Excuse Me Odisha

ଯାହା କହିବୁ ସତ କହିବୁ

୬ ଫେବୃଆରୀ ବଡ଼ ସୋମବାର ଦିନ ଏହି ତିନୋଟି ଭୁଲ କଦାପି କରନ୍ତୁ ନାହିଁ। ସଂପୂର୍ଣ୍ଣ ପରିବାର ହୋଇଯିବ ନଷ୍ଟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସପ୍ତାହର ସାତଟି ବାର କୌଣସି ନା କୌଣସି ଦେବୀ ଓ ଦେବତାଙ୍କୁ ସମର୍ପିତ ଅଟେ। ରବିବାର, ସୋମବାର,ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ଗ୍ରହ ମାନଙ୍କ ନାମ ଅନୁସାରେ ନାମିତ ହୋଇଛି। ଯେଉଁ ଦେବତାଙ୍କ ବାର ହୋଇଥାଏ, ସେହି ଦେବତାଙ୍କ ଶକ୍ତି ଅଧିକ ସକ୍ରିୟ ହୋଇଥାଏ।

ଯଦି ଆପଣ ସେହି ଦେବତାଙ୍କର ବ୍ରତ ଉପବାସ କରିବେ, ତାହେଲେ ଏହାର ଗଭୀର ପ୍ରଭାବ ପଡିଥାଏ। ତେଣୁ ଆଜି ଆମକୁ ଜାଣିବାକୁ ପଡ଼ିବ କି, କେଉଁଦିନ କେଉଁ ଦେବତାଙ୍କ ଉପାସନା କରିବା ଉଚିତ? ବ୍ରତ ଆଦିରେ କେଉଁ ନିୟମ ପାଳନ କରିବା ଉଚିତ? ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସୋମବାର ଦିନର ଅଧିପତି ସୋମ ଅର୍ଥାତ ଚନ୍ଦ୍ର ଅଟନ୍ତି ଏବଂ ଏହି ବାର ଭଗବାନ ଶିବଙ୍କୁ ମଧ୍ୟ ସମର୍ପିତ ଅଟେ। ତେଣୁ ଏହିଦିନ ଭଗବାନ ଶିବଙ୍କର ଉପାସନା କରିବା ସହିତ ସୋମବାର ବ୍ରତ ରଖା ଯାଇଥାଏ। ତେବେ ଜୀବନରେ ସୁଖଶାନ୍ତି ପାଇବା ପାଇଁ, ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ଆପଣ ସୋମବାର ବ୍ରତ ରଖନ୍ତୁ।

ଏହାଦ୍ବାରା ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିଥାଏ। ସୋମବାର ଦିନ ଆପଣ ନିଜ ନିତ୍ୟକର୍ମ ସାରି, ସ୍ନାନ କରି ପ୍ରଥମେ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ତାପରେ ଶିବ ମନ୍ଦିର ଯାଇ ଭଗବାନ ଶିବଙ୍କୁ ଫୁଲ, ବେଲପତ୍ର ଆଦି ଅର୍ପଣ କରନ୍ତୁ। ଏହାସହିତ ଗଙ୍ଗାଜଳରେ ଶିବଲିଙ୍ଗକୁ ଅଭିଷେକ କରିବା ଉଚିତ।

ସୋମବାର ଦିନ ରାତ୍ରି ସମୟରେ ନିଶ୍ଚିତ ଭାବରେ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦେବା ଉଚିତ। ଭଗବାନ ଶିବଙ୍କୁ ଧଳା ଜିନିଷ ଅତ୍ୟନ୍ତ ପ୍ରିୟ ଅଟେ। ତେଣୁ ଭଗବାନ ଶିବଙ୍କୁ କ୍ଷୀର, ଦହି ଅର୍ପଣ କରନ୍ତୁ। ମାନ୍ୟତା ରହିଛି କି ଶିବଲିଙ୍ଗ ଉପରେ ଅରଖ ଫୁଲ ଅର୍ପଣ କଲେ ସବୁ ମନସ୍କାମନା ପୂରଣ ହୋଇଥାଏ। ସୋମବାର ଦିନ ଯଦି ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି, ତାହେଲେ ଆଇନା ଦେଖି ଯାଆନ୍ତୁ। ଏହାଦ୍ବାରା ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହୋଇଯିବ।

କିଛି ଏଭଳି କାର୍ଯ୍ୟ ରହିଛି, ଯାହାକୁ ସୋମବାର ଦିନ କଦାପି କରିବା ଉଚିତ ନୁହେଁ । ସୋମବାର ଦିନ କେବେବି କଳା ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ ନୁହେଁ। ସୋମବାର ଦିନ କେବେବି ଅନ୍ୟର ନିନ୍ଦା କରିବା ଉଚିତ ନୁହେଁ ଓ ଘରେ କଟୁ ବଚନ କହିବ ଉଚିତ ନୁହେଁ। ଏହିଦିନ ଘରକୁ ଆସୁଥିବା ଗାଈ ବା ଅନ୍ୟ ପଶୁପକ୍ଷୀ ମାନଙ୍କୁ ନିଶ୍ଚିତ ଭାବରେ ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଆପଣ ପୁଣ୍ୟ ଲାଭ କରିବେ। ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ଧ୍ୟାନ ରଖନ୍ତୁ କି, ଆପଣ ଶିବଲିଙ୍ଗ ଉପରେ କେତକୀ ଫୁଲ, ତୁଳସୀ ପତ୍ର ଆଦି ଅର୍ପଣ କରନ୍ତୁ ନାହିଁ।

ସୋମବାର ଦିନ ଯଦି ଆପଣ ବ୍ରତ କରୁଛନ୍ତି, ତାହେଲେ ସେହିଦିନ ୧୦୮ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ଏହାଦ୍ବାରା ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଯିବ। ମଙ୍ଗଳବାର ଦିନ ଆପଣ ଗାଈକୁ ରୁଟି ସହିତ ହଳଦୀ ମିଶାଇ ଖାଇବାକୁ ଦିଅନ୍ତୁ। ଦେଖିବେ ଆପଣଙ୍କ ମଙ୍ଗଳ ଗ୍ରହ ସୁଦୃଢ ରହିବ।

ବୁଧବାର ଦିନ ସବୁଜ ଘାସ ଗାଈକୁ ଖାଇବାକୁ ଦିଅନ୍ତୁ, ଆପଣଙ୍କ କୁଣ୍ଡଳୀରେ ବୁଧ ଗ୍ରହ ସୁଦୃଢ ରହିବ। ଗୁରୁବାର ଦିନ ହଳଦୀ ମିଶା ରୁଟି ଖାଇବାକୁ ଦିଅନ୍ତୁ, ଏହାଦ୍ବାରା ଆପଣଙ୍କର ଗୁରୁ ଗ୍ରହ ସୁଦୃଢ ରହିବ। ଶୁକ୍ରବାର ଦିନ ଗାଈର ସେବା କଲେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଶନିବାର ଦିନ କଳା ତିଳ ମିଶାଇ ରୁଟି ବନେଇ ଗାଈକୁ ଖାଇବାକୁ ଦେଲେ ଶନି ଦୋଷରୁ ମୁକ୍ତି ମିଳିଥାଏ। ରବିବାର ଦିନ ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦେଲେ, କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ସୁଦୃଢ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *