Excuse Me Odisha

ଯାହା କହିବୁ ସତ କହିବୁ

ମନିପ୍ଲାଣ୍ଟରେ ଭୁଲରେ ମଧ୍ୟ ଦୂଷିତ ଜଳ ଅର୍ପଣ କରନ୍ତୁ ନାହିଁ, ନଚେତ ସମ୍ପୂର୍ଣ୍ଣ ଘରକୁ ଦାରିଦ୍ର୍ୟତା ଗ୍ରାସ କରିବାର ସଂକେତ ମିଳିଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମାନ୍ୟତା ରହିଛି କି, ଯେଉଁ ଘରେ ମନିପ୍ଲାଣ୍ଟ ରହିଥାଏ, ସେଠାରେ ଧନର ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି। ଆପଣଙ୍କୁ କହି ରଖୁଛୁ କି, ଯେଉଁ ବ୍ୟକ୍ତି ମନିପ୍ଲାଣ୍ଟକୁ ଯତ୍ନରେ ରଖିଥାନ୍ତି, ତାଙ୍କୁ କେବେବି ଅର୍ଥର ଅଭାବ ହୋଇ ନଥାଏ। ଏହି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ମନିପ୍ଲାଣ୍ଟରେ କେଉଁ ପାଣି ଦେବା ଉଚିତ ନୁହେଁ । ଏହାସହିତ ମନିପ୍ଲାଣ୍ଟ ସମ୍ବନ୍ଧୀୟ କିଛି ଖାସ ତଥ୍ୟ ବିଷୟରେ ଜାଣିବା।

ଯଦି ଆପଣ ଅଧିକ ଉପାର୍ଜନ କରିବା ପାଇଁ ତାହେଲେ ସବୁଜ ରଙ୍ଗର ମନିପ୍ଲାଣ୍ଟ ଘରକୁ ଆଣି ତାହାକୁ ଗୋଟେ କାଚ ବୋତଲରେ ପାଣି ଭରି ରଖନ୍ତୁ। ଯେତେବେଳେ ଏହାର ଚେର ବାହାରି ପଡିବ, ତାପରେ ଆପଣ ଏହାକୁ କୌଣସି କୁଣ୍ଡ ବା ମାଟିରେ ପୋତି ପାରିବେ। କିନ୍ତୁ ଧ୍ୟାନ ରଖିବେ କି, ଏହାର ଚେର ବାହାରକୁ ବାହାରିବା ଉଚିତ ନୁହେଁ। ଏହାଦ୍ବାରା ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥାଏ। ତେଣୁ ବୋତଲରେ ଗୋଟେ ଲାଲ ରିବନ ବାନ୍ଧି ଦିଅନ୍ତୁ। ଯଦି ଆପଣ ଲାଲ ରିବନ ବାନ୍ଧି ନ ପାରିବେ, ତାହେଲେ ଆପଣ ଲାଲ ରକ୍ଷା ସୁତ୍ରକୁ ମଧ୍ୟ ବ୍ୟବହାର କରି ପାରିବେ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ମନିପ୍ଲାଣ୍ଟ ଲଗାଇବା ପାଇଁ ଦକ୍ଷିଣ ପୂର୍ବ ଦିଗ ସବୁଠାରୁ ଉତ୍ତମ ମାନା ଯାଇଥାଏ। ଏଠାରେ ଦିଗରେ ମନିପ୍ଲାଣ୍ଟ ଲଗାଇବା ଦ୍ଵାରା ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ। ଏହାସହିତ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଏହି ଦିଗର ଦେବତା ଶୁକ୍ର ଗ୍ରହ ଓ ପ୍ରଭୁ ଶ୍ରୀଗଣେଶ ଅଟନ୍ତି। ଯଦି ଆପଣଙ୍କ ଘରେ ମନିପ୍ଲାଣ୍ଟ ଶୁଖି ଯାଉଛି, ତାହେଲେ ବୁଝି ଯାଆନ୍ତୁ କି ଏହା ଅତ୍ୟନ୍ତ ଅଶୁଭ ସଂକେତ ଅଟେ। ମନିପ୍ଲାଣ୍ଟ ଶୁଖି ଯିବାର କାରଣ ହେଉଛି, ଯଦି ଏଥିରେ ଦୂଷିତ ପାଣି ଦିଆ ଯାଉଥିବ ଏବଂ ଧ୍ୟାନ ଦିଆ ଯାଉ ନଥିବ।

ମାନା ଯାଇଥାଏ କି, ମନିପ୍ଲାଣ୍ଟ କୁ ଯତ୍ନ ସହକାରେ ନ ରଖିବା ଦ୍ଵାରା ମନିପ୍ଲାଣ୍ଟ ଶୁଖି ଯାଇଥାଏ। ତେଣୁ ଆପଣ ମନିପ୍ଲାଣ୍ଟରେ ସଫା ଜଳ ଅର୍ପଣ କରିବା ଉଚିତ। ଏହାସହିତ ଆପଣ ଆଳୁ ରସ ମିଶାଇ ପାରିବେ। ଏହାଦ୍ବାରା ମନିପ୍ଲାଣ୍ଟ ସବୁଜମୟ ରହିଥାଏ। ଯଦି ମନିପ୍ଲାଣ୍ଟ ସବୁଜମୟ ରହିବ, ତାହେଲେ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ। ଧନ ଆକର୍ଷିତ କରିବା ପାଇଁ ମନିପ୍ଲାଣ୍ଟରେ ଗୋଟେ ଦୁଇଟି ମୁଦ୍ରା ପକାଇବା ଉଚିତ।

ମନିପ୍ଲାଣ୍ଟକୁ ବାସ୍ତୁ ଶାସ୍ତ୍ର ଅନୁସାରେ ଅତ୍ୟନ୍ତ ଶୁଭ ମାନା ଯାଇଛି। ଘରେ ମନିପ୍ଲାଣ୍ଟ ରଖିବା ଦ୍ଵାରା ଶୁକ୍ର ଗ୍ରହ ସୁଦୃଢ ହୋଇ ଯାଇଥାଏ। ଶୁକ୍ର ଗ୍ରହ ସୁଦୃଢ ରହିଲେ, ବ୍ୟକ୍ତି ଦରିଦ୍ରରୁ ଧନବାନ ହୋଇ ଯାଇଥାଏ। ଯଦି ଆପଣଙ୍କ ଘର ରହିଥିବା ମନିପ୍ଲାଣ୍ଟରେ ପତ୍ର ଝଡ଼ିବାକୁ ଲାଗୁଛି, ତାହେଲେ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ। ପୁରାପୁରି ଶୁଖି ଯାଇଥିବା ମନିପ୍ଲାଣ୍ଟକୁ ଘରୁ ତୁରନ୍ତ ହଟାଇ ଦିଅନ୍ତୁ। ନଚେତ ଆପଣଙ୍କୁ ଏହାର ଅଶୁଭ ପରିଣାମ ଭୋଗିବାକୁ ପଡିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *