Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବରାତ୍ରିରେ ଶିବ ଲିଙ୍ଗରେ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ , ସବୁ ମନସ୍କାମନା ହେବ ପୂରଣ

ସେୟାର୍ କରନ୍ତୁ

ମହାଶିବରାତ୍ରିରେ ଚାଉଳର ପ୍ରୟୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଥାଏ । ସନାତନ ଧର୍ମର ମହାଶିବରାତ୍ରିର ଅନେକ ମହତ୍ତ୍ୱ ରହିଛି ଏବଂ ଏହି ପର୍ବ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ କରାଯାଇଥାଏ । ଏହିଦିନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୂଜା ହେବ । ଏହାବ୍ୟତୀତ ରୁଦ୍ରଭିଷେକ ଏବଂ ଜଳଭିଷେକ ଦ୍ୱାରା ଭଗବାନଙ୍କୁ ପ୍ରସନ୍ନ କରାଯାଇ ପାରେ ।

ଏହିଦିନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ହୋଇଥିଲା । ଏହିଦିନ କିଛି ବିଶେଷ ଉପାୟ ଦ୍ୱାରା ଜୀବନକୁ ବଦଳାଇ ହେବ । ମହାଦେବ ଏବଂ ପାର୍ବତୀଙ୍କ ପୂଜା ଏହିଦିନ ମଧ୍ୟରାତ୍ରରେ ପାଳିତ ହେବ । ତେଣୁ ଏହିଦିନ ସୁଖ ଆରୋଗ୍ୟର ପ୍ରାପ୍ତି ପାଇଁ ମହାଦେବଙ୍କର ସୁଲଭ ମହାମୃତୁଞ୍ଜୟ ମନ୍ତ୍ରର ଜପ କରନ୍ତୁ ।

ଯଦି ଆପଣ ଘରେ ସୁଖ ଶାନ୍ତି ସଂମୃଦ୍ଧି ଚାହୁଁଛନ୍ତି ତେବେ ଭଗବାନ ଶିବଙ୍କୁ ଜୋ ନିଶ୍ଚିତ ଚଢାନ୍ତୁ । ତାପରେ ତାହାକୁ ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ । ତାହାକୁ ଘରର ସିନ୍ଧୁକ ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ସ୍ଥିତି ସୁଦୃଢ଼ ରହିବ ଏବଂ ପରିବାରରେ ସକାରାତ୍ମକତା ମଧ୍ୟ ବଜାୟ ରହିବ । ମହାଶିବରାତ୍ରି ଦିନ ଚାରି ପ୍ରହର ପୂଜା ମଧ୍ୟରୁ ପ୍ରଥମ ପ୍ରହରରେ ଗଙ୍ଗା ଜଳରେ ଅଭିଷେକ କରନ୍ତୁ ।

ଏହାଦ୍ବାରା ଜୀବନର ସବୁ କଷ୍ଟ ଦୂର ହୋଇଯାଏ । ଦ୍ଵିତୀୟ ପ୍ରହରରେ ଭଗବାନ ଶିବଙ୍କୁ କ୍ଷୀରରେ ଅଭିଷେକ କରନ୍ତୁ । ତୃତୀୟ ପ୍ରହରରେ ଦହିରେ ଅଭିଷେକ କରନ୍ତୁ । ଏହାଦ୍ବାରା ଭାଗ୍ୟ ଉଦୟ ହୋଇଥାଏ । ଶେଷ ପ୍ରହରରେ ମହୁ ଅର୍ପିତ କରନ୍ତୁ । ଶେଷରେ ଗଙ୍ଗା ଜଳରେ ଅଭିଷେକ କରନ୍ତୁ ।

ଏହାଦ୍ବାରା ମୋକ୍ଷ ପ୍ରାପ୍ତି ହୋଇଥାଏ ଏବଂ ଜୀବନ ଥିବା ଯାଏଁ କେବେ କିଛି ଅଭାବ ହୁଏ ନାହିଁ । ଚାଉଳ ଦ୍ୱାରା ଆପଣ ଏକ ପ୍ରୟୋଗ କରି ପାରିବେ । ଘର ଠାରୁ ଦୂରରେ ଥିବା ମନ୍ଦିରରେ ଯାଇ ମହାଦେବଙ୍କୁ ଏକ ଚିମୁଟା ଚାଉଳ ପ୍ରତ୍ୟେକ ଦିନ ଅର୍ପିତ କରନ୍ତୁ । ଏହାଦ୍ବାରା ଜୀବନରେ ଅନ୍ନ , ଧନ ଏବଂ ବସ୍ତ୍ରର ଅଭାବ ହେବ ନାହିଁ ।

ପୂଜାରେ ବ୍ୟବହୃତ ହେଉଥିବା ଚାଉଳକୁ ସର୍ବଦା ଅଲଗା ସ୍ଥାନରେ ସାଇତି ରଖନ୍ତୁ । ପ୍ରତ୍ୟେକ ଚାଉଳ ଦାନାକୁ ଉଠାଇ ମହାଦେବଙ୍କ ମନ୍ତ୍ର ଜପ କରି ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ନିରଳା ସ୍ଥାନରେ ଥିବା ଶିବ ମନ୍ଦିରରେ ସାତ ଦାନା ଚାଉଳ ଓଁ ନମଃ ଶିବାୟ କହି ଅର୍ପିତ କରି ଦିଅନ୍ତୁ ଏବଂ ଲଗାତାର କିଛି ସମବାର ଏହି ଉପାୟ କରିଲେ ଆପଣଙ୍କୁ ସବୁ ସଙ୍କଟରୁ ମୁକ୍ତି ମିଳିବ ।

ମହାଦେବଙ୍କୁ ଚାଉଳ ଅର୍ପିତ କରିବା ଅତ୍ୟନ୍ତ ଭଲ ପରିଣାମ ଦେଇଥାଏ ମାତ୍ର ଚାଉଳ ନଷ୍ଟ କରିବା ଉଚିତ ନୁହେଁ । ବରଂ ଯେତିକି ଆବଶ୍ୟକ ସେତିକି ନେବା ଆବଶ୍ୟକ ଏବଂ ତାହା ଦ୍ଵାରା ଆପଣ କୌଣସିବି ଉପାୟକୁ କରି ପାରିବେ । ମାତ୍ର ଧ୍ୟାନ ଦିଅନ୍ତୁ ଯେପରି ସେହି ଚାଉଳକୁ ପକ୍ଷୀ ନଖାଉ । ନଚେତ ସେହି ପୂଜାର ଫଳ ମିଳିବ ନାହିଁ ବାଂ ଭଗବାନ ଶିବ ମଧ୍ୟ କ୍ରୋଧିତ ହେବେ ।

ଯଦି ଜୀବନରେ ଆର୍ଥିକ ସମସ୍ୟା ବଢ଼ି ଯାଇଛି , ନା ଧନ ଅର୍ଜନ ହେଉଛି ନା ସୁଖ ସମୃଦ୍ଧି ଆସୁଛି । ତେବେ ବଟ ବୃକ୍ଷ ମୂଳରେ ବଟକେଶ୍ୱର ନାମ ନେଇ ଏହି ଉପାୟ କରନ୍ତୁ । କୌଣସି ସୋମବାର ଦିନ ଏକ ଲୋଟା ଜଳରେ ଏକ ଚିମୁଟା ହଳଦୀ ମିଶାଇ ଦିଅନ୍ତୁ । ଏହାବ୍ୟତୀତ ଅଳ୍ପ ପେଶା ଯାଇଥିବା ଚାଉଳ ନେଇ ଘରର ଆଖପାଖରେ ଥିବା ବଟ ବୃକ୍ଷ ମୂଳକୁ ନେଇ ନିଜ ମନସ୍କାମନା କହି ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ସମସ୍ୟା ଦୂରେଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *