Excuse Me Odisha

ଯାହା କହିବୁ ସତ କହିବୁ

ଘର ଉପରେ ଏହି ଗଛର ଛାଇ କଦାପି ପଡ଼ିବା ଉଚିତ ନୁହେଁ। ନଚେତ ଘରକୁ ଦୁର୍ଭାଗ୍ୟ ମାଡି ଆସିବ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଯଦି ଆପଣଙ୍କ ଘରର ଅଗଣାରେ କୌଣସି ଗଛର ଛାଇ ପଡୁଛି, ତାହେଲେ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ। ବାସ୍ତୁ ଶାସ୍ତ୍ରରେ ଏହାକୁ ଛାୟା ବେଦ କୁହାଯାଏ। ବାସ୍ତୁ ଶାସ୍ତ୍ରରେ ଗୃହ ନିର୍ମାଣକୁ ଧାର୍ମିକ କାର୍ଯ୍ୟ ମାନା ଯାଇଛି। ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ଦେବତାଙ୍କ କାରିଗର ବିଶ୍ଵକର୍ମା ସୃଷ୍ଟିର ନିର୍ମାଣ ସମୟରେ କରିଥିଲେ। ଏହାର ନିର୍ମାଣ ଏପରି ହୋଇଥିଲା କି, କୌଣସି ମନୁଷ୍ୟ ନିଜ ଗୃହକୁ ଭଲଭାବରେ ଆପଣେଇ ପାରିବ ନାହିଁ।

ଭବନ ନିର୍ମାଣ କରିବା ସମୟରେ ପ୍ରଥମେ ଆମକୁ ଭୂମିର ପରୀକ୍ଷଣ କରିବାକୁ ପଡ଼ିଥାଏ। ଭୂଖଣ୍ଡର ଆକାର, ପରିବେଶ, ଗଛଲତା ଆଦିକୁ ଗୁରୁତ୍ବ ଦିଆଯାଇଥାଏ। ଭବନ ନିର୍ମାଣ ସମୟରେ ଦିଗ ନିରୂପଣ ମଧ୍ୟ କରାଯାଇଥାଏ। କହିବାକୁ ଗଲେ ପୁରାତନ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁ ଶାସ୍ତ୍ରକୁ ଆଧାର କରି ଗୃହ ନିର୍ମାଣ କରାଯାଇଥାଏ। କାରଣ ଘରେ ବାସ୍ତୁ ଉତ୍ପନ୍ନ ହେଲେ ଏହାର ଅଶୁଭ ପରିଣାମ ପରିବାର ଲୋକଙ୍କୁ ଭୋଗିବାକୁ ପଡ଼ିଥାଏ।

ବାସ୍ତୁ ଶାସ୍ତ୍ରରେ ଅନେକ ବାସ୍ତୁ ନିୟମ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ଯଦି ଘରର ଅଗଣାରେ ଥିବା ଗଛ ଘର ମଧ୍ୟକୁ ପ୍ରବେଶ କରୁଥିବା ବାୟୁ ଓ ଆଲୋକକୁ ରୋକି ଥାଏ, ତାହେଲେ ଘର ପାଇଁ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ। ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହେଲେ, ଏହାର ଅଶୁଭ ପରିଣାମ ପରିବାର ଲୋକଙ୍କ ଉପରେ ପଡ଼ିଥାଏ। ଘରର ମୁଖ୍ୟ ଦୁଆର ସାମ୍ନାରେ କୂଅ, ଇଲେକ୍ଟ୍ରିାଲ ଖୁଣ୍ଟି, ବର ଗଛ, ତେନ୍ତୁଳି ଗଛ, ବାଉଁଶ ଗଛ ଆଦି ରହିବା ଉଚିତ ନୁହେଁ। ଏହି ଗଛ ଗୁଡ଼ିକରେ ନକାରାତ୍ମକ ଶକ୍ତି ବାସ କରିଥାନ୍ତି। ଯାହାଫଳରେ ଏହି ଗଛ ଘରର ଅଗଣାରେ ରହିଲେ ଘର ଉପରକୁ ସଙ୍କଟ ମାଡି ଆସିଥାଏ।

ବାସ୍ତୁ ଶାସ୍ତ୍ରରେ ଅନେକ ଗୁଡ଼ିଏ ବେଦ ଗୁଡ଼ିକର ବର୍ଣ୍ଣନା କରାଯାଇଛି। ଯେପରି ଦ୍ଵାର ବେଦ, ସ୍ବର୍ଗ ବେଦ, ଦେବାଳୟ ବେଦ, ଦିଶା ବେଦ, ବୃକ୍ଷ ବେଦ, ବସ୍ତୁ ବେଦ,ଛିଦ୍ର ବେଦ ଭଳି ଅନେକ ବେଦ ରହିଛି। ଘର ସାମ୍ନାରେ ଦୂଷିତ ପାଣି ଜମି ରହିବା ଉଚିତ ନୁହେଁ। ଏହାଦ୍ବାରା ରୋଗ ଜୀବାଣୁ ସୃଷ୍ଟି ହୋଇଥାଏ ଏବଂ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ସ୍ବର୍ଗ ବେଦ କାରଣରୁ ଘରେ ପରିବାର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥାଏ।

ଛିଦ୍ର ବେଦ କାରଣରୁ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଆର୍ଥିକ ସଙ୍କଟ ଦେଖା ଦେଇଥାଏ। ଘର ଭିତରେ ନଳରୁ ପାଣି ପଡ଼ିବା ଶୁଭ ହୋଇ ନଥାଏ। ଘରେ କାନ୍ଥ ଫାଟିବା ଅଶୁଭ ଲକ୍ଷଣ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ କୌଣସି ମନ୍ଦିରର ଧ୍ଵଜ ଘର ଉପରେ ପଡ଼ିବା ମଧ୍ୟ ଅଶୁଭ ହୋଇଥାଏ, ଏହାକୁ ଧ୍ଵଜ ବେଦ କୁହାଯାଏ। ଘରର ମୁଖ୍ୟ ଦୁଆର ମୁହଁ ସାମ୍ନାରେ ବର ଗଛ, ତେନ୍ତୁଳି ଗଛ ଆଦି ରହିବା ଉଚିତ ନୁହେଁ। କାରଣ ଏହି ଗଛ ମୃତ୍ୟୁର ସଂକେତ ଦେଇଥାଏ। ଏହି ଗଛ ଘରର ଦୁଆର ମୁହଁରେ ରହିବା ଦ୍ଵାରା ଘର ଲୋକଙ୍କର ଅମଙ୍ଗଳ ହୋଇଥାଏ ଏବଂ ଘରେ କଳହ ସୃଷ୍ଟି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *