Excuse Me Odisha

ଯାହା କହିବୁ ସତ କହିବୁ

୧୬ ଫେବୃୟାରୀ ବିଜୟ ଏକାଦଶୀ ଦିନ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟେ ଜିନିଷ,ରୋଡପତିରୁ ହୋଇଯିବେ କାରୋଡ଼ପତି !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ସବୁ କ୍ଷେତ୍ରରେ ସଫଳତା ପାଇ ପାରିବେ। ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରର ଅଗଣାରେ ତୁଳସୀ ଗଛ ରହିଛି। ତୁଳସୀ ଗଛ ମୂଳରେ ସର୍ବଦା ଜପ ଅର୍ପଣ କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ ଏବଂ ଘରକୁ ଆସି ନଥାଏ କୌଣସି ସଙ୍କଟ। ତୁଳସୀ ଗଛ ମୂଳରେ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି।

ପୃଥିବୀରେ ସମସ୍ତ ବନସ୍ପତି ମାନଙ୍କ ମଧ୍ୟରୁ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ଓ ଶୁଭ ମାନା ଯାଇଛି। ତୁଳସୀ ଗଛ ମଧ୍ୟରେ ଅନେକ ଧାର୍ମିକ ଗୁଣ ଓ ଔଷଧୀୟ ଗୁଣ ଭରପୁର ହୋଇ ରହିଛି। ପୁରାଣରେ ତୁଳସୀ ଦେବୀଙ୍କୁ ଭଗବାନ ବିଷ୍ଣୁଙ୍କର ପତ୍ନୀ ହେବାର ଗୌରବ ପ୍ରାପ୍ତ ହୋଇଥିଲା। ତେଣୁ ଭଗବାନ ବିଷ୍ଣୁଙ୍କର ପୂଜା ତୁଳସୀ ପତ୍ର ବିନା ଅଧୁରା ଅଟେ। ଶାସ୍ତ୍ର ଅନୁସାରେ ଯେଉଁ ଘରେ ତୁଳସୀ ଗଛ ସବୁଜମୟ ଓ ସତେଜ ରହିଥାଏ, ସେହି ଘର ସୁଖଶାନ୍ତି ଓ ଧନସମ୍ପତ୍ତିରେ ଭରି ଯାଇଥାଏ।

କିଛି ଲୋକେ ନିଜ ଘରର ଅଗଣାରେ ତୁଳସୀ ଗଛ ଲଗାଇ ଥାଆନ୍ତି, କିନ୍ତୁ ଚୁନରି ଲଗାଇ ନଥାନ୍ତି। ତୁଳସୀ ଗଛକୁ ଧଳା, ନୀଳ, ଲାଲ ଚୁନରୀ ଅର୍ପଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। କିଛି ଲୋକେ ତୁଳସୀ ଗଛରେ ଚୁନରୀ ଅର୍ପଣ କରି ମଧ୍ୟ ତାହାକୁ ବଦଳାଇ ନଥାନ୍ତି। ପ୍ରତ୍ୟେକ ପର୍ବପର୍ବାଣୀ ବା ଏକାଦଶୀରେ ତୁଳସୀ ଗଛକୁ ଅର୍ପଣ କରିଥିବା ଚୁନରୀ ବଦଳାଇ ଦେବା ଆବଶ୍ୟକ। ତୁଳସୀ ଗଛ ମଧ୍ୟରେ ଅନେକ ଦିବ୍ୟ ଶକ୍ତି ରହିଛି।

ଯେଉଁ ଲୋକମାନେ ତୁଳସୀ ଗଛ ମୂଳରେ ଶାଳଗ୍ରାମ ରଖି ପୂଜାର୍ଚ୍ଚନା କରିଥାନ୍ତି, ସେମାନଙ୍କ ଘର ଧନଧାନ୍ୟରେ ପରିପୂର୍ଣ ହୋଇ ଯାଇଥାଏ ଏବଂ ଘରୁ ଆର୍ଥିକ ସଙ୍କଟ ଦୂର ହୋଇଥାଏ। ଯେଉଁଠାରେ ତୁଳସୀ ଗଛ ଲଗାଉଛନ୍ତି, ସେହି ଜାଗା ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ। କାରଣ ପରିଷ୍କାର ପରିଚ୍ଛନ୍ନ ସ୍ତନକୁଭିଁ ଦେବୀ ଓ ଦେବତା ମାନେ ଆକର୍ଷିତ ହୋଇଥାନ୍ତି। ଏହାସହିତ ତୁଳସୀ ଗଛ ମୂଳରେ କୌଣସି ଦୂଷିତ ପାଣି ଅର୍ପଣ କରନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ।

ଯଦି ଘରେ ତୁଳସୀ ଗଛ ଶୁଖି ଯାଇଛି, ତାହେଲେ ଏହାକୁ ଉପାଡ଼ି କୌଣସି ପୋଖରୀରେ ପ୍ରବାହିତ କରି ଦିଅନ୍ତୁ। କାରଣ ଘରେ ଶୁଖିଲା ତୁଳସୀ ଗଛ ରହିଲେ, ଅମଙ୍ଗଳ ହୋଇଥାଏ। ଏହାସହିତ ଘରକୁ ଘୋର ସଙ୍କଟ ମାଡି ଆସିଥାଏ। ଘରର ଅଗଣାର ମଝିରେ ତୁଳସୀ ଚଉରା ରହିବା ଆବଶ୍ୟକ। ଶାସ୍ତ୍ରରେ କୁହାଯାଇଛି କି, ଘରେ ଦୁଇରୁ ଅଧିକ ତୁଳସୀ ଗଛ ରହିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦେବୀ ଲକ୍ଷ୍ମୀଙ୍କର ଘରକୁ ପ୍ରବେଶ କରିବାର ସଂକେତ ଅଟେ।

ଘରେ କୌଣସି ପ୍ରକାରର କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଏବଂ ଘରୁ ପଳାଇ ଯାଇଥାନ୍ତି। ତୁଳସୀ ଗଛ ପାଖରେ ଯଦି କଦଳୀ ଗଛ ଲଗା ଯାଏ, ତାହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ବାରା ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ। ଯେଉଁ ଘରେ ତୁଳସୀ ଗଛ ମୂଳରେ ଏହି ଜିନିଷ ରଖା ଯାଇ ନଥାଏ, ସେହି ଘର କେବେବି ଉନ୍ନତି କରି ନଥାଏ। ଶାଳଗ୍ରାମକୁ ବିଷ୍ଣୁ ଶିଳା କୁହାଯାଏ। ତୁଳସୀ ଗଛ ମୂଳରେ ଶାଳଗ୍ରାମ ରଖିବାର ବିଧି ରହିଛି। ତୁଳସୀ ଗଛ ମୂଳରେ ଶାଳଗ୍ରାମ ରଖି ପୂଜାର୍ଚ୍ଚନା କଲେ ଘରକୁ କୌଣସି ସଙ୍କଟ ଆସି ନଥାଏ। ଏହାସହିତ ପରିବାର ଲୋକଙ୍କର ଉନ୍ନତି ହୋଇଥାଏ ଏବଂ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *