Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବରାତ୍ରି ଦିନ ନାଲି କପଡ଼ାରେ ବାନ୍ଧି ଲୁଚାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ଧନ , ସମ୍ପତ୍ତି , ଚାକିରୀ ଏବଂ ବ୍ୟବସାୟରେ ହେବ ଉନ୍ନତି ।

ସେୟାର୍ କରନ୍ତୁ

ଏପରି କୁହାଯାଏ ଯେ ମହାଶିବରାତ୍ରି ଦିନ ଶିବଲିଙ୍ଗରେ ଅର୍ପିତ କିଛିବି ଜିନିଷ ଆଣିବା ଉଚିତ ନୁହେଁ । ମାତ୍ର ଗୋଟିଏ ଜିନିଷ ଏପରି ଅଛି ଯାହାକୁ ଆପଣ ଘରକୁ ଆଣି ପାରିବେ । ମହାଦେବଙ୍କ ମନ୍ଦିରକୁ ଯେତେବେଳେ ଆପଣ ଯାଉଛନ୍ତି ନିଶ୍ଚିତ ରୂପରେ ଏକ ଲୋଟା ଜଳ ନିଶ୍ଚୟ ନେଇ ଯାଆନ୍ତୁ । ଆଉ ଏକ ବସ୍ତୁ ଅଛି ଯାହାକୁ ଆପଣ ନିଜେ କିମ୍ବା ଅନ୍ୟ କେହି ଅର୍ପିତ କଲେ ବି ଆପଣ ନେଇ ଆସନ୍ତୁ । କିନ୍ତୁ ଆପଣ ତାହାକୁ ଚଢ଼ାଇ ପାରିଲେ ଅଧିକ ଉତ୍ତମ ହେବ । ଏହାବ୍ୟତୀତ ଆଉ ଏକ ଜିନିଷ ହେଉଛି ଧତୁରା ଫଳ । ଯାହାଦ୍ୱାରା ଆପଣଙ୍କ ଜୀବନ ମଧ୍ୟ ବଦଳି ଯାଇପାରେ ।

ଜୀବନରେ ଅନେକ ସମୟରେ ଅନେକ ସମସ୍ୟା ଥାଏ । କିମ୍ବା ଏପରି ହୋଇପାରେ ଯେ ଆପଣଙ୍କ ଚାକିରୀ ବ୍ୟାପାର ଚାଲୁନାହିଁ । ବହୁତ ଟେନ୍ସନ ରହିଛି , ଚାକିରୀ ବ୍ୟାପାରରେ ସମସ୍ୟା ଦେଖା ଦେଉଛି , ଘରେ ଲଢ଼େଇ ଝଗଡ଼ା ହେଉଛି କିମ୍ବା କୌଣସି ପ୍ରକାରର ବାସ୍ତୁ ଦୋଷ ରହିଛି , କିମ୍ବା ଆପଣଙ୍କର କୌଣସି ପ୍ରକାରର ଭିନ୍ନ ଦୋଷ ରହିଛି , ତେବେ ତାହା ନକରାତ୍ମକ ଶକ୍ତି କାରଣରୁ ହୋଇଥାଏ । ତେଣୁ ମହାଦେବଙ୍କ ଶରଣକୁ ଯାଆନ୍ତୁ । ତେଣୁ ଧତୁରାର ଏକ ଫଳ ନିଅନ୍ତୁ ଏବଂ ଏହାର ପ୍ରୟୋଗ ଅତ୍ୟନ୍ତ ଫଳପ୍ରଦ ହେବ । ସେହି ଫଳକୁ ଆପଣ କୌଣସି ସମୟରେ ବି ନେଇ ମହାଦେବଙ୍କୁ ଚଢ଼ାଇ ଦିଅନ୍ତୁ ।

ମାତ୍ର ଅଭିଜିତ ମୁହୂର୍ତ୍ତରେ ଚଢ଼ାଇଲେ ଅଧିକ ଫଳପ୍ରଦ ହୋଇଥାଏ । ଦ୍ୱିପ୍ରହର ୧୨ ରୁ ୧ ମଧ୍ୟରେ ଥିବା ସମୟକୁ ଅଭିଜିତ ମୁହୂର୍ତ୍ତ ବୋଲି କୁହାଯାଏ । ତେବେ କେବଳ ଧତୁରା ଫଳ ନୁହେଁ , ଏହାସହିତ ମହାଦେବଙ୍କ ମନ୍ତ୍ର , ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ । ଏହାସହିତ ମହାଦେବଙ୍କୁ ଜୀବନର ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମହାଦେବଙ୍କୁ ପ୍ରାର୍ଥନା କରନ୍ତୁ । ଏହାପରେ ଭଗବାନଙ୍କୁ ଅର୍ପିତ କରିଥିବା ଧତୁରାକୁ ଘରକୁ ନେଇ ଆସନ୍ତୁ ଏବଂ ଏକ ନାଲି କପଡ଼ାରେ ଗୁଡ଼ାଇ ଏକ ମୋୖଲି ସୂତା ବାନ୍ଧି ଦିଅନ୍ତୁ ।

ତାପରେ ଏହାକୁ ନିଜ ବ୍ୟାପାର ସ୍ଥଳରେ କେଉଁଠି ଲୁଚାଇ ରଖି ଦିଅନ୍ତୁ । ଘରେ ବଗିଚା ଥିଲେ ତାହାକୁ ମାଟି ତଳେ ଦବାଇ ରଖି ଦିଅନ୍ତୁ । ଦ୍ୱିପ୍ରହର ୧୨ ରେ ଏହାକୁ ଆଣିଲେ ସେହି ସମୟରେ ହିଁ ଉପାୟକୁ କରି ଦିଅନ୍ତୁ ।ଏହି ଉପାୟ ସବୁ କରିବା ଦ୍ୱାରା ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ । ଚାକିରୀ ଏବଂ ବ୍ୟବସାୟରେ ଉନ୍ନତି ଦେଖା ଦେବ ଏବଂ ଜୀବନର ସବୁ ଦୁଃଖ ମଧ୍ୟ ଦୂର ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *