Excuse Me Odisha

ଯାହା କହିବୁ ସତ କହିବୁ

ଚଢ଼େଇର ମହାଶିବରାତ୍ରି, ଜାଣନ୍ତୁ ଏକ ସୁନ୍ଦର କାହାଣୀ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆମ ହିନ୍ଦୁ ପରମ୍ପରା ଅନୁସାରେ ଶିବରାତ୍ରିର ଅତ୍ୟନ୍ତ ମହତ୍ତ୍ଵ ରହିଛି। ଏହି ପର୍ବ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ହୋଇଥାଏ। ମାନା ଯାଇଥାଏ ଏହିଦିନ ପ୍ରକାଶ ସ୍ୱରୂପ ଭଗବାନ ଶିବ ପ୍ରକଟ ହୋଇଥିଲେ ଏବଂ ଦେବୀ ପାର୍ବତୀଙ୍କ ସହିତ ବିବାହ ଏହି ଦିନ ମଧ୍ୟ ହୋଇଥିଲା। ଶିବ ପୁରାଣ,ସ୍କନ୍ଧ ପୁରାଣ, ଅଗ୍ନି ପୁରାଣ, ପଦ୍ମ ପୁରାଣ ଆଦିରେ ଶିବରାତ୍ରିର ବର୍ଣ୍ଣନା କରାଯାଇଛି। କୁହାଯାଏ କି ଭଗବାନ ଶିବ ଗୋଟେ ଲୋଟା ଜଳରେ ସନ୍ତୁଷ୍ଟ ହୋଇଥାନ୍ତି। ଏହାସହିତ ସେ ଶୀଘ୍ର କ୍ରୋଧିତ ମଧ୍ୟ ହୋଇ ଯାଇଥାନ୍ତି।

କିଛି ଏଭଳି ଜିନିଷ ରହୁଛି, ଯାହା ଭଗବାନ ଶିବଙ୍କ ପୂଜାରେ ବ୍ୟବହାର କରିବା ଉଚିତ ନୁହେଁ। ଆଉକିଛି ଜିନିଷ ଭଗବାନ ଶିବଙ୍କୁ ଅର୍ପଣ ନକଲେ ପୂଜା ଅଧୁରା ହୋଇ ଯାଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ମହାଶିବରାତ୍ରି ଦିନ କେଉଁ କାର୍ଯ୍ୟ କରି ଓ ଭଗବାନ ଶିବଙ୍କୁ କେଉଁ ଜିନିଷ ଅର୍ପଣ କରି ଆପଣ ଭଗବାନ ଶିବଙ୍କୁ ପ୍ରସନ୍ନ କରି ପାରିବେ। ଆଉକିଛି ବସ୍ତୁ ଆପଣ ଭୁଲରେ ମଧ୍ୟ ଅର୍ପଣ କରିବା ଉଚିତ ନୁହେଁ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ କୃପା ଲାଭ କରିବା ପାଇଁ ଆପଣ ମହାଶିବରାତ୍ରି ଦିନ ଧଳା ବସ୍ତ୍ର ପରିଧାନ କରି ଶିବ ପୂଜା କରନ୍ତୁ। ଶିବରାତ୍ରିର ପବିତ୍ର ଅବସରରେ ଆପଣ ପ୍ରଦୋଷ କାଳରେ ମଧ୍ୟ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରି ପାରିବେ। ଶିବରାତ୍ରି ଦିନ ଶିବଲିଙ୍ଗକୁ ଜଳ, କ୍ଷୀର, ମହୁ, ବେଲପତ୍ର, ଅରଖ ଫୁଲ, ଦହି ଅର୍ପଣ କରି ଅଭିଷେକ କରି ପାରିବେ। ଏବର୍ଷର ଶିବରାତ୍ରି ଅତ୍ୟନ୍ତ ଶୁଭ ଓ ଉତ୍ତମ ହେବାକୁ ଯାଉଛି। ପ୍ରଦୋଷ ବ୍ରତର ଆରମ୍ଭ ୧୭ ଫେବୃଆରୀ ଶୁକ୍ରବାର ରାତି ୧୧:୩୬ ମିନିଟରେ ଆରମ୍ଭ ହୋଇ ୧୮ ଫେବୃୟାରୀ ରାତି ୮:୦୨ ମିନିଟରେ ସମାପ୍ତ ହେବ। ଉଦତା ତିଥି ଅନୁସାରେ ପ୍ରଦୋଷ ବ୍ରତ ଫେବୃୟାରୀ ୧୮ ତାରିଖ ଦିନ ପାଳିତ ହେବ।

ମହାଶିବରାତ୍ରିର ଅର୍ଥ ହେଉଛି ଭଗବାନ ଶିବଙ୍କର ରାତି ସମୟରେ ପୂଜାର୍ଚ୍ଚନା କରିବା। ଶିବରାତ୍ରି ଦିନ ଦେବୀ ପାର୍ବତୀଙ୍କର ମଧ୍ୟ ପୂଜାର୍ଚ୍ଚନା କରିବା ଉଚିତ। ଏହାଦ୍ବାରା ତାଙ୍କର କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ। ଶିବରାତ୍ରି ଦିନ ଶିବଲିଙ୍ଗ ଉପରେ ବେଲପତ୍ର ଅର୍ପଣ କରନ୍ତୁ। ଧ୍ୟାନ ରଖିବେ କି, ବେଲପତ୍ରରେ ତିନୋଟି ପତ୍ର ରହିବା ଆବଶ୍ୟକ, କାରଣ ଗୋଟେ ପତ୍ର ଥିବା ବେଲପତ୍ର ଶିବଲିଙ୍ଗ ଉପରେ ଅର୍ପଣ କରିବା ଉଚିତ ନୁହେଁ। ଏହାଦ୍ବାରା ଶିବଙ୍କ ପୂଜା ଅପୂର୍ଣ୍ଣ ହୋଇ ଯାଇଥାଏ।

ଭୁଲରେ ମଧ୍ୟ ଶିବରାତ୍ରି ଦିନ କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହିଁ। ଏହିଦିନ କଳା ରଙ୍ଗର ବସ୍ତ୍ର ପରିଧାନ କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ। ଶିବଲିଙ୍ଗ ଉପରେ ଅର୍ପଣ କରାଯାଇଥିବା ଫୁଲ, ବେଲପତ୍ର ଆଦିକୁ ଶିବରାତ୍ରି ଦିନ ଆପଣ ଗ୍ରହଣ କରି ପାରିବେ। ଶିବଲିଙ୍ଗ ଉପରେ ଜଳ, କ୍ଷୀର ଆଦି ଅର୍ପଣ କରିବା ସମୟରେ ଆପଣ ଷ୍ଟିଲ, ପିତ୍ତଳ, ରୂପା ଧାତୁରେ ତିଆରି ପାତ୍ରର ବ୍ୟବହାର କରନ୍ତୁ। ମହାଶିବରାତ୍ରି ଦିନ ଆପଣ ଭୁଲରେ ମଧ୍ୟ ତୁଳସୀ ପତ୍ର ବ୍ୟବହାର କରନ୍ତୁ ନାହିଁ। ଏହାସହିତ ଶିବଲିଙ୍ଗ ଉପରେ କେତକୀ ଓ ଚମ୍ପା ଫୁଲ ମଧ୍ୟ ଅର୍ପଣ କରାଯାଏ ନାହିଁ, ନଚେତ କାଳସର୍ପ ଦୋଷ ଲାଗିଥାଏ।

ଶିବଲିଙ୍ଗ ହେଉଛି ଭଗବାନ ଶିବଙ୍କର ବୈରାଗୀ ରୂପ, ତେଣୁ ଶିବରାତ୍ରି ଦିନ ଶିବଲିଙ୍ଗକୁ ହଳଦୀ ଓ କୁଙ୍କୁମ ଲଗାନ୍ତୁ ନାହିଁ। କିନ୍ତୁ ଭଗବାନ ଶିବଙ୍କ ପାଖରେ ଦେବୀ ପାର୍ବତୀ, ପ୍ରଭୁ ଶ୍ରୀଗଣେଶ ଓ କାର୍ତ୍ତିକେୟ ରହିଥିବା ସ୍ଥାନରେ ଆପଣ ଭଗବାନ ଶିବଙ୍କୁ କୁଙ୍କୁମ ଲଗାଇ ପାରିବେ। ଶିବରାତ୍ରି ଦିନ ଆପଣ କୌଣସି ପଶୁପକ୍ଷୀ ମାନଙ୍କୁ କଷ୍ଟ ଦେବା ଉଚିତ ନୁହେଁ। ଏକବାର ଦିନ ଠାରୁ ଆମିଷ, ରସୁଣ ପିଆଜ ଆଦି ସେବନ କରିବା ଉଚିତ ନୁହେଁ। ଶିବରାତ୍ରି ଦିନ ଆପଣ ଫଳ ରସ ଆଦିର ସେବନ କରନ୍ତୁ। କାରଣ ଆପଣଙ୍କ ଶରୀର ଉପବାସ ଯୋଗୁଁ କଷ୍ଟ ପାଇଲେ, ଆତ୍ମା କଷ୍ଟ ପାଇବ ଏବଂ ଆତ୍ମା କଷ୍ଟ ପାଇଲେ ଈଶ୍ୱରଙ୍କୁ କଷ୍ଟ ହେବ। ଶିବରାତ୍ରି ଦିନ ଆପଣ ଶିବ ମନ୍ଦିର ପରିକ୍ରମା କରନ୍ତୁ, ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *