Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଶୋଇବା ପୁର୍ବରୁ ଏହି ସ୍ଥାନରେ ରଖି ଦିଅନ୍ତୁ ଗୋଟେ ଲୋଟା ଜଳ ରଖି ଦିଅନ୍ତୁ, ଦେବୀ ଲକ୍ଷ୍ମୀଙ୍କ କୃପାରୁ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଗୋଟେ ଲୋଟା ଜଳର ଚମତ୍କାର ବିଷୟରେ କହିବାକୁ ଯାଉଛୁ। ଏହି ଉପାୟକୁ ପ୍ରୟୋଗ କରି ଆପଣ ନିଜ ଜୀବନର ସମସ୍ୟାରୁ ମୁକ୍ତି ପାଇ ପାରିବେ। ପୌରାଣିକ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁକୁ ଗୁରୁତ୍ବ ଦିଆଯାଇଛି। ଘରେ ବାସ୍ତୁ ଠିକ୍ ରହିଲେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ, କିନ୍ତୁ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହେଲେ, ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ମୁଖ୍ୟ ଦୁଆର ମୁହଁକୁ ଅତ୍ୟନ୍ତ ଗୁରୁତ୍ବ ଦିଆଯାଇଛି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

କହିବାକୁ ଗଲେ ଘରର ମୁଖ୍ୟ ଦୁଆର ମୁହଁ ଦେଇ ନକାରାତ୍ମକ ଶକ୍ତି, ସକାରାତ୍ମକ ଶକ୍ତି ଘର ମଧ୍ୟକୁ ପ୍ରବେଶ କରିଥାଏ। ସର୍ବଦା ଘରର ମୁଖ୍ୟ ଦୁଆର ମୁହଁକୁ ସଜାଇ ରଖିବା ଉଚିତ। କୁହାଯାଏ କି ଯେଉଁ ଘରର ଦୁଆର ମୁହଁ ସାଜସଜ୍ଜାରେ ପରିପୂର୍ଣ ହୋଇଯାଇଥାଏ, ସେହି ଘରକୁ ଦେବୀ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି ଏବଂ ସେହି ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇ ଯାଇଥାଏ। ଆଜି ଆମେ ଆପଣଙ୍କୁ କିଛି ଖାସ ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ଲାଭବାନ ହେବେ।

ସକାଳୁ ଉଠିବା ପରେ ଆପଣ ପ୍ରଥମେ ନିଜର ନିଃଶ୍ୱାସ କେଉଁ ପଟରେ ଚାଲୁଛି, ତାହା ଦେଖନ୍ତୁ। ଯେଉଁ ନାକପୁଡ଼ା ଦେଇ ନିଃଶ୍ୱାସ ଯାଉଥିବ, ସେହି ପଟ ପାଦ ପ୍ରଥମେ ଭୂମିରେ ରଖନ୍ତୁ। ତାପରେ ଆପଣ ସ୍ନାନ ଓ ନିତ୍ୟକର୍ମ ସାରି ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଯଦି ଆପଣ ଘରେ ପୋଛା ଲଗାଉଛନ୍ତି, ତାହେଲେ ପାଣିରେ ଅଳ୍ପ ଲୁଣ ବା କିଛି ଫିଟିକିରି ମିଶାଇ ଦିଅନ୍ତୁ। ଏହାଦ୍ବାରା ଘରେ ରହିଥିବା ନକାରାତ୍ମକ ଶକ୍ତି ଦୂର ହୋଇଯିବ। ଧ୍ୟାନ ରଖିବେ କି, ଆପଣ ଗୁରୁବାର ଦିନ କେବେବି ପୋଛା ଲଗାନ୍ତୁ ନାହିଁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

ଯଦି ଆପଣଙ୍କ ଘରେ ବାରମ୍ବାର କଳି ଝଗଡା ଲାଗି ରହୁଛି, ତାହେଲେ ପାଣିରେ ଅଳ୍ପ ହଳଦୀ ମିଶାଇ ସମ୍ପୂର୍ଣ୍ଣ ଘରେ ସିଞ୍ଚନ କରନ୍ତୁ। ଏହାଦ୍ବାରା ଘରେ ସକାରାତ୍ମକ ଉର୍ଜା ବୃଦ୍ଧି ପାଇବ। ଗୁରୁବାର ଓ ଏକାଦଶୀ ଦିନ ପାଣିରେ ଅଳ୍ପ କ୍ଷୀର ମିଶାଇ ତୁଳସୀ ଗଛକୁ ଏବଂ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଯଦି ଆପଣ ଦେବୀ ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଚାହୁଁଛନ୍ତି

ତାହେଲେ ଘରର ମୁଖ୍ୟ ଦୁଆର ମୁହଁ କାନ୍ଥରେ ସ୍ଵସ୍ତିକ ଚିହ୍ନ ଓ ଓଁ ଚିହ୍ନ ଆଙ୍କି ଦିଅନ୍ତୁ। ଏହି ଚିହ୍ନ ଆଙ୍କିବା ପାଇଁ ଆପଣ ହଳଦୀ ବା ସିନ୍ଦୂର ସହିତ ଘିଅ ମିଶାଇ ସ୍ଵସ୍ତିକ ଚିହ୍ନ ଓ ଓଁ ଚିହ୍ନ ଆଙ୍କନ୍ତୁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ ଖୁବ୍ ଶୀଘ୍ର ଆପଣଙ୍କ ଘରକୁ ଆଗମନ କରିବେ ଏବଂ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *