Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ସ୍ତ୍ରୀ ଶିବରାତ୍ରିରେ ଏହି ୮ଟି ବସ୍ତୁକୁ ଦାନ କରିଥାଏ,ସେହି ସ୍ତ୍ରୀ କେବେ ବି ବିଧବା ହୋଇ ନଥାଏ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ମହାଶିବରାତ୍ରି ଦିନ କେଉଁ ଉପାୟ କରିବା ଦ୍ଵାରା ଆପଣଙ୍କର ଜୀବନ ସାର୍ଥକ ହେବ। ଏହାସହିତ କୁଣ୍ଡଳୀ ମଧ୍ୟରେ ରାହୁ ଦୋଷ, ଶନି ଦୋଷ, କାଳ ସର୍ପ ଦୋଷ ସବୁ ଦୂର ହୋଇ ଯାଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଦାନ କରିବା ଅତ୍ୟନ୍ତ ପୁଣ୍ୟର କାର୍ଯ୍ୟ ଅଟେ। ଶାସ୍ତ୍ରରେ କୁହାଯାଇଛି କି,ମନୁଷ୍ୟକୁ ନିଜ ଜୀବନରେ ଥରେ ଗୁପ୍ତ ଦାନ ଅବଶ୍ୟ କରିବା ଉଚିତ। ଦାନ କରିବାକୁ ସ୍ରଷ୍ଟା ବିବେଚନା କରାଯାଇଥାଏ। କିନ୍ତୁ ସଂସାରରେ କିଛି ଏଭଳି ବସ୍ତୁ ରହିଛି, ଯାହାକୁ ଦାନ କରିବା ଉଚିତ ନୁହେଁ। ନଚେତ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଯେଉଁ ଜିନିଷ ଦାନ କଲେ ଶୁଭ କିମ୍ବା ଅଶୁଭ ହୋଇଥାଏ।

ପ୍ରଥମେ ହେଉଛି ଲୁଣ, ସୋମବାର ଦିନ ଲୁଣ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଲୁଣ ଦାନ କରିବା ସମୟରେ ଆପଣ ଧ୍ୟାନ ରଖନ୍ତୁ କି ଏହା କାଚ ପାତ୍ରରେ ରହିବା ଆବଶ୍ୟକ। ଅର୍ଥାତ୍ କୌଣସି କାଚ ପାତ୍ରରେ ଲୁଣ ରଖି ଦାନ କରନ୍ତୁ। ଦ୍ଵିତୀୟରେ ହେଉଛି ଗୁଡ଼, ଗୁଡ଼ ଦାନ କରିବା ଦ୍ୱାରା ସମ୍ପର୍କ ସୁଦୃଢ଼ ରହିଥାଏ। ଯଦି ପାଟି ଓ ପତ୍ନୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଛି, ତାହେଲେ ଆପଣ ଶିବରାତ୍ରି ଦିନ ଭଗବାନ ଶିବଙ୍କୁ ଗୁଡ଼ ଅର୍ପଣ କରନ୍ତୁ ଏବଂ ଗୁଡ଼ ଦାନ ମଧ୍ୟ କରନ୍ତୁ। ଏହାଛଡା ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦେବା ଦ୍ଵାରା ମଧ୍ୟ ଆପଣଙ୍କର ସମ୍ପର୍କ ସୁଦୃଢ଼ ରହିବ।

ଅନ୍ନ ଦାନ କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ତେବେ ଆପଣ ଦେବୀ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିବା ପାଇଁ ଚାହୁଁଥଲେ, ଅନ୍ନ ଦାନ କରନ୍ତୁ ଏବଂ ଘରକୁ ଆସୁଥିବା ପଶୁପକ୍ଷୀ ମାନଙ୍କୁ ମଧ୍ୟ ଭୋଜନ କରାନ୍ତୁ। ଶିବରାତ୍ରି ବା ସୋମବାର ଦିନ କଡ଼ି ଆପଣ ଗହମ ଓ ଚାଉଳ ଏକାସହିତ ଦାନ କରିବେ, ତାହେଲେ ଆପଣଙ୍କ ଧନଭଣ୍ଡାର ଘର ପରିପୂର୍ଣ ହୋଇଯିବ। ସୋମବାର ଦିନ ଗାଈକୁ ରୁଟି ସହିତ ଗୁଡ଼ ଖାଇବାକୁ ଦେବା ଦ୍ଵାରା ଜୀବନର ସବୁ ପାପ କ୍ଷୟ ହୋଇ ଯାଇଥାଏ। ଶୁକ୍ରବାର ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ। ଏହିଦିନ ଅସହାୟ ଲୋକଙ୍କୁ କ୍ଷୀରି ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଶନିବାର ଦିନ କଳା ତିଳ ଓ ଚାଉଳ ଦାନ କରନ୍ତୁ। କିନ୍ତୁ ଫାଟି ଯାଇଥିବା ଲୁଗା ଆଦି ଦାନ କରିବା ଉଚିତ ନୁହେଁ। ଏହାଦ୍ବାରା ଈଶ୍ୱର ଅସନ୍ତୁଷ୍ଟ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *