Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବରାତ୍ରିରେ ବନିବାକୁ ଯାଉଛି ମହାସଂଯୋଗ,ସାତଟି ରାଶିର ଲୋକଙ୍କ ଭାଗ୍ୟ ବଦଳି ଯିବ,ଦେଖନ୍ତୁ ଏଥିରେ ଆପଣଙ୍କର ରାଶି ନାହିଁ ତ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମହାଶିବରାତ୍ରି ଉପଲକ୍ଷେ ଆପଣଙ୍କୁ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ। ଏହି ମହାଶିବରାତ୍ରି ଦିନ ମହାସଂଯୋଗ ବନିବାକୁ ଯାଉଛି। ଆଜି ଆମେ ଆପଣଙ୍କୁ ସେହି ସାତଟି ରାଶିର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କ ଭାଗ୍ୟ ଏହି ଶିବରାତ୍ରି ଦିନ ବଦଳିବାକୁ ଯାଉଛି। ଏହିଦିନ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ମାନେ ବ୍ରତ ଉପବାସ କରିଥାନ୍ତି। ମାନ୍ୟତା ରହିଛି କି ଶିବରାତ୍ରି ଦିନ ଭଗବାନ ଶିବଙ୍କ ସହିତ ଦେବୀ ପାର୍ବତୀଙ୍କୁ ପୂଜାର୍ଚ୍ଚନା କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ପୌରାଣିକ ମାନ୍ୟତା ଅନୁସାରେ, ଏହିଦିନ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କର ବିବାହ ହୋଇଥିଲା। ଏହିବର୍ଶ ଶିବରାତ୍ରିରେ ସର୍ବସିଦ୍ଧି ଯୋଗ, ଅମରସିଦ୍ଧି ଯୋଗ, ରବି ଯୋଗ ବନିବାକୁ ଯାଉଛି। ଯାହାଦ୍ଵାରା ଏହାର ଶୁଭ ପରିଣାମ ସାତଟି ରାଶିର ଲୋକେ ଭୋଗ କରିବେ। ଚନ୍ଦ୍ର ଗ୍ରହ ମକର ରାଶିକୁ ଗୋଚର କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏବର୍ଷ ବନିବାକୁ ଯାଉଥିବା ସଂଯୋଗ ସାତଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ମାନ୍ୟତା ରହିଛି କି ଭଗବାନ ଶିବଙ୍କୁ କେବଳ ବେଲପତ୍ର ଓ ଜଳ ଅର୍ପଣ କଲେ ସେ ସନ୍ତୁଷ୍ଟ ହୋଇଥାନ୍ତି। ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି :- ଏହି ରାଶିର ଲୋକଙ୍କୁ ଭଗବାନ ଶିବଙ୍କର ଅସୀମ କୃପା ପ୍ରାପ୍ତ ହେବ।ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ବ୍ୟବସାୟରେ ବୃଦ୍ଧି ହେବା ସହିତ ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

ତୁଳା ରାଶି :- ଏହି ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ପ୍ରାପ୍ତ ହେବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଆୟରେ ବୃଦ୍ଧି ହେବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ।

କର୍କଟ ରାଶି :- ଏହି ରାଶିର ଲୋକେ ଘରେ ବସି ମଧ୍ୟ ଧନ ଉପାର୍ଜନ କରି ପାରିବେ। ଏହି ରାଶିର ଲୋକଙ୍କୁ ମହାଶିବରାତ୍ରି ଦିନ ଦେବୀ ଲକ୍ଷ୍ମୀଙ୍କୁ ଆରାଧନା କରିବା ଉଚିତ। ଭଗବାନ ଶିବଙ୍କର କୃପାରୁ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ ଏବଂ ଘରୁ ଆର୍ଥିକ ମାନ୍ଦାବସ୍ଥା ଦୂର ହେବ। ମହମୃତ୍ୟୁଞ୍ଜୟ ମନ୍ତ୍ର ୧୦୮ ଥର ଲେଖାଏଁ ଜପ କରନ୍ତୁ। ଶିବରାତ୍ରି ଦିନ ଜମିବାଡ଼ି କ୍ରୟ କରିବା ଆପଣଙ୍କ ପାଇଁ ଲାଭପ୍ରଦ ହୋଇପାରେ।

କନ୍ୟା ରାଶି :- ଶିବରାତ୍ରି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କର ଋଣ ପରିଶୋଧ ହୋଇଯିବ। ଅଟକି ରହିଥିବା ଟଙ୍କା ଆପଣ ଫେରସ୍ତ ପାଇବେ। ଭଗବାନ ଶିବଙ୍କ କୃପାରୁ ଆପଣଙ୍କ କ୍ୟାରିୟର ସକାରାତ୍ମକ ଦିଗରେ ଗତି କରିବ। ଅଧିକ ଉପାର୍ଜନ କରିବା ପାଇଁ ଆପଣଙ୍କୁ ଅନେକ ପନ୍ଥା ପ୍ରାପ୍ତ ହେବ

ମକର ରାଶି :- ଏହି ରାଶିର ଲୋକଙ୍କ ପାଇଁ ଶିବରାତ୍ରି ଅତ୍ୟନ୍ତ ଶୁଭ ଅଟେ। ଏହିଦିନ ଆପଣ ଧନ ସମ୍ବନ୍ଧିତ କୌଣସି କାର୍ଯ୍ୟ କଲେ ଶୁଭ ଫଳ ପ୍ରାପ୍ତ କରିବେ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଶିବରାତ୍ରି ଦିନ ଆପଣ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ, ଯାହାଦ୍ଵାରା ଆପଣଙ୍କୁ ପୁଣ୍ୟ ପ୍ରାପ୍ତି ହେବ।

ସିଂହ ରାଶି :- ଶିବରାତ୍ରି ଦିନ ଆପଣଙ୍କୁ କୌଣସି ସ୍ଥାନରୁ ସୁଖଦ ସମାଚାର ମିଳିପାରେ। ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ। ଚାକିରି ଓ ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ଶିବରାତ୍ରି ଦିନ ବ୍ରତ ପାଳନ କରନ୍ତୁ, ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।

କୁମ୍ଭ ରାଶି :- ଏହି ରାଶିର ଲୋକଙ୍କୁ ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଯଦି ଆପଣ ନୂତନ ଚାକିରି ପାଇଁ ଆବେଦନ କରୁଛନ୍ତି, ତାହେଲେ ସୁଫଳ ପାଇବେ। ଆଇନ କାନୁନ ମାମଲାରେ ସମାଧାନ ହେବ।

ବୃଷ ରାଶି, ମିଥୁନ ରାଶି, ଧନୁ ରାଶି, ବିଛା ରାଶି, ମୀନ ରାଶିର ଲୋକଙ୍କୁ ମଧ୍ୟମ ଫଳ ପ୍ରାପ୍ତି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *