବା ପରେ ବେଲପତ୍ର ଓ ଭୋଗ ଗ୍ରହଣ କରି ପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *