Excuse Me Odisha

ଯାହା କହିବୁ ସତ କହିବୁ

” ମହା ଶିବରାତ୍ରି ” ରେ ଭଗବାନ ଶିବଙ୍କୁ ଭୁଲରେ ବି ଚଢାନ୍ତୁ ନାହିଁ ଏହି ଚାରୋଟି ଜିନିଷ । ନଚେତ ହୋଇଯିବେ ଦରିଦ୍ର୍ୟ ।

ସେୟାର୍ କରନ୍ତୁ

ମହା ଶିବରାତ୍ରି ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳିତ ହୋଇଥାଏ । ଏପରି କୁହାଯାଏ ଯେ ଏହିଦିନ ସୃଷ୍ଟିର ଆରମ୍ଭ ହୋଇଥିଲା ଏବଂ ଏହିଦିନ ମହାଦେବ ଏବଂ ପାର୍ବତୀଙ୍କ ବିବାହ ହୋଇଥିଲା । ମହା ଶିବରାତ୍ରି ହିନ୍ଦୁ ଧର୍ମର ସବୁଠାରୁ ବଡ଼ ପର୍ବ ଅଟେ । ଏହିଦିନ ମହାଦେବଙ୍କୁ କିଛି ବିଶେଷ ଜିନିଷ ଅର୍ପିତ କରିବା ଉଚିତ ମାତ୍ର କିଛି ଏପରି ଜିନିଷ ଅଛି ଯାହାକୁ ଅର୍ପିତ କରିବା ଉଚିତ ନୁହେଁ ।

୧୭ ଫେବୃୟାରୀ ରାତି ୦୮.୦୩ ରେ ଆରମ୍ଭ ହେବ ଏବଂ ଫେବୃଆରୀ ୧୯ ରେ ସନ୍ଧ୍ୟା ୦୪.୦୦ ରେ ସମାପ୍ତ ହେବ । ତେଣୁ ୧୮ ତାରିଖ ଦିନ ହିଁ ପାଳିତ ହେବ ଏବଂ ସନ୍ଧ୍ୟା ୦୬.୦୦ ରୁ ହିଁ ଆପଣ ପୂଜା ଆରମ୍ଭ କରି ପାରିବେ ।ପ୍ରଥମ ପ୍ରହର ପୂଜା ୦୬.୪୧ ରୁ ରାତି ୦୯.୪୭ ମଧ୍ୟରେ ଆପଣ କରି ପାରିବେ ।

ଦ୍ଵିତୀୟ ପ୍ରହର ପୂଜା ଫେବୃଆରୀ ୧୮ ରାତି ୦୯.୪୭ ରୁ ୧୨.୫୩ ମଧ୍ୟରେ , ତୃତୀୟ ପ୍ରହର ୧୯ ମିନିଟ ରାତି ୧୨.୩୯ ରୁ ୦୧.୩୮ ମଧ୍ୟରେ ଏବଂ ଚତୁର୍ଥ ପ୍ରହର ପୂଜା ୨୦ ତାରିଖ ସକାଳ ୦୩.୫୮ ରୁ ୦୮.୦୬ ମଧ୍ୟରେ କରି ପାରିବେ । ବ୍ରତର ଆରମ୍ଭ ୧୯ ତାରିଖ ସକାଳ ୦୬.୧୧ ରୁ ଦ୍ୱିପ୍ରହର ୦୨.୪୧ ପର୍ଯ୍ୟନ୍ତ କରି ପାରିବେ । ଦୀର୍ଘ ୫୦ ବର୍ଷ ପରେ ଚଳିତ ବର୍ଷ ମହା ଶିବରାତ୍ରିରେ ଏକ ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି ।

କାରଣ ଶନି ଦେବ କୁମ୍ଭ ରାଶିରେ ପ୍ରବେଶ କରିବେ । ଏହାବ୍ୟତୀତ ସୂର୍ଯ୍ୟ ଦେବ ମଧ୍ୟ କୁମ୍ଭ ରାଶିକୁ ଆସିଯିବେ । ଏହିଦିନ ପ୍ରଦୋଷ ଯୋଗର ସଂଯୋଗ ମଧ୍ୟ ସୃଷ୍ଟି ହେଉଛି । ତେବେ ଏହିଦିନ କେଉଁ ବିଶେଷ ଭାବରେ ପୂଜା କରିବେ ଜାଣି ନିଅନ୍ତୁ । ସକାଳୁ ଜଲଦି ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ ଏବଂ ସଂକଳ୍ପ ନିଅନ୍ତୁ ।

ଏହାପରେ ପାଖ ଶିବ ମନ୍ଦିରକୁ ଯାଇ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ଅଭିଷେକ କରି ପ୍ରାର୍ଥନା କରନ୍ତୁ । ଏକ ତମ୍ବା ଲୋଟାରେ ଜଳ ନେଇ ସେଥିରେ ବେଲ ପତ୍ର , ଧୁତୁରା , ଚାଉଳ ପକାଇ ମହାଦେବଙ୍କୁ ଅର୍ପିତ କରନ୍ତୁ । ଗୋବର ଟେଳାରେ ନିଆଁ ଜଳାଇ ଚାଉଳ ତିଳ ଏବଂ ଘିଅ ଦେଇ ଆହୁତି ଦିଅନ୍ତୁ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂରେଇ ଯିବ , ପିତୃଦୋଷ ଶାନ୍ତ ହେବ ଏବଂ ଗହ ଦୋଷ ଦୂରେଇ ଯିବ । ମହା ଶିବରାତ୍ରି ଦିନ ଜାଗରଣ କରିବାର ବିଧାନ ରହିଛି । ଏହିଦିନ ଶିବଲିଙ୍ଗର ଜନ୍ମ ହୋଇଥିଲା ଏବଂ ମାତା ପାର୍ବତୀ ଏବଂ ଶିବଙ୍କ ବିବାହ ହୋଇଥିଲା ।

ତେଣୁ ଏହିଦିନ ଅବିବାହିତ କନ୍ୟା ମାନେ ବ୍ରତ ପାଳନ କରି ଶିବଙ୍କ ଆରାଧନା କଲେ ଭଲ ଜୀବନ ସାଥି ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ବିବାହିତ ଦମ୍ପତ୍ତି ମଧ୍ୟ ସୁଖ ଶାନ୍ତି ସୌହାର୍ଦ୍ଦ୍ୟ ପାଇଁ ପୂଜା ବାର ବ୍ରତ କରିଥାନ୍ତି । ଶିବଲିଙ୍ଗରେ ଜଳ ଅର୍ପିତ କରିବା ସମୟରେ ଧ୍ୟାନ ଦେବେ ଯେପରି ଶଙ୍ଖରେ ଜଳ ଅର୍ପିତ ନକରନ୍ତି ।

କାରଣ ମହାଦେବ ଶଙ୍ଖଚୁର ନାମକ ରାକ୍ଷସର ବଧ କରିଥିଲେ ଏବଂ ସେହିଠାରୁ ହିଁ ଶଙ୍ଖର ସୃଷ୍ଟି ତେଣୁ ଶଙ୍ଖରେ ମହାଦେବଙ୍କୁ ଜଳ ଅର୍ପିତ କରିବା ଉଚିତ ନୁହେଁ । କେବେବି ତମ୍ବା ଲୋଟାରେ କ୍ଷୀର ନେଇ ମହାଦେବଙ୍କୁ ଅର୍ପିତ କରନ୍ତୁ ନାହିଁ । କାରଣ ତାହା ବିଷ ହୋଇଯାଏ । ଏବଂ ମନେ ରଖନ୍ତୁ ଯେ ପୂଜା କରିବା ସମୟରେ ଆପଣଙ୍କ ମୁହଁ ଯେପରି ଦକ୍ଷିଣ ଦିଗକୁ ନରହେ । ମହାଦେବଙ୍କ ପୂଜାରେ ବେଲ , ଧୁତୁରା , ଭସ୍ମ ଏବଂ ଚନ୍ଦନ ଚଢ଼ାଇବାର ବିଧାନ ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *