Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବରାତ୍ରି ଦିନ ପାଣିରେ ଏହି ଜିନିଷ ମିଶାଇ ସ୍ନାନ କଲେ ଦୂର ହୋଇଥାଏ ଦାରିଦ୍ର୍ୟତା । ଗୋଟିଏ ମାସରେ ହୋଇଯିବେ କୋଟିପତି !

ସେୟାର୍ କରନ୍ତୁ

ଚଳିତ ବର୍ଷ ମହାଶିବରାତ୍ରି ମହାଦେବଙ୍କ ଭକ୍ତଙ୍କ ପାଇଁ ଅତ୍ୟନ୍ତ ଖାସ ହେବାକୁ ଯାଉଛି । ସବୁ ଶିବ ଭକ୍ତ ଖୁବ ଉତ୍କଣ୍ଠାର ସହି ଏହି ଦିନର ଅପେକ୍ଷା କରିଥାନ୍ତି । ହିନ୍ଦୁ ଧର୍ମ ପୁରାଣରେ ଏହି ପର୍ବର ମହାନତା ବିଷୟରେ ବର୍ଣ୍ଣିତ ହୋଇଛି । ଏହିଦିନ ଭକ୍ତ ମାନେ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ମନସ୍କାମନା ପୂରଣ କରିବା ପାଇଁ ଅନେକ ଉପାୟ କରିଥାନ୍ତି ।

ଏହିଦିନ ମହାଦେବ ଏବଂ ପାର୍ବତୀଙ୍କ ବିବାହ ହୋଇଥିଲା ବୋଲି କୁହାଯାଇ ଥାଏ । ଏହିଦିନ କରାଯାଇଥିବା ପୂଜା କେବେ ବ୍ୟର୍ଥ ହୁଏନାହିଁ ଏବଂ ଏହିଦିନ ମହାଦେବ ସବୁ ମନ୍ଦିରରେ ବିରାଜମାନ ରହନ୍ତି । ଏହିଦିନ ମହାଦେବଙ୍କୁ ପୂଜା କରି ଅଭିଷେକ କରିବା ଉଚିତ । ଶିବ ପୁରାଣରେ କୁହାଯାଇଛି ଯେ ସୃଷ୍ଟିର ଆରମ୍ଭ ମହାଦେବଙ୍କ ଠାରୁ ହୋଇଛି ।

ସର୍ବପ୍ରଥମେ ଅନ୍ତରୀକ୍ଷରେ ଶିବଲିଙ୍ଗର ଉତ୍ପତ୍ତି ହୋଇଥିଲା । ସେହିଠାରୁ ପୁରା ବ୍ରହ୍ମାଣ୍ଡର ସୃଷ୍ଟି ହୋଇଛି । ବ୍ରହ୍ମା ସର୍ବପ୍ରଥମେ ସେହି ଶିବଲିଙ୍ଗର ପୂଜା କରିଥିଲେ । ମହାଶିବରାତ୍ରି ବ୍ରତ ସବୁ ବ୍ରତ ମଧ୍ୟରେ ଶ୍ରେଷ୍ଠ ଅଟେ । କାରଣ ଏହାକୁ ଖାଲି ମନୁଷ୍ୟ ନୁହେଁ ବରଂ ପଶୁ , ପକ୍ଷୀ , ଦେବତା ସମସ୍ତେ ପାଳନ କରିଥାନ୍ତି । ଏହି ବ୍ରତ ରଖିବା ଦ୍ୱାରା ଜୀବନର ସବୁ କଷ୍ଟ ଦୂରେଇ ଯାଏ ଏବଂ ସବୁ ମନସ୍କାମନା ପୂରଣ ହୋଇଥାଏ ।

ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ କୌଣସି ଦାମୀ ଜିନିଷର ଆବଶ୍ୟକତା ନାହିଁ । ସାଧାରଣ ଜଳ ଏବଂ କ୍ଷୀର ଦ୍ୱାରା ମଧ୍ୟ ମହାଦେବ ପ୍ରସନ୍ନ ହୁଅନ୍ତି । ପୁରାଣରେ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ସରଳ ବିଧି ବିଷୟରେ ବର୍ଣ୍ଣନା କରାଯାଇଛି । ମହାଶିବରାତ୍ରି ଦିନ ସ୍ନାନ ଦାନର ଅନେକ ମହତ୍ତ୍ୱ ରହିଛି ।

ପୁରାଣ ଅନୁଯାୟୀ ଏହିଦିନ ପାଣିରେ କିଛି ଏପରି ଖାସ ଜିନିଷ ମିଶାଇ ସ୍ନାନ କରିବା ଦ୍ୱାରା ମନୁଷ୍ୟର ସବୁ ସମସ୍ୟା ଦୂରେଇ ଯାଏ । ରୁଦ୍ରାକ୍ଷ ମହାଦେବଙ୍କ ଅଶ୍ରୁରୁ ସୃଷ୍ଟି ହୋଇଛି । ତେଣୁ ଶିବରାତ୍ରି ଦିନ ସକାଳୁ ଉଠି ଏହାକୁ ପାଣିରେ ପକାଇ ଯଦି ଆପଣ ସ୍ନାନ କରନ୍ତି ତେବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ । ଏହାଦ୍ବାରା ପରିବାର ଉପରେ ଥିବା ଖରାପ ନଜର ଏବଂ ସବୁ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦୂରେଇ ଯାଏ ।

ଗୋଟିଏ ରୁଦ୍ରାକ୍ଷ ପକାଇ ସ୍ନାନ କଲେ ସ୍ଵର୍ଗ ସମାନ ସୁଖ ପ୍ରାପ୍ତ ହୋଇଥାଏ । ପରିବାରରେ ସବୁ ବ୍ୟକ୍ତିଙ୍କ ଜୀବନରେ ଶାନ୍ତି ରହିଥାଏ । ତ୍ରିମୁଖୀ ରୁଦ୍ରାକ୍ଷ ଅଗ୍ନି ସ୍ୱରୂପ ହୋଇଥାଏ । ଏହାର ଜଳରେ ସ୍ନାନ କଲେ ପୁଣ୍ୟ ପ୍ରାପ୍ତ ହୋଇଥାଏ ଏବଂ ରୋଗରୁ ମୁକ୍ତି ମିଳିଥାଏ । ଚାରିମୁଖୀ ରୁଦ୍ରାକ୍ଷ ଦ୍ୱାରା ସ୍ନାନ କଲେ ସବୁପ୍ରକାରର ଭୌତିକ ସୁଖ ପ୍ରାପ୍ତ ହୋଇଥାଏ ।

ଯଦି ଆପଣଙ୍କ ଘରେ ଆର୍ଥିକ ସମସ୍ୟା ରହିଛି ତେବେ ମହାଶିବରାତ୍ରି ଦିନ ଜଳରେ ଚାରି ମୁଖୀ ରୁଦ୍ରାକ୍ଷ ପକାଇ ସ୍ନାନ କରନ୍ତୁ । ପଞ୍ଚମୂଖୀ ରୁଦ୍ରାକ୍ଷ ଦ୍ୱାରା ସ୍ନାନ କଲେ ସବୁ ପାପରୁ ମୁକ୍ତି ମିଳିଥାଏ । ଛଅ ମୂଖୀ ରୁଦ୍ରାକ୍ଷ ଦ୍ୱାରା ସ୍ନାନ କଲେ ଭୟରୁ ମୁକ୍ତି ମିଳିଥାଏ ଏବଂ ଆରୋଗ୍ୟ ପ୍ରାପ୍ତ ହୋଇଥାଏ । ସପ୍ତମୂଖୀ ରୁଦ୍ରାକ୍ଷ ଦ୍ୱାରା ସ୍ନାନ କଲେ ଦେବୀ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ।

ଯଦି ଆପଣ ଏହିଦିନ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରନ୍ତି ତେବେ ସବୁ ପ୍ରକାରର ପାପରୁ ମୁକ୍ତି ମିଳିଥାଏ । ମହାଶିବରାତ୍ରି ଦିନ ଜଳରେ ଅଳ୍ପ ଲୁଣ ମିଶାଇ ସ୍ନାନ କଲେ ସୌଭଗ୍ୟ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଶରୀରରୁ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ଏହାଦ୍ବାରା ରୋଗରୁ ମୁକ୍ତି ମିଳିଥାଏ ଏବଂ ନଜର ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *