Excuse Me Odisha

ଯାହା କହିବୁ ସତ କହିବୁ

ଶିବଲିଙ୍ଗ ଉପରେ ନିଜ ଆଙ୍ଗୁଳିରେ ଲେଖି ଦିଅନ୍ତୁ ଏହି ଗୋଟେ ଶବ୍ଦ, ଆପଣଙ୍କର ସମସ୍ତ ଅଭିଳାଷା ହୋଇଯିବ ପୂରଣ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶିବରାତ୍ରି ଗଙ୍ଗା ଭଳି ଅତ୍ୟନ୍ତ ପବିତ୍ର ଓ ଶୁଭ ଅଟେ। ଶିବରାତ୍ରି ହେଉଛି ଶିବ ଓ ଶକ୍ତିଙ୍କର ମିଳନର ପ୍ରତୀକ ଅଟେ। କହିବାକୁ ଗଲେ ଶିବରାତ୍ରି ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶିବରାତ୍ରୀ ପାଳିତ ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କଲେ ଆପଣ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ କୃପା ପ୍ରାପ୍ତ କରି ପାରିବେ।

ଭଗବାନ ଶିବଙ୍କୁ ବେଲପତ୍ର ଅତ୍ୟନ୍ତ ପ୍ରିୟ ଅଟେ। କୁହାଯାଏ କି ଶିବଲିଙ୍ଗ ଉପରେ ଖାଲି ଜଳ ଓ ବେଲପତ୍ର ଅର୍ପଣ କଲେ ଶିବ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ସବୁ ମନସ୍କାମନା ପୂରଣ କରିଥାନ୍ତି। ଯଦି ଆପଣଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡୁଛି ବା କ୍ୟାରିୟରରେ ଆଶାନୁରୂପ ସଫଳତା ମିଳୁ ନାହିଁ, ତାହେଲେ ଶିବରାତ୍ରି ଦିନ ଶିବମନ୍ଦିରକୁ ସାତଟି ପାଚିଲା ବେଲ ନେଇ ଯାଆନ୍ତୁ ଏବଂ ଭଗବାନ ଶିବଙ୍କୁ ସମର୍ପିତ କରନ୍ତୁ।

ଶିବରାତ୍ରି ଦିନ ଯଦି ଆପଣ ବ୍ରତ କରୁଛନ୍ତି, ତାହେଲେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ପରେ ପ୍ରଥମେ ବେଲପତ୍ର ଗ୍ରହଣ କରନ୍ତୁ, ତାପରେ ଫଳ ଗ୍ରହଣ କରନ୍ତୁ। ଏହିଦିନ ଆପଣ ବେଲ ଖାଇ ପାରିବେ। ଶିବରାତ୍ରି ଦିନ ଆପଣ ସ୍ନାନ କରିବା ସମୟରେ ସାତଟି ବେଲପତ୍ର ନିଜ ପାଦ ତଳେ ରଖନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଯିବ ଏବଂ ଆର୍ଥିକ ଅଭାବ ମଧ୍ୟ ଦୂର ହୋଇ ଯାଇଥାଏ।

ଏବେ ଆସନ୍ତୁ ଜାଣିବା କେଉଁ ଆଙ୍ଗୁଳିରେ ଭଗବାନ ଶିବ ଥାଆନ୍ତି, ଯେଉଁ ଆଙ୍ଗୁଳିରେ ଆପଣ ଶିବଲିଙ୍ଗ ଉପରେ ଲେଖି ଦେଲେ ଭଗବାନ ଶିବଙ୍କର କୃପା ପ୍ରାପ୍ତ ହୋଇଥାଏ। ତ୍ରିଦେବ ହେଉଛନ୍ତି ସୃଷ୍ଟି କର୍ତ୍ତା ବ୍ରହ୍ମା, ପାଳନ କର୍ତ୍ତା ଭଗବାନ ବିଷ୍ଣୁ, ସଂହାର କର୍ତ୍ତା ହେଉଛନ୍ତି ଶିବ ଶମ୍ଭୁ। ପୌରାଣିକ ମାନ୍ୟତା ଅନୁସାରେ ଦେବୀ ଶତରୁପା ଏବଂ ଦେବୀ ସରସ୍ଵତୀଙ୍କୁ ଭଗବାନ ବ୍ରହ୍ମା ସୃଷ୍ଟି କରିଥିଲେ। କିନ୍ତୁ ସୃଷ୍ଟି କର୍ତ୍ତା ବ୍ରହ୍ମା ଶତରୁପାଙ୍କ ଉପରେ ମୁଗ୍ଧ ହୋଇଗଲେ। ଏହା ଦେଖି ଭଗବାନ ଶିବ ବ୍ରହ୍ମାଙ୍କ ଏହି ପାପ ଯୋଗୁଁ ନିଜ ଅନାମିକା ଆଙ୍ଗୁଳିରେ ବ୍ରହ୍ମାଙ୍କ ପଞ୍ଚମ ମୁଣ୍ଡ କାଟି ଦେଇଥିଲେ।

ତେବେ ଅନାମିକା ଆଙ୍ଗୁଳିକୁ ଧାର୍ମିକ ରୂପରେ ପବିତ୍ର ମାନା ଯାଇଛି। ସେଥିପାଇଁ ପିଣ୍ଡଦାନ, ଯଜ୍ଞ ଅନୁଷ୍ଠାନ ଆଦିରେ ଅନାମିକା ଆଙ୍ଗୁଳି ଦ୍ଵାରା ହିଁ ପୂଜାର୍ଚ୍ଚନା ଓ ଚାଉଳ ଦାନ ଆଦି କରାଯାଇଥାଏ। ମହାଶିବରାତ୍ରି ଦିନ ଆପଣ ଧଳା ଚନ୍ଦନ ନେଇ ଶିବଲିଙ୍ଗ ଉପରେ ଓଁ ଲେଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ। ଓଁ ଶବ୍ଦ ଉଚ୍ଚାରଣ କରିବା ଦ୍ୱାରା ଜୀବନରେ ଯେତେ ଅଶାନ୍ତି ରହିଥିଲେ ମଧ୍ୟ ଦୂର ହୋଇ ଯାଇଥାଏ। ଶିବରାତ୍ରି ଦିନ ଦୀପ ପ୍ରଜ୍ବଳନ କରିବାର ବିଧି ରହିଛି। ଯଦି ଆପଣ ଦୀପ ପ୍ରଜ୍ବଳନ କରୁଛନ୍ତି, ତାହେଲେ ସେଥିରେ ଗୋଟେ ଲବଙ୍ଗ ପକାଇ ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *