Excuse Me Odisha

ଯାହା କହିବୁ ସତ କହିବୁ

2023 ଶିବରାତ୍ରି ପୂଜାରେ କରନ୍ତୁ ନାହିଁ ଏହି ତିନୋଟି ଭୁଲ । ଲାଗିଥାଏ ଘୋର ପାପ ଏବଂ ପରିବାର ହୋଇଯାଏ ନଷ୍ଟ ।

ସେୟାର୍ କରନ୍ତୁ

ଆମ ହିନ୍ଦୁ ଧର୍ମ ଶାସ୍ତ୍ରରେ ସବୁ ପ୍ରକାରର ପୂଜା ବିଧି କରିବା ପାଇଁ ଅନେକ ବିଶେଷ ନିୟମ ରହିଛି । କିଛି ଦେବଦେବୀଙ୍କୁ ଯଦି କିଛି ବିଶେଷ ଜିନିଷ ନିଷ୍ଠାର ସହିତ ଅର୍ପିତ କରାଯାଏ ତେବେ ଭଗବାନ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଯଦି କିଛି ଏପରି ଜିନିଷ ଭଗବାନଙ୍କୁ ଅର୍ପିତ କରାଯାଏ ତେବେ ଭଗବାନ କ୍ରୋଧିତ ମଧ୍ୟ ହୁଅନ୍ତି । ଭଗବାନ ଶିବ ନିଜ ଭକ୍ତଙ୍କ ଉପରେ ବହୁତ ଜଲଦି ପ୍ରସନ୍ନ ହୁଅନ୍ତୁ । ଏହାବ୍ୟତୀତ କୌଣସି କାରଣ ପାଇଁ ଭଗବାନ ଶିବ କ୍ରୋଧିତ ହୋଇ ରୌଦ୍ର ରୂପ ମଧ୍ୟ ଧାରଣ କରି ନିଅନ୍ତି । ଭଗବାନ ଶିବଙ୍କୁ ଭାଙ୍ଗ ଅତ୍ୟନ୍ତ ପ୍ରିୟ ଅଟେ । ଆଜିକାର ଏହି ଲେଖାରେ ଆମେ ସେହି କିଛି ବସ୍ତୁ ବିଷୟରେ କହିବୁ , ଯାହାକୁ ଯଦି ଆପଣ ଭଗବାନ ଶିବଙ୍କ ପାଖରେ ପ୍ରସାଦ ଆକାରରେ ଲଗାନ୍ତି ତେବେ ଭଗବାନ ଶିବ କ୍ରୋଧିତ ହୁଅନ୍ତି ।

୧ . କେତକୀ ଫୁଲ:-

ଭଗବାନ ଶିବ କେତକୀ ଫୁଲକୁ ଅଭିଶାପ ଦେଇଥିଲେ ଯେ ତାହା କେବେ ମହାଦେବଙ୍କ ପୂଜାରେ ଲାଗିବ ନାହିଁ । ସେହିଦିନ ଠାରୁ ହିଁ କେତକୀ ଫୁଲ ମହାଦେବଙ୍କ ପୂଜାରେ ଲାଗି ନଥାଏ ।

୨ . ନଡ଼ିଆ ପାଣି:-

ହୁଏତ ସବୁ ଦେବଦେବୀଙ୍କ ପୂଜାରେ ଏବଂ ମହାଦେବଙ୍କ ପୂଜାରେ ମଧ୍ୟ ନଡ଼ିଆ ଭୋଗ ଆକାରରେ ଲାଗିଥାଏ । କିନ୍ତୁ ଭୁଲରେ ବି ନଡ଼ିଆ ପାଣିରେ ମହାଦେବଙ୍କ ଅଭିଷେକ କରିବା ଉଚିତ ନୁହେଁ । ଏହାଦ୍ବାରା ପୁଣ୍ୟ ବଦଳରେ ପାପ ଅର୍ଜନ ହୋଇଥାଏ ।

୩ . ତୁଳସୀ ଗଛ:-

ସନାତନ ଧର୍ମ ଅନୁଯାୟୀ ସବୁ ଘରେ ତୁଳସୀ ଗଛ ନିଶ୍ଚୟ ରହିଥାଏ । ଏହା ଅତ୍ୟନ୍ତ ପବିତ୍ର ଗଛ ହୋଇଥାଏ । ଏପରି କୁହାଯାଏ ଯେ ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘରକୁ କେବେ ନକରାତ୍ମକତା ଆସି ନଥାଏ ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦିଏନାହିଁ । ତୁଳସୀ ଗଛରେ ଅନେକ ଔଷଧୀୟ ଗୁଣ ରହିଥାଏ । ଭଗବାନ ବିଷ୍ଣୁଙ୍କୁ ପ୍ରସାଦରେ ତୁଳସୀ ପତ୍ର ଅର୍ପିତ କରାଯାଏ । ତୁଳସୀ ଗଛର ପତ୍ରକୁ କେବେ ଚୋବାଇ ଖାଇବା ଉଚିତ ନୁହେଁ ।

କାରଣ ଏଥିରେ ଥିବା ତତ୍ତ୍ୱ ଦାନ୍ତରେ ଲାଗିବା ଦ୍ୱାରା ଦାନ୍ତ ଖରାପ ହୋଇପାରେ । ଏହାକୁ ଗିଳିବା ଉଚିତ । ପ୍ରତ୍ୟେକ ଦିନ ତୁଳସୀ ଗଛ ମୂଳରେ ସନ୍ଧ୍ୟା ସମୟରେ ଦୀପ ଜାଳିବା ଉଚିତ ଏବଂ ସକାଳ ସମୟରେ ଜଳ ଅର୍ପିତ କରିବା ଉଚିତ । ଏହାଦ୍ବାରା ଆୟୁଷ ବଢ଼ିଥାଏ । ବିନା କାରଣରେ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ । ଏହାବ୍ୟତୀତ ଏକାଦଶୀ , ରବିବାର , ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ର ଗ୍ରହଣ ଦିନ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ । ଏହାଦ୍ବାରା ପାପ ଲାଗିଥାଏ । ଶିବଲିଙ୍ଗରେ ତୁଳସୀ ପତ୍ର ଚଢ଼ାଇବା ଉଚିତ ନୁହେଁ

୪ . ହଳଦୀ:-

ହଳଦୀକୁ ସୌନ୍ଦର୍ଯ୍ୟ ବର୍ଦ୍ଧକ ଭାବରେ ବ୍ୟବହାର କରାଯାଏ । ମାତ୍ର ଶିବ ହିଁ ନିଜେ ସୌନ୍ଦର୍ଯ୍ୟ । ତେଣୁ ମହାଦେବଙ୍କୁ କେବେ ହଳଦୀ ଅର୍ପିତ କରିବା ଉଚିତ ନୁହେଁ ।

୫ . ସିନ୍ଦୁର:-

ବିବାହିତା ମହିଳା ନିଜ ସୌନ୍ଦର୍ଯ୍ୟ ଏବଂ ସୌଭଗ୍ୟ ବୃଦ୍ଧି ସହିତ ନିଜ ସ୍ୱାମୀର ଆୟୁଷ ବୃଦ୍ଧି ନିମନ୍ତେ ସିନ୍ଦୁର ଧାରଣ କରନ୍ତି । କିନ୍ତୁ ମହାଦେବଙ୍କୁ ଚଢ଼ାଇଲେ ମହାଦେବ କ୍ରୋଧିତ ହୁଅନ୍ତି ।

୬ . ଶଙ୍ଖ:-

ଭଗବାନ ଶିବଙ୍କୁ କେବେ ଶଙ୍ଖ ଜଳରେ ଅଭିଷେକ କରିବା ଉଚିତ ନୁହେଁ । କାରଣ ମହାଦେବ ଶଙ୍ଖଚୁର ନାମକ ଏକ ରାକ୍ଷସର ବଧ କରିଥିଲେ ଯିଏକି ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲା । ଏପରି ମଧ୍ୟ କୁହାଯାଏ ଯେ ଭଗବାନ ବିଷ୍ଣୁଙ୍କ ମଳରୁ ଶଙ୍ଖ ତିଆରି ହୋଇଥାଏ । ତେଣୁ ଶଙ୍ଖ ଭଗବାନ ବିଷ୍ଣୁଙ୍କ ପୂଜା କାମରେ ଲାଗିଥାଏ ମାତ୍ର ମହାଦେବଙ୍କ ପୂଜା ନିମନ୍ତେ ନୁହେଁ ।

୭ . ଚାଉଳ:-

ମହାଦେବଙ୍କୁ ଭଙ୍ଗା ଚାଉଳ ଅର୍ପିତ କରିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ପୂଜା ମଧ୍ୟ ଅପୂର୍ଣ୍ଣ ହୋଇଥାଏ ଏବଂ ଲାଭ କିଛି ମିଳି ନଥାଏ । ଏହାବ୍ୟତୀତ ଭଗବାନ ଶିବଙ୍କ ପୂଜା ପରେ ସେଠାରେ କିଛି ସମୟ ବସି ମହାଦେବଙ୍କ ଆରାଧନା କରିବା ସହିତ ଶିବ ଚାଳିଶା ପାଠ କରିବା ଦ୍ୱାରା ସୌଭଗ୍ୟ ପ୍ରାପ୍ତି ହୋଇଥାଏ । ମହାଦେବଙ୍କୁ ଜଳ ଚଢ଼ାଇବା ପୂର୍ବରୁ ଜଳ ଗ୍ରହଣ କରନ୍ତୁ ନାହିଁ । ବ୍ରତ କରିନଥିଲେ ବି ପୂଜା ଆଗରୁ ଜଳ ଗ୍ରହଣ କରନ୍ତୁ ନାହିଁ । ଜଳ ଅର୍ପିତ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ ଏବଂ ପବିତ୍ର ରଖନ୍ତୁ ।

ଶିବରାତ୍ରି ଦିନ ମହାଦେବଙ୍କୁ ୨୧ ଟି ବେଲପତ୍ରରେ ଓଁ ନମଃ ଶିବାୟ ଲେଖି ଅର୍ପିତ କରନ୍ତୁ । ଏହାଦ୍ବାରା ଆପଣଙ୍କ ମନସ୍କାମନା ବହୁତ ଜଲଦି ପୂର୍ଣ୍ଣ ହେବ । ମାତ୍ର ଧ୍ୟାନ ଦେବେ ଯେ ସେହି ବେଲପତ୍ର ପୂର୍ଣ୍ଣ ଥିବା ଆବଶ୍ୟକ । ଯଦି ଆପଣଙ୍କ ଜୀବନରେ ଅନେକ ସମସ୍ୟା ଆସୁଛି ତେବେ ଶିବରାତ୍ରି ଦିନ ଶିବଲିଙ୍ଗରେ କେଶର ମିଶା କ୍ଷୀର ଅର୍ପିତ କରନ୍ତୁ । ଏହାଦ୍ବାରା ସମସ୍ୟା ଦୂର ହେବା ସହିତ ବିବାହ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ । ଆପଣ ନିଜ ପ୍ରେମକୁ ହିଁ ବିବାହ କରିବେ । ଯଦି ଆପଣ ଚାଳିଶ ଦିନ ପର୍ଯ୍ୟନ୍ତ ଶିବଲିଙ୍ଗରେ ଇତର ଅର୍ପିତ କରନ୍ତି ତେବେ ପ୍ରେମ ବିବାହର ସମ୍ଭାବନା ବଢ଼ିଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *