Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବରାତ୍ରି ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏଭଳି କାର୍ଯ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମହାଶିବରାତ୍ରି ଅତ୍ୟନ୍ତ ଶୁଭ ଓ ପବିତ୍ର ଅଟେ। ପୌରାଣିକ ମାନ୍ୟତା ଅନୁସାରେ, ଶିବରାତ୍ରି ଦିନ ହିଁ ସୃଷ୍ଟିର ଆରମ୍ଭ ହୋଇଥିଲା।ଗରୁଡ଼ ପୁରାଣ, ସ୍କନ୍ଧ ପୁରାଣ, ପଦ୍ମ ପୁରାଣ, ଅଗ୍ନି ପୁରାଣ ଆଦିରେ ଶିବରାତ୍ରି ବିଷୟରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି। ଏହିଦିନ ଭଗବାନ ଶିବଙ୍କୁ ସମର୍ପଣ ଭବନରେ ସାଧନା କଲେ ଧନଧାନ୍ୟ ବୃଦ୍ଧି ହୋଇଥାଏ। ଏହିଦିନ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଅତ୍ୟନ୍ତ ଖାସ ଦିନ ମାନା ଯାଇଛି।

ପବିତ୍ର ମହାଶିବରାତ୍ରି ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଇଥାଏ। କୁହାଯାଏ କି ଭଗବାନ ଶିବ ଅଳ୍ପକେ ପ୍ରସନ୍ନ ହୋଇ ଯାଇଥାନ୍ତି ଏବଂ ଖୁବ୍ ଶୀଘ୍ର କ୍ରୋଧିତ ମଧ୍ୟ ହୋଇ ଯାଇଥାନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ମହାଶିବରାତ୍ରି ଦିନ କେଉଁ କାର୍ଯ୍ୟ କରିବା ଉଚିତ ଏବଂ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ। କହିବାକୁ ଗଲେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ଧଳା ଓ ଲାଲ ରଙ୍ଗର ବସ୍ତ୍ର ଧାରଣ କରିବା ଆବଶ୍ୟକ।

ଶିବରାତ୍ରି ଦିନ ଭଗବାନ ଶିବଙ୍କ ସହିତ ଦେବୀ ପାର୍ବତୀଙ୍କର ମଧ୍ୟ ପୂଜାର୍ଚ୍ଚନା କରନ୍ତୁ, ଯାହାଫଳରେ ଆପଣଙ୍କର ଉପରେ ଈଶ୍ବରଙ୍କ ଆଶୀର୍ବାଦ ସର୍ବଦା ରହିବ। ତେବେ ଆସନ୍ତୁ ଜାଣିବା ମହାଶିବରାତ୍ରି ଦିନ କେଉଁ କାର୍ଯ୍ୟ କରିବା ଉଚିତ। ଶିବରାତ୍ରି ଦିନ ସକାଳୁ ଉଠି ସ୍ନାନ ସାରି ନିତ୍ୟ କର୍ମ ସାରି ଦିଅନ୍ତୁ। ତାପରେ ଶିବ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ଦହି, ମହୁ, କ୍ଷୀର, ବେଲପତ୍ର, ଅରଖ ଫୁଲ ଆଦି ଅର୍ପଣ କରନ୍ତୁ। କିନ୍ତୁ ବ୍ରତ ଦିନ ଶିବଲିଙ୍ଗ ଉପରେ ଅର୍ପଣ କରିଥିବା ଭୋଗ ଆପଣ ସେବନ କରି ପାରିବେ। କିନ୍ତୁ ଏହିଦିନ ଅନ୍ନ ପ୍ରସାଦ ଆଦି ଗ୍ରହଣ କରିବା ଅନୁଚିତ।

ଶିବଲିଙ୍ଗ ଉପରେ ଯଦି ଆପଣ କ୍ଷୀର ବା ଦହି ଅଭିଷେକ କରୁଛନ୍ତି, ତାହେଲେ ଧ୍ୟାନ ରଖନ୍ତୁ କି, ଏହା ପିତ୍ତଳ ବା ରୁପାର ବାସନ ହୋଇଥିବା ଆବଶ୍ୟକ। ଭଗବାନ ଶିବଙ୍କ ପୂଜାରେ କେବେବି ଚମ୍ପା,କେତକୀ ଫୁଲ, ତୁଳସୀ ପତ୍ର ଆଦି ଅର୍ପଣ କରନ୍ତୁ ନାହିଁ। ଏହାଦ୍ବାରା ଭଗବାନ ଶିବ କ୍ରୋଧିତ ହୋଇ ଯାଇଥାନ୍ତି। ଏବେ ଆସନ୍ତୁ ଜାଣିବା ଶିବରାତ୍ରି ଓ ଏକ୍ତବାରା ଦିନ କେଉଁ ଜିନିଷ ଆପଣ ଗ୍ରହଣ କରି ପାରିବେ। ତେବେ ଆପଣ ଏକ୍ତବାର ଦିନ ସାବୁ, କ୍ଷୀରି, ପିଠା ଆଦି ସେବନ କରି ପାରିବେ। କିନ୍ତୁ ଅନ୍ନ ଗ୍ରହଣ କରନ୍ତୁ ନାହିଁ। ଏହାସହିତ ଆପଣ ହାଲକା ଖାଦ୍ୟ ଗ୍ରହଣ କରିବାକୁ ପ୍ରୟାସ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *