Excuse Me Odisha

ଯାହା କହିବୁ ସତ କହିବୁ

ଫେବୃଆରୀ ୧୮ ମହା ଶିବରାତ୍ରି , ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଛୋଟ ଜିନିଷ । ଦାରିଦ୍ର୍ୟତା ହେବ ଦୂର ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ଶିବରାତ୍ରିର ଅନେକ ମହତ୍ତ୍ୱ ରହିଛି । ମହା ଶିବରାତ୍ରି ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ପାଳିତ ହୋଇଥାଏ । ଏପରି କୁହାଯାଏ ଯେ ଏହିଦିନ ଭଗବାନ ଶିବଙ୍କ ଜନ୍ମ ପ୍ରକାଶ ଆକାରରେ ହୋଇଥିଲା ଏବଂ ଏହିଦିନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ମଧ୍ୟ ହୋଇଥିଲା । ଆମ ହିନ୍ଦୁ ଧର୍ମରେ ଗାଈକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଏ ।

ଯଦି ହିନ୍ଦୁ ପରିବାରରେ ଗାଈର ସେବା ନିଃସ୍ୱାର୍ଥପର ଭାବରେ କରାଯାଏ ଏବଂ ପ୍ରତ୍ୟେକ ଦିନ କିଛିନା କିଛି ଖାଇବାକୁ ଦିଆଯାଏ ତେବେ ସବୁ ଦେବଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ । କାରଣ ଗାଈ ଦେହରେ ତେତିଶ କୋଟି ଦେବତାଙ୍କ ବାସ ହୋଇଥାଏ । ଗାଈର ସେବା ସବୁ ସମୟରେ ସମ୍ଭବ ହୋଇ ପାରେ ନାହିଁ ।

ଯେମିତି ଗାଈକୁ ସହରାଞ୍ଚଳରେ ରହୁଥିବା ଲୋକେ ରଖିବାକୁ ସମର୍ଥ ହୁଅନ୍ତି ନାହିଁ । କିନ୍ତୁ ଗାଈକୁ ପ୍ରତ୍ୟେକ ଦିନ ଗୋଟିଏ ରୁଟି ପବିତ୍ର ମନରେ ଖୁଆଇବା ଉଚିତ । ଗାଈକୁ ଗୁରୁ ଗ୍ରହ ସହିତ ତୁଳନା କରାଯାଇଛି । ତେଣୁ ଗୁରୁବାର ଦିନ ଗାଈକୁ ରୁଟି ଖୁଆଇବା ସମୟରେ ସେଥିରେ ଏକ ଚିମୁଟା ହଳଦୀ ମିଶାଇ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଗୁରୁଗ୍ରହ ପ୍ରସନ୍ନ ହୁଅନ୍ତି ।

ମାନସିକ ଚିନ୍ତାରେ ଥିବା ବ୍ୟକ୍ତି ରୋଟିରେ ଗୁଡ଼ ଏବଂ ଗ୍ରହ ସମସ୍ୟାରେ ଥିବା ଲୋକ ପ୍ରତ୍ୟେକ ଦିନ ଘରର ପ୍ରଥମ ରୋଟି ଗାଈକୁ ଖାଇବାକୁ ଦେବା ଉଚିତ । ଏହାବ୍ୟତୀତ ଗାଈକୁ କିଛି ଜିନିଷ ଆଦୋୖ ଖୁଆଇବା ଉଚିତ ନୁହେଁ । ଯେମିତିକି ବାସୀ ରୁଟି , ପଚା ସଢ଼ା ପରିବା , କ୍ଷୀର ଆଦି ଖୁଆନ୍ତୁ ନାହିଁ । ଏହାସହିତ ଗାଈକୁ ଅଶ୍ୱତ୍ଥ ପତ୍ର ଛିଡ଼ାଇ ଖୁଆନ୍ତୁ ନାହିଁ ।

ଯଦି ଆପଣ ଏହିସବୁ ଭୁଲ କରନ୍ତି ତେବେ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଏବଂ ଘର ଛାଡ଼ି ଚାଲି ଯାଆନ୍ତି । ଗାଈ କୌଣସି କ୍ଷେତ୍ରରେ ବି ଅଶୁଭ ହୋଇ ନଥଏ । ଯେଉଁ କ୍ଷେତ୍ରରେ ନୂଆ ଘର କରିବାକୁ ଚାହୁଁଛନ୍ତି ସେଠାରେ ୧୫ ଦିବ ପାଇଁ ଗାଈ ବାଛୁରୀ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ସେହି ସ୍ଥାନ ପବିତ୍ର ହୋଇଯିବ ଏବଂ ସେଠାରେ ଥିବା ନକରାତ୍ମକ ଶକ୍ତି ମଧ୍ୟ ଦୂରେଇ ଯିବ । କାରଣ ଗାଈକୁ ସକାରାତ୍ମକ ଶକ୍ତିର ଭଣ୍ଡାର ମାନା ଯାଏ । ଯଦି ଆପଣଙ୍କୁ କୌଣସି କାମରେ ଯାଉଥିବା ସମୟରେ ଗାଈ ରାସ୍ତା ଘେରି ଥାଏ । ତେବେ ଏହା ଶୁଭ ହୋଇଥାଏ । ଏହାଦ୍ବାରା ଆପଣଙ୍କୁ କାମରେ ସଫଳତା ମିଳିଥାଏ ।

ଗାଈ ଏବଂ ବାଛୁରୀ ଏକା ସାଥିରେ ଦର୍ଶନ ହେଲେ ଦୁର୍ଭାଗ୍ୟ ଦୂର ହୋଇଯାଏ । ଗାଈ ପାଖରେ ରହିଲେ ସର୍ଦ୍ଦି , କାଶ ଭଳି ସମସ୍ୟା ଦୂର ହୋଇଯାଏ । ଯଦି ହଠାତ ଗାଈ ଆପଣଙ୍କୁ ଲାଞ୍ଜ ମାରିଦିଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଗୋମାତା ଠାରୁ ମିଳୁଥିବା ପଞ୍ଚଗବ୍ୟ ସବୁ ରୋଗ ପାଇଁ ଲାଭକାରୀ ହୋଇଥାଏ । ଘରେ ଗାଈ ପାଳିବା ଅତ୍ୟନ୍ତ ଶୁଭ ହୋଇଥାଏ । ମାତ୍ର ଆଜିକାଲି ଲୋକଙ୍କୁ ନିଜ ଘରେ ରହିବାକୁ ସ୍ଥାନ ନାହିଁ । ତେଣୁ ଏମିତି ପରିସ୍ଥିତିରେ ଆପଣ ପ୍ରତ୍ୟେକ ଦିନ ନିଷ୍ଠାର ସହିତ ଗାଈକୁ ରୋଟି ଖାଇବାକୁ ଦେଇ ପାରିବେ । ଏହାଦ୍ବାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଯଦି ଆପଣ ପ୍ରତ୍ୟେକ ଦିନ ଗାଈକୁ ରୋଟି ଖୁଆଇବାକୁ ଅସମର୍ଥ ତେବେ ପ୍ରତ୍ୟେକ ଦିନ ଗାଈ ନାମରେ ଟଙ୍କା ସଞ୍ଚୟ କରି ରଖନ୍ତୁ ।

ମାସ ଶେଷରେ ସେହି ଟଙ୍କା କୌଣସି ଗୋଶାଳାକୁ , ଗରିବଙ୍କୁ , ମନ୍ଦିରରେ କିମ୍ବା କୌଣସି ଅନ୍ୟ ଧଳା ରଙ୍ଗର ପଶୁକୁ ଖାଇବାକୁ ଦିଅନ୍ତୁ । ରାମାୟଣ କାଳରୁ ଗୋମାତାଙ୍କୁ ମିଳିଥିବା ଅଭିଶାପ କାରଣରୁ ହିଁ ତାଙ୍କୁ ଅଇଁଠା ଖାଇବାକୁ ପଡ଼ିଥାଏ । ମାତା ସୀତା ହିଁ ଗାଈକୁ ଅଭିଶାପ ଦେଇଥିଲେ । ଯଦି ଆପଣ ଗ୍ରହ ଦୋଷ ଜନିତ ସମସ୍ୟାରେ ପୀଡ଼ିତ ହେଉଛନ୍ତି ତେବେ ଗୋମାତାଙ୍କୁ ପ୍ରତ୍ୟେକ ଦିନ ରୋଟି ନିଶ୍ଚୟ ଖୁଆନ୍ତୁ ।

ଏହାଦ୍ବାରା ସବୁ ଗ୍ରହ ଜନିତ ଦୋଷ ଦୂର ହୋଇଯିବ । ଯଦି ଆପଣ ପ୍ରଥମ ରୋଟି ଗାଈକୁ ଖୁଆନ୍ତି ତେବେ ଜୀବନର ସବୁ ସୁଖ ପ୍ରାପ୍ତ କରି ପାରିବେ । ରୋଷେଇ କରିବା ସମୟରେ ସବୁବେଳେ ପ୍ରଥମ ରୋଟି ଗାଈ ପାଇଁ ବାହାର କରି ଦିଅନ୍ତୁ । ଏହାବ୍ୟତୀତ ସେହି ରୋଟିରେ ଅଳ୍ପ ହଳଦୀ ମଧ୍ୟ ମିଶାଇ ପାରିବେ । ଯାହାଦ୍ୱାରା ଗୋମାତା ଏବଂ ସବୁ ଦେବଦେବୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *