Excuse Me Odisha

ଯାହା କହିବୁ ସତ କହିବୁ

ଫେବୃଆରୀ ୧୮ , ୨୦୨୩ ମହାଶିବରାତ୍ରି ରେ ଏହି ଛଅ ଗୋଟି ରାଶି ହେବେ କୋଟିପତି । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଚଳିତ ବର୍ଷ ମହା ଶିବରାତ୍ରି ଏକାଧିକ ଦୁର୍ଲଭ ସଂଯୋଗ ସହିତ ଆସୁଛି । ହିନ୍ଦୁ ଧର୍ମରେ ମହାଶିବରାତ୍ରି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ପୌରାଣିକ ମାନ୍ୟତା ଅନୁଯାୟୀ ଏହିଦିନ ଭଗବାନ ଶିବଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ହୋଇଥିଲା । ତେବେ ଚଳିତ ବର୍ଷ ମହାଶିବରାତ୍ରି ଫେବୃଆରୀ ୧୮ ରେ ପାଳିତ ହେବ ଏବଂ ଯାହାକି ଅତ୍ୟନ୍ତ ଦୁର୍ଲଭ ସଂଯୋଗ ଆଣିବାକୁ ଯାଉଛି ।

ଅନେକ ବର୍ଷ ପରେ ଏହି ମହାଶିବରାତ୍ରି ଦିନ ଶିବ ଭକ୍ତ ଶନିଦେବ କୁମ୍ଭ ରାଶିରେ ବିରାଜମାନ କରିବେ ଏବଂ ସୂର୍ଯ୍ୟ ମଧ୍ୟ ଏହି ରାଶିରେ ବିରାଜମାନ କରିବେ । ଯାହାଦ୍ୱାରା ଛଅ ରାଶି ଉପରେ ପ୍ରଭାବ ପଡ଼ିବ । ତେବେ ସବୁ ରାଶି ଏହିଦିନ କାଳସର୍ପ ଦୋଷ ଏବଂ ଶନି ଦୋଷାରୁ ମୁକ୍ତି ପାଇବା ପାଇଁ ଉପାୟ କରି ପାରିବେ ।

ଏପରି କୁହାଯାଏ ଯେ ଏହିଦିନ ଯେଉଁ ଭକ୍ତି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଆରାଧନା କରିଥାଏ ସେହି ବ୍ୟକ୍ତିକୁ ଅତ୍ୟନ୍ତ ପୁଣ୍ୟ ପ୍ରାପ୍ତି ହୋଇଥାଏ । ରାତିର ଚାରି ପ୍ରହରରେ ଭଗବାନ ଶିବଙ୍କୁ ଅଭିଷେକ କରିବା ଉଚିତ । ଏହାଦ୍ବାରା ବୈବାହିକ ଜୀବନରେ ଖୁସି ଆସିଥାଏ ଏବଂ ଜୀବନରେ ମଧ୍ୟ ସୁଖ ଆସିଥାଏ । ଏହାଦ୍ବାରା ଅଖଣ୍ଡ ସୌଭଗ୍ୟର ବରଦାନ ମିଳିଥାଏ ।

ଶିବ ମହାପୁରାଣ ଅନୁଯାୟୀ ଏହିଦିନ ବେଲ ପତ୍ରର ଅନେକ ମହତ୍ତ୍ୱ ରହିଛି । ପୌରାଣିକ ମାନ୍ୟତା ଅନୁଯାୟୀ ମାତା ପାର୍ବତୀ ହିଁ ସର୍ବପ୍ରଥମେ ମହାଦେବଙ୍କୁ ବେଲପତ୍ର ଚଢ଼ାଇ ଥିଲେ । ଏହିଦିନ ନିଷ୍ଠାର ସହିତ କେବଳ ଗୋଟିଏ ବେଲ ପତ୍ର ଅର୍ପିତ କଲେ ମଧ୍ୟ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହିଦିନ ସକାଳୁ ଉଠି ସ୍ନାନ କରି ଶିବ ମନ୍ଦିରକୁ ଯାଆନ୍ତୁ । ମହାଦେବଙ୍କୁ କ୍ଷୀର ଦହି ଏବଂ ଗଙ୍ଗା ଜଳ ମିଶାଇ ଅଭିଷେକ କରନ୍ତୁ।

ଭଗବାନଙ୍କର ସମସ୍ତ ପ୍ରିୟ ଜିନିଷ ଅର୍ପିତ କରନ୍ତୁ । ଏହାପରେ ଶିବ ଚାଳିଶା ପାଠ କରନ୍ତୁ । ପୂଜା ପରେ ପ୍ରସାଦ ବିତରଣ କରନ୍ତୁ । ଏହି ମହା ଶିବରାତ୍ରି ଦିନ ଛଅ ଗୋଟି ରାଶି ଯଶ ଏବଂ ସମୃଦ୍ଧି ପ୍ରାପ୍ତ କରି ମାଲାମାଲ ହୋଇଥାନ୍ତି ।

୧ . ମେଷ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମହା ଶିବରାତ୍ରି ଅତ୍ୟନ୍ତ ଲାଭଦାୟକ ହେବ । ଆମଦାନୀର ନୂଆ ସ୍ରୋତ ଖୋଲିବ । ପରିବାରରେ ଖୁସିର ମାହୋଲ ରହିବ । ଆପଣଙ୍କ ମଧ୍ୟରେ ଏକ ନୂଆ ଆତ୍ମବିଶ୍ୱାସ ଜାଗ୍ରତ ହେବ । ବ୍ୟବସାୟ ଏବଂ ଯଶ ସମ୍ମାନରେ ବୃଦ୍ଧି ହେବ । ଅଟକି ରହିଥିବା ଧନ ପ୍ରାପ୍ତ ହେବ । ଚାକିରୀରେ ପଦୋନ୍ନତି ହେବ ଏବଂ ବୈବାହିକ ଜୀବନରେ ସୁଖ ସୌହାର୍ଦ୍ଦ୍ୟ ରହିବ ।

୨ . ତୁଳା ରାଶି:-

ଧନ ପ୍ରାପ୍ତିର ନୂଆ ଅବସର ପ୍ରାପ୍ତ ହେବ । ସଚ୍ଚା ମନରେ ମାଗିଥିବା ସମସ୍ତ ଇଚ୍ଛା ପୂରଣ ହେବ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ ଏବଂ ନୂଆ ଆର୍ଥିକ ସ୍ରୋତ ଖୋଲିବ । ନକରାତ୍ମକତା କିଛି କ୍ଷେତ୍ରରେ ପ୍ରଭାବିତ କରିପାରେ । ମାତ୍ର ଅନ୍ୟ କ୍ଷେତ୍ରରେ ସତର୍କତାର ଆବଶ୍ୟକତା ରହିଛି । ନିଜ ମିତ୍ରଙ୍କ ଠାରୁ ଧୋକା ମିଳିପାରେ । ମାନସିକ ସମସ୍ୟା ହୋଇପାରେ । ଅଧିକ ଲୁଣ ସେବନ ଠାରୁ ନିବୃତ ରୁହନ୍ତୁ । ଯୋଗାଭ୍ୟାସ କରନ୍ତୁ ଏବଂ ଶାରୀରିକ ବ୍ୟାୟାମ କରନ୍ତୁ । ଅଧିକ ଲାଭ ପ୍ରାପ୍ତ ହେବ ।

୩ . କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ଶିବଙ୍କ କୃପା ଦୃଷ୍ଟି ରହିବ । ଯାହାଦ୍ୱାରା ଅନେକ କ୍ଷେତ୍ରରେ ଲାଭ ହେବ । ବର୍ତ୍ତମାନ ସୂର୍ଯ୍ୟଙ୍କ ଗୋଚର କୁମ୍ଭ ରାଶିରେ ହିଁ ହେଉଛି । ଯାହାଦ୍ୱାରା ଅନେକ ଶୁଭ ଫଳ ପ୍ରାପ୍ତ ହେବ । କ୍ୟାରିଅରରେ ଅପାର ଶୁଭ ପରିଣାମ ପ୍ରାପ୍ତ ହେବ । ଆପଣଙ୍କ ଆମଦାନୀରେ ବୃଦ୍ଧି ହେବ । ଏହିଦିନ ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ । ଏହାଦ୍ବାରା ଆପଣଙ୍କ ମନ ଶାନ୍ତ ହେବ । ଯାହାଦ୍ୱାରା ସବୁ ବାଧାରୁ ମୁକ୍ତି ମିଳିବ ।

୪ . କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଆର୍ଥିକ ସ୍ଥିତିରେ ଅନେକ ଲାଭ ହେବ । ବ୍ୟାପାର ସହିତ ଜଡ଼ିତ ଲୋକଙ୍କୁ ଅନେକ ଶୁଭ ପରିଣାମ ପ୍ରାପ୍ତ ହେବ । ବୈବାହିକ ଜୀବନ ସୁଖମୟ ହେବ । ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ । ଅଧିକ ଖାଦ୍ୟ ଏବଂ ଅଧିକ ଶୋଇବା ଠାରୁ ଦୂରେଇ ରୁହନ୍ତୁ । ସୂର୍ଯ୍ୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ସ୍ତ୍ରୀକୁ ସ୍ୱାମୀର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ନିୟମିତ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

୫ . ସିଂହ ରାଶି:-

ଜୀବନର ଆକସ୍ମିକ ଖୁସି ଏହି ଦିନ ପ୍ରାପ୍ତ ହେବ ଏବଂ ଆକସ୍ମିକ ଧନ ମଧ୍ୟ ପ୍ରାପ୍ତ ହେବ । ବ୍ୟାପାରି ମାନଙ୍କୁ ଲାଭ ପ୍ରାପ୍ତ ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ । ସିଂହ ରାଶିରେ ସୂର୍ଯ୍ୟଙ୍କ ଗୋଚର ସପ୍ତମ ରାଶିରେ ହେଉଛି । ବୈବାହିକ ଜୀବନରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ । କୌଣସି ପ୍ରକାରର କାନୁନି ବିବାଦ ଠାରୁ ଦୂରେଇ ରୁହନ୍ତୁ । ଶନିବାର ଦିନ ଗରିବଙ୍କୁ ଦାନ କରନ୍ତୁ । ରୋଜଗାର ସହିତ ଜଡ଼ିତ ଲୋକଙ୍କର ପଦୋନ୍ନତି ହୋଇପାରେ । ସିଂହ ରାଶିରେ ସୂର୍ଯ୍ୟଙ୍କ ଗୋଚର ସପ୍ତମ ଭାଗରୁ ହେଉଛି ଯେଉଁଠି ବ୍ୟକ୍ତି ଜ୍ଞାନୀ ହୋଇଥାଏ । ଗରିବଙ୍କୁ କଳା ବସ୍ତ୍ର ଏବଂ କଳା ତିଳ ଦାନ କରନ୍ତୁ ।

୬ . ମିଥୁନ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଶୁଭ ହେବ । ବ୍ୟାପାର ସମ୍ବନ୍ଧୀୟ ଲୋକଙ୍କୁ ଲାଭ ପ୍ରାପ୍ତ ହେବ । ଚାକିରୀର ସନ୍ଧାନ କରୁଥିବା ଲୋକଙ୍କୁ ଖୁସି ଖବର ମିଳିପାରେ । ନିଶ୍ଚିତ ଭାବରେ ଧନ ପ୍ରାପ୍ତି ହେବ । ଆର୍ଥିକ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ । ସୂର୍ଯ୍ୟ ତୃତୀୟ ଭାଗର ସ୍ୱାମୀ ଅର୍ଥାତ ନବମ ଭାଗରେ ଗୋଚର କରୁଛନ୍ତି । ମାତ୍ର କୌଣସି ବି ପଦକ୍ଷେପ ସାବଧାନତାର ସହିତ ନିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *