Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବରାତ୍ରି ଦିନ ଘରକୁ ଆଣନ୍ତୁ ଏହି ଗୋଟେ ଜିନିଷ, ରାତାରାତି ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶିବରାତ୍ରି ଅତ୍ୟନ୍ତ ପବିତ୍ର ଓ ଶୁଭ ହୋଇଥାଏ। ମାନା ଯାଇଥାଏ କି ଶିବରାତ୍ରି ଦିନ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କର ବିବାହ ହୋଇଥିଲା। ଗରୁଡ଼ ପୁରାଣ, ସ୍କନ୍ଧ ପୁରାଣ,ପଦ୍ମ ପୁରାଣ, ଅଗ୍ନି ପୁରାଣରେ ଶିବରାତ୍ରି ବିଷୟରେ ବର୍ଣ୍ଣନା କରାଯାଇଛି। ଏହିଦିନ ଭଗବାନ ଶିବଙ୍କର କୃପା ଲାଭ କରିବା ପାଇଁ ଉତ୍ତମ ମାନା ଯାଇଛି। କୁହାଯାଏ କି ଭଗବାନ ଶିବଙ୍କୁ ଗୋଟେ ଲୋଟା ଜଳ ଅର୍ପଣ କରି ପ୍ରସନ୍ନ କରି ହେବ। କିନ୍ତୁ ଭଗବାନ ଶିବ ଖୁବ୍ ଶୀଘ୍ର କ୍ରୋଧିତ ମଧ୍ୟ ହୋଇ ଯାଇଥାନ୍ତି।

ଆଜି ଆମେ ଆପଣଙ୍କୁ କିଛି ଖାସ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଭଗବାନ ଶିବଙ୍କୁ ଅର୍ପଣ କଲେ ଶୁଭ ଫଳ ପ୍ରାପ୍ତି ହେବ। ଆଉକିଛି ଏଭଳି ଜିନିଷ ରହିଛି, ଯାହାକୁ କଦାପି ଭଗବାନ ଶିବଙ୍କୁ ଅର୍ପଣ କରିବା ଉଚିତ ନୁହେଁ, ନଚେତ ଶିବଙ୍କର କୋପ ଦୃଷ୍ଟି ଆପଣଙ୍କ ଉପରେ ପଡିପାରେ। ଶିବରାତ୍ରି ଦିନ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ଧଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ଶାସ୍ତ୍ର ଅନୁସାରେ ଶିବରାତ୍ରି ଦିନ ଭଗବାନ ଶିବ ଶିବଲିଙ୍ଗ ରୂପରେ ଅବତାର ନେଇଥିଲେ।

ପବିତ୍ର ମହାଶିବରାତ୍ରି ପର୍ବ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଦିନ ପାଳନ ହୋଇଥାଏ।ଭଗବାନ ଶିବଙ୍କ ପୂଜାର୍ଚ୍ଚନା ରାତ୍ରିର ଚାରି ପ୍ରହରରେ କରାଯାଇଥାଏ। କିନ୍ତୁ ପ୍ରଦୋଷ କାଳରେ ମଧ୍ୟ ଆପଣ ଶିବଲିଙ୍ଗକୁ ପୂଜାର୍ଚ୍ଚନା କରି ପାରିବେ। ପ୍ରଦୋଷ ବ୍ରତର ଆରମ୍ଭ ୧୭ ଫେବୃୟାରୀ ୨୦୨୩ ଶୁକ୍ରବାର ରାତି ୧୧:୩୬ ମିନିଟରେ ହେବ ଏବଂ ଏହାର ସମାପନ ୧୮ ଫେବୃୟାରୀ ୨୦୨୩ ଶନିବାର ରାତି ୮:୦୨ ମିନିଟରେ ହେବ। ଉଦୟା ତିଥି ଅନୁସାରେ ଶିବରାତ୍ରି ବ୍ରତ ୧୮ ତାରିଖ ଦିନ ପାଳିତ ହେବ।

ମହାଶିବରାତ୍ରି ଦିନ ଯଦି ଆଇନ ବ୍ରତ ପାଳନ କରୁଛନ୍ତି, ତାହେଲେ ଶିବଲିଙ୍ଗ ଉପରେ ଅରୁଆ ଚାଉଳ, ଫୁଲ, ଦୁବ, କ୍ଷୀର, ଦହି ଆଦି ଅର୍ପଣ କରନ୍ତୁ। ଏହାସହିତ ୧୦୮ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଦୂର ହେବା ସଜୁର ଭଗବାନ ଶିବଙ୍କ କୃପାରୁ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ। ଏବେ ଆସନ୍ତୁ ଜାଣିବା ଶିବରାତ୍ରି ଦିନ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ।

ଶିବରାତ୍ରି ଦିନ କଳା ବସ୍ତ୍ର ଧାରଣ କରି କଦାପି ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରନ୍ତୁ ନାହିଁ। ଶିବଲିଙ୍ଗ ଉପରେ ଯଦି ଆପଣ କ୍ଷୀର ବା ଦହି ଅର୍ପଣ କରୁଛନ୍ତି, ତାହେଲେ ଧ୍ୟାନ ରଖନ୍ତୁ କି ତମ୍ବାର ପାତ୍ର ବ୍ୟବହାର କରନ୍ତୁ ନାହିଁ। ଭଗବାନ ଶିବଙ୍କର ଅଭିଷେକ କରିବା ସମୟରେ ଆପଣ ଷ୍ଟିଲ, ପିତ୍ତଳ ବା ରୂପା ଲୋଟା ବ୍ୟବହାର କରନ୍ତୁ। ଏକ୍ତବାର ଏବଂ ଶିବରାତ୍ରି ଦିନ କଳା ଲୁଣର ସେବନ କରନ୍ତୁ ନାହିଁ। ଶିବରାତ୍ରି ଦିନ ଆପଣ ବ୍ରତ କରୁଥିଲେ, କ୍ଷୀରରେ ଅଳ୍ପ ଚିନି ମିଶାଇ ସେବନ କରି ପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *