Excuse Me Odisha

ଯାହା କହିବୁ ସତ କହିବୁ

ବୁଧବାର ଦିନ କରନ୍ତୁ ଏହି କାର୍ଯ୍ୟ, ରାତାରାତି ବଦଳି ଯିବ ଆପଣଙ୍କ ଭାଗ୍ୟ। ଆପଣଙ୍କର ସମସ୍ତ ଅଭିଳାଷା ହେବ ପୂରଣ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। କୌଣସି କାର୍ଯ୍ୟ ବା ମାଙ୍ଗଳିକ ଅନୁଷ୍ଠାନ ଆରମ୍ଭ କରିବା ପୂର୍ବରୁ ଭଗବାନ ଶ୍ରୀଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହାର କାରଣ ହେଉଛି କାର୍ଯ୍ୟରେ କୌଣସି ବିଘ୍ନ ନଆସିବା ପାଇଁ ପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରଭୁ ଶ୍ରୀଗଣେଶ ବିଘ୍ନ ବିନାଶକ ଅଟନ୍ତି। ଯଦି ଆପଣ ଶ୍ରଦ୍ଧାର ସହିତ ପ୍ରଭୁ ଶ୍ରୀଗଣେଶଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ଆପଣଙ୍କ ମନରେ ରହିଥିବା ସମସ୍ତ ଅଭିଳାଷା ପୂରଣ ହୋଇଯିବ।

ଯଦି ଆପଣ ବ୍ୟବସାୟରେ କ୍ଷତି ସହୁଛନ୍ତି ବା ଆପଣଙ୍କ ସନ୍ତାନଙ୍କର ପାଠପଢା ମନେ ରହୁ ନାହିଁ ଅଥବା ଚାକିରି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳୁ ନାହିଁ, ତାହେଲେ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ପ୍ରଭୁ ଶ୍ରୀଗଣେଶଙ୍କର ମନ୍ତ୍ର ପାଠ କରନ୍ତୁ। ଭଗବାନ ଗଣେଶଙ୍କର ଗାୟତ୍ରୀ ମନ୍ତ୍ର ” ଏକଦନ୍ତାୟ ବିଦ୍ମହେ, ବକ୍ରତୁଣ୍ଡାୟ ଧିମହୀ, ତନ୍ନ ଦନ୍ତି ପ୍ରଚୋଦୟାତ୍ ।। ଏହି ମନ୍ତ୍ର ୧୦୮ ଥର ଜପ କଲେ ଆପଣଙ୍କ ଜୀବନରେ ସମସ୍ତ ସଙ୍କଟ, ବାଧା ବିଘ୍ନ ଦୂର ହୋଇଯିବ।

ପ୍ରତ୍ୟେକଦିନ ଆପଣ ଠାକୁର ପୂଜା କରିବା ସମୟରେ ଧ୍ୟାନ ରଖନ୍ତୁ କି, ସର୍ବପ୍ରଥମେ ଆପଣ ଗଣେଶ ପୂଜା କରନ୍ତୁ। ସକାଳୁ ଉଠି ସ୍ନାନ ସାରି ଆପଣ ନିତ୍ୟ ପୂଜା କରିବା ସମୟରେ ପ୍ରଥମେ ଗଣେଶଙ୍କର ପୂଜା କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ବିଘ୍ନ ହରଣ ହୋଇଯିବ। ଆଜି ଆମେ ଆପଣଙ୍କୁ ବୁଧବାର ଦିନର ପୂଜା ବିଷୟରେ କହିବାକୁ ଯାଉଛୁ। କହିବାକୁ ଗଲେ ସପ୍ତାହର ପ୍ରତ୍ୟେକଦିନ କୌଣସି ନା କୌଣସି ଦେବୀ ଓ ଦେବତାଙ୍କୁ ସମର୍ପିତ ଅଟେ। ସେହିପରି ବୁଧବାର ଦିନ ଭଗବାନ ଶ୍ରୀଗଣେଶଙ୍କୁ ସମର୍ପିତ ଅଟେ।

ଯଦି ଆପଣ ବୁଧବାର ଦିନ ପ୍ରଭୁ ଗଣେଶଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବେ, ତାହେଲେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ସାତଟି ବୁଧବାର ଆପଣ ପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା କରନ୍ତୁ ଏବଂ କିଛି ବିଶେଷ ଉପାୟ କରନ୍ତୁ, ଦେଖିବେ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହୋଇଯିବ। ବୁଧବାର ଦିନ ଆପଣ ନୂଆ ଗଣେଶ ମୂର୍ତ୍ତି ନିଜ ଘରେ ସ୍ଥାପନ କରୁଛନ୍ତି, ତାହେଲେ ପଞ୍ଚାମୃତରେ ଆପଣ ଗଣେଶ ମୂର୍ତ୍ତିକୁ ଅଭିଷେକ କରି ସ୍ଥାପନ କରନ୍ତୁ।

ପ୍ରଭୁ ଶ୍ରୀଗଣେଶଙ୍କ ପୂଜାରେ ଚାଉଳ, ଦୁବ, ଫୁଲ ଇତ୍ତର, ଫଳ, ଲଡୁ ଆଦି ଅର୍ପଣ କରିବା ଉଚିତ। ଏହାଦ୍ବାରା ଆପଣଙ୍କ ଉପରେ ଗଣେଶଙ୍କର ବିଶେଷ କୃପା ଦୃଷ୍ଟି ରହିଥାଏ। ପ୍ରଭୁ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଗୋଟେ ଉପାୟ କରି ପାରିବେ। ଉପାୟ ହେଉଛି , ଆପଣ ଅଳ୍ପ ଧଣିଆକୁ ଭାଜି ନିଅନ୍ତୁ, ତାପରେ ଏଥିରେ ଚିନି ଓ ଘିଅ ମିଶାଇ ଏହାକୁ ଗୁଣ୍ଡ କରି ନିଅନ୍ତୁ।

ତାପରେ ଏହାକୁ ଭୋଗ ଅର୍ପଣ କରନ୍ତୁ। ପ୍ରତ୍ୟେକ ବୁଧବାର ଦିନ ଆପଣ ଏହି ଭୋଗ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କ ଉପରେ ପ୍ରଭୁ ଶ୍ରୀଗଣେଶ ସନ୍ତୁଷ୍ଟ ରହିବେ। ସାତଟି ବୁଧବାର ଆପଣ ସ୍ନାନ ସାରି ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ” ଓଁ ନମଃ ଭଗବତେ ଗଜାନନାୟ ” ଏହି ମନ୍ତ୍ରଟି ଜପ କରନ୍ତୁ। ଏହାଦେର ଆପଣଙ୍କ ଜୀବନରେ ସମସ୍ତ ବାଧାବିଘ୍ନ ଦୂର ହୋଇଯିବ ଏବଂ ପ୍ରଭୁ ଗଣେଶଙ୍କ କୃପାରୁ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *