Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବରାତ୍ରି ଦିନ କୌଣସି ଶିବମନ୍ଦିରରୁ ଆଣନ୍ତୁ ଏହି ଗୋଟିଏ ଜିନିଷ, ଆପଣଙ୍କର ବଂଶ ପିଢ଼ି ଅଭାବ ଦେଖି ପାରିବେ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶିବରାତ୍ରି ଦିନ ଭଗବାନ ଶିବଙ୍କୁ ଭକ୍ତିର ସହିତ ପୂଜାର୍ଚ୍ଚନା କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଆପଣ କେଉଁ ଜିନିଷ ଶିବ ମନ୍ଦିରରୁ ଆଣି ନିଜ ପାଖରେ ରଖିବେ। ଏହାଦ୍ବାରା ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବା ସହିତ ସମସ୍ତ ମନସ୍କାମନା ପୂରଣ ହୋଇଯିବ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯଦି ଆପଣ ନିଜ ଘରର ଠାକୁର ଘରେ ଶିବଲିଙ୍ଗ ରଖି ପୂଜାର୍ଚ୍ଚନା କରୁଛନ୍ତି, ତାହେଲେ ଆପଣ ମହାଶିବରାତ୍ରି ଦିନ ଧୂପ ଫୁଲ, ଫଳ, ଘିଅ, ମହୁ, କ୍ଷୀର, ଦହି, ଜଳ, ବେଲପତ୍ର ଆଦି ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ। ଏହାସହିତ ମହାଶିବରାତ୍ରି ବ୍ରତ ରଖି ଭଗବାନ ଶିବଙ୍କର ଅଭିଷେକ କରନ୍ତୁ। ମାନ୍ୟତା ରହିଛି କି, ଶିବଲିଙ୍ଗ ଉପରେ ବେଲପତ୍ର ଅର୍ପଣ କଲେ ଭଗବାନ ଶିବଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ। ଏହାସହିତ ଆପଣଙ୍କ ବ୍ୟବସାୟ ମଧ୍ୟ ସଫଳ ରହିବ।

ଯଦି ଆପଣ ମହାଶିବରାତ୍ରି ବ୍ରତ ପାଳନ କରୁଛନ୍ତି, ତାହେଲେ ଆପଣଙ୍କୁ କିଛି ଖାସ ନିୟମ ଗୁଡିକ ପାଳନ କରିବା ଆବଶ୍ୟକ। ଶିବରାତ୍ରି ପୂର୍ବଦିନ ଏକ୍ତବାର ପଡ଼ିଥାଏ। ଏହିଦିନ ଠାରୁ ଆମିଷ, ପିଆଜ, ରସୁଣ ଆଦିର ସେବନ କରିବା ଉଚିତ ନୁହେଁ। ସଂପୂର୍ଣ୍ଣ ଭାବରେ ଶ୍ରଦ୍ଧାର ସହିତ ଆପଣ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରନ୍ତୁ।ଶିବଲିଙ୍ଗ ଉପରେ ଚମେଲି ଫୁଲ ଅର୍ପଣ କରି ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଯଦି ଆପଣଙ୍କ ବୈବାହିକ ବା ପ୍ରେମ ଜୀବନରେ ଅନେକ ସମସ୍ୟା ଦେଖା ଦେଉଛି ତାହେଲେ ଜଳରେ କିଛି କେଶର ମିଶାଇ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ।

ଶିବଲିଙ୍ଗ ଉପରେ ଦୁବ ଘାସ ଅର୍ପଣ କଲେ ଲମ୍ବା ଆୟୁଷ ପ୍ରାପ୍ତ ହୋଇଥାଏ। ଶିବରାତ୍ରି ଦିନ ଆପଣ ଗୋଟେ ରୁଦ୍ରାକ୍ଷକୁ ନେଇ ଗଙ୍ଗାଜଳରେ ସ୍ନାନ କରାନ୍ତୁ, ତାପରେ ଏହାକୁ ଶିବମନ୍ଦିର ନେଇ ଶିବଲିଙ୍ଗ ଉପରେ ସ୍ପର୍ଶ କରାନ୍ତୁ। ତାପରେ ଏହାକୁ ଲାଲ ସୂତା ରେ ପୁରାଇ ଧାରଣ କରନ୍ତୁ। ତାଛଡା ଆପଣ ତ୍ରିଶୂଳ ମଧ୍ୟ ଶିବମନ୍ଦିର ନେଇ ପାରିବେ। ଏହାକୁ ଶିବମନ୍ଦିରରେ ପୂଜା କରାଇ ଘରକୁ ନେଇ ଆସନ୍ତୁ। ଏହି ତ୍ରିଶୂଳକୁ ଆପଣ ନିଜ ଠାକୁର ଘରେ ରଖି ଦିଅନ୍ତୁ। ଦେଖିବେ ଆପଣଙ୍କ ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ ଏବଂ ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *