Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବରାତ୍ରି ଦିନ ଶିବଲିଙ୍ଗ ଉପରେ ଏହି ୫ ଗୋଟି ଜିନିଷ ଅର୍ପଣ କରନ୍ତୁ ନାହିଁ। ନଚେତ ଭଗବାନ ଶିବଙ୍କ କୋପ ଦୃଷ୍ଟିରୁ ଆପଣଙ୍କୁ କେହି ରକ୍ଷା କରି ପାରିବେ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଧର୍ମ ଶାସ୍ତ୍ର ଅନୁସାରେ କୁହାଯାଇଛି କି, ମହାଶିବରାତ୍ରି ଗଙ୍ଗା ଭଳି ପବିତ୍ର ଅଟେ। ଏହି ପର୍ବ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଇଥାଏ। କୁହାଯାଏ କି ଭଗବାନ ଶିବ ଅଳ୍ପକେ ପ୍ରସନ୍ନ ହୋଇ ଯାଇଥାନ୍ତି ଏବଂ ଖୁବ୍ ଶୀଘ୍ର କ୍ରୋଧିତ ମଧ୍ୟ ହୋଇ ଯାଇଥାନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ କହିବାକୁ ଯାଉଛୁ କି, ଭଗବାନ ଶିବଙ୍କୁ କେଉଁ ଜିନିଷ ଅର୍ପଣ କରିବା ଘୋର ପାପ ହୋଇଥାଏ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଶିବରାତ୍ରି ଦିନ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ଧଳା, ଲାଲ ବସ୍ତ୍ର ଧାରଣ କରନ୍ତୁ। ମହାଶିବରାତ୍ରି ଦିନ ଶିବଲିଙ୍ଗର ପୂଜା ରାତ୍ରି ଚାରି ପ୍ରହରରେ କରାଯାଇଥାଏ। କିନ୍ତୁ ପ୍ରଦୋଷ କାଳରେ ମଧ୍ୟ ଆପଣ ଭଗବାନ ଶିବଙ୍କୁ ପୂଜା କରି ପାରିବେ। ମହାଶିବରାତ୍ରି ଓ ପ୍ରଦୋଷ ବ୍ରତର ଶୁଭ ମୂହୁର୍ତ୍ତ ୧୭ ଫେବୃୟାରୀ ୨୦୨୩ ଶୁକ୍ରବାର ଦିନ ରାତି ୧୧:୩୬ ମିନିଟରେ ଆରମ୍ଭ ହେଉଛି। ଏହାର ସମାପନ ୧୮ ଫେବୃଆରୀ ୨୦୨୩ ଶନିବାର ରାତି ୦୮:୦୨ ମିନିଟରେ ହେବ।

ଉଦୟା ତିଥି ଅନୁସାରେ ମହାଶିବରାତ୍ରି ବ୍ରତ ୧୮ ଫେବୃୟାରୀ ଶନିବାର ଦିନ ପାଳନ କରାଯିବ। ମହାଶିବରାତ୍ରି ଦିନ ଆପଣ ଭଗବାନ ଶିବଙ୍କ ସହିତ ଦେବୀ ପାର୍ବତୀଙ୍କୁ ମଧ୍ୟ ପୂଜାର୍ଚ୍ଚନା କରନ୍ତୁ। ଏହାଦ୍ବାରା ଆପଣଙ୍କ ଉପରେ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ କୃପା ଦୃଷ୍ଟି ରହିବ। ଶିବରାତ୍ରି ଦିନ ଆପଣ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ପୂର୍ବରୁ ପ୍ରଥମେ ଭଗବାନ ଗଣେଶ ଓ କାର୍ତ୍ତିକେୟଙ୍କ ପୂଜାର୍ଚ୍ଚନା କରନ୍ତୁ। ଏବେ ଆସନ୍ତୁ ଜାଣିବା ମହାଶିବରାତ୍ରି ଦିନ ଭଗବାନ ଶିବଙ୍କ କୃପା ପ୍ରାପ୍ତ କରିବା ପାଇଁ କଣ କରିବା ଆବଶ୍ୟକ।।ଏହାସହିତ କେଉଁ କାର୍ଯ୍ୟ କରିବା ଅନୁଚିତ।

ଶିବରାତ୍ରି ଦିନ ଆପଣ ଡେରି ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ। ଶିବରାତ୍ରି ଦିନ କଳା ବସ୍ତ୍ର ଧାରଣ କରି କଦାପି ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରନ୍ତୁ ନାହିଁ। ଏଥିପାଇଁ ଧଳା, ଲାଲ ବସ୍ତ୍ର ବ୍ୟବହାର କରନ୍ତୁ। ଶିବଲିଙ୍ଗ ଉପରେ ଯଦି ଆପଣ କ୍ଷୀର ବା ଦହି ଅର୍ପଣ କରୁଛନ୍ତି, ତାହେଲେ ଧ୍ୟାନ ରଖନ୍ତୁ କି ତମ୍ବାର ପାତ୍ର ବ୍ୟବହାର କରନ୍ତୁ ନାହିଁ। ଭଗବାନ ଶିବଙ୍କର ଅଭିଷେକ କରିବା ସମୟରେ ଆପଣ ଷ୍ଟିଲ, ପିତ୍ତଳ ବା ରୂପାର ଲୋଟା ବ୍ୟବହାର କରନ୍ତୁ।

ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ କଦାପି ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହିଁ। ଏହାସହିତ ଶିବ ପୂଜାରେ କଦାପି ହଳଦୀ ଓ କୁଙ୍କୁମ ବ୍ୟବହାର କରନ୍ତୁ ନାହିଁ। କିନ୍ତୁ ଯେଉଁ ମୂର୍ତ୍ତିରେ ଭଗବାନ ଶିବଙ୍କର ପରିବାର ଚାରି ଜଣ ରହିଥିବେ, ସେହି ମୂର୍ତ୍ତିକୁ ଆପଣ ହଳଦୀ ଓ କୁଙ୍କୁମ ଲଗାଇ ପାରିବେ। ଶିବରାତ୍ରି ଦିନ ଆପଣ କୌଣସି ପଶୁ ବା ପକ୍ଷୀ ମାନଙ୍କୁ ହଇରାଣ କରିବା ବା ବାଡେଇବା ଉଚିତ ନୁହେଁ। ନଚେତ ଆପଣଙ୍କର ସମସ୍ତ ପୁଣ୍ୟ ନଷ୍ଟ ହୋଇଯିବ। ଏହିଦିନ ଘରକୁ ଆସୁଥିବା ପଶୁପକ୍ଷୀ ମାନଙ୍କୁ ନିଶ୍ଚିତ ଭାବରେ ଭୋଜନ କରିବା ଉଚିତ।

ଶିବଲିଙ୍ଗ ଉପରେ ଅର୍ପଣ କରୁଥିବା ଜଳକୁ ସର୍ବଦା ମଥାରେ ଲଗାନ୍ତୁ। ମହାଶିବରାତ୍ରି ଦିନ ମନ୍ଦିରରେ ନିଶ୍ଚିତ ଭାବରେ ଗୋଟେ ତ୍ରିଶୂଳ ଦାନ କରନ୍ତୁ। ମହାଶିବରାତ୍ରି ଦିନ ବ୍ରତ କରୁଥିବା ଲୋକେ ହାଲକା ଖାଦ୍ୟ ଗ୍ରହଣ କରନ୍ତୁ। କିନ୍ତୁ ଏକ୍ତବାର ଦିନ ଠାରୁ ଭାତ, ମୁଢ଼ି,ଆମିଷ ଆଦିର ସେବନ କରନ୍ତୁ ନାହିଁ। ଏହାସହିତ କଳା ଲୁଣ, ପିଆଜ, ରସୁଣ ଆଦିର ମଧ୍ୟ ସେବନ କରିବା ଅନୁଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *