Excuse Me Odisha

ଯାହା କହିବୁ ସତ କହିବୁ

କଇଁଛ ମୁଦି କିଏ ଓ କିପରି ଭାବରେ ପିନ୍ଧିବା ଉଚିତ, ଯାହାଦ୍ଵାରା ମନୁଷ୍ୟ ଧନୀ ହୋଇ ପାରିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ କହିବାକୁ ଯାଉଛୁ କି, କଇଁଛ ମୂର୍ତ୍ତିକୁ କେଉଁ ସ୍ଥାନ, କେଉଁ ଦିଗ ଓ କିପରି ଭାବରେ ରଖିବା ଉଚିତ। ଧର୍ମ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରରେ ଲେଖା ଯାଇଛି କି ଜୀବନ୍ତ କଇଁଛ ବା କଇଁଛର ପ୍ରତିମାକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ସମୁଦ୍ର ମନ୍ଥନ ସମୟରେ ଭଗବାନ ବିଷ୍ଣୁ କଚ୍ଛପ ଅବତାର ଗ୍ରହଣ କରି ମନ୍ଦରାଚଳ ପର୍ବତକୁ ପିଠିରେ ଧରି ଥିଲେ। ତେବେ ଆସନ୍ତୁ ଜାଣିବା କଇଁଛ ବା କଇଁଛ ପ୍ରତିମା ଘର ପାଇଁ କିପରି ଶୁଭ ହୋଇଥାଏ।

ଯଦି ଆପଣ ନିଜ ଘରେ ଜୀବନ୍ତ କଇଁଛ ଆଣି ରଖୁଛନ୍ତି, ତାହେଲେ ଏହାକୁ ଦାନା ଦେଇ ପାଳିବା ଆବଶ୍ୟକ। କଇଁଛ ଯେତେ ବଡ଼ ହେବ,ଆପଣଙ୍କ ଘରୁ ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ଯଦି ଆପଣ ଘରେ ଜୀବନ୍ତ କଇଁଛ ରଖି ପାରୁ ନାହାଁନ୍ତି, ତାହେଲେ କଇଁଛର ପ୍ରତିମା ଆଣି ଘରେ କିମ୍ବା କାର୍ଯ୍ୟସ୍ଥଳରେ ରଖନ୍ତୁ। ଏହାଦ୍ବାରା ଆପଣଙ୍କୁ ଅନେକ ଶୁଭ ଫଳ ପ୍ରାପ୍ତ ହେବ। ଏବେ ଆସନ୍ତୁ ଜାଣିବା କଇଁଛ ପ୍ରତିମାକୁ କେଉଁ ଦିଗରେ ରଖିବା ଆବଶ୍ୟକ।

କଇଁଛ କେଉଁ ଧାତୁରେ ତିଆରି ହୋଇଥିଲେ ମଧ୍ୟ ଏହାକୁ ଘରେ କିମ୍ବା କାର୍ଯ୍ୟସ୍ଥଳରେ ରଖିବା ଆବଶ୍ୟକ। ଏହାକୁ ରଖିବାର ଶୁଭ ଦିଗ ହେଉଛି ପୂର୍ବ ଦିଗ ଓ ଐଶାନ୍ୟ କୋଣ। କିନ୍ତୁ ଯେଉଁ ଦିଗରେ ମୁଖ୍ୟ ଦୁଆର ରହିଥିବ, ସେହି ଦିଗକୁ କେବେବି କଇଁଛର ମୁଖ ରଖିବେ ନାହିଁ। କଇଁଛ ପ୍ରତିମାକୁ ଯେଉଁ ପାତ୍ରରେ ରଖିଛନ୍ତି, ତାର ପାଣିକୁ ପ୍ରତ୍ୟେକଦିନ ବଦଳାଇ ଦେବା ଆବଶ୍ୟକ। ଏଥିପ୍ରତି ଆପଣଙ୍କୁ ସର୍ବଦା ଧ୍ୟାନ ରଖିବା ଆବଶ୍ୟକ।

ବାସ୍ତୁ ଶାସ୍ତ୍ର ଅନୁସାରେ ସମସ୍ତ ପ୍ରକାରର ଧାତୁରେ ତିଆରି କଇଁଛ ଅତ୍ୟନ୍ତ ଶୁଭ ହୋଇଥାଏ। କଇଁଛର ପ୍ରତିମା ଘରେ ବା କାର୍ଯ୍ୟସ୍ଥଳରେ ରଖିବା ଦ୍ଵାରା ସମସ୍ୟା ନକାରାତ୍ମକ ଶକ୍ତି ନଷ୍ଟ ହୋଇ ଯାଇଥାଏ ଏବଂ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଏହାସହିତ ପରିବାର ଲୋକଙ୍କର ଆୟୁଷ ବୃଦ୍ଧି ହୋଇଥାଏ। ଏବେ ଆସନ୍ତୁ କାବିବା କେଉଁ ଧାତୁର କଇଁଛ ଘର ଓ କାର୍ଯ୍ୟସ୍ଥଳ ପାଇଁ ଶୁଭ ହୋଇଥାଏ।

ଯେଉଁ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି ହୋଇ ନାହିଁ ବା ସନ୍ତାନ ସୁଖରୁ ବଞ୍ଚିତ ଅଛନ୍ତି, ସେମାନେ ଏହିପରି କଇଁଛ ରଖିବା ଉଚିତ ଯେ ଗୋଟେ କଇଁଛ ଉପରେ ଛୋଟ କଇଁଛ ଟିଏ ଥିବ। ଯଦି ଆପଣଙ୍କୁ ଆର୍ଥିକ ସଂକଟର ମୁକାବିଲା କରିବାକୁ ପଡୁଛି, ତାହେଲେ କ୍ରିଷ୍ଟାଲ କଇଁଛ ଆଣି ଘରେ ଓ ଅଫିସରେ ରଖନ୍ତୁ। ଯଦି ପରିବାରର କୌଣସି ସଦସ୍ୟ ବାରମ୍ବାର ବେମାର ପଡ଼ୁଛନ୍ତି, ତାହେଲେ ଘରେ ଗୋଟେ ମାଟିର କଇଁଛ ରଖିବା ନିହାତି ଆବଶ୍ୟକ ଅଟେ। ଏହାଦ୍ବାରା ସକାରାତ୍ମକ ପ୍ରଭାବ ସେହି ବ୍ୟକ୍ତିଙ୍କୁ ସୁସ୍ଥ କରିବାରେ ସହାୟକ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *