Excuse Me Odisha

ଯାହା କହିବୁ ସତ କହିବୁ

ଫେବୃଆରୀ ୫ ମାଘ ପୂର୍ଣ୍ଣିମାରେ ତୁଳସୀ ଗଛରେ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ,ଦେଖିବେ ସବୁ ଦୁଃଖ ଦୁର୍ଦ୍ଦଶା ଦୂରେଇ ଯିବ !

ସେୟାର୍ କରନ୍ତୁ

ମାଘ ମାସର ପୂର୍ଣ୍ଣିମାକୁ ମାଘି ପୂର୍ଣିମା କୁହାଯାଏ । ଏହିଦିନ ପବିତ୍ର ନଦୀ ସରୋବରରେ ସ୍ନାନ କରିବା ସହିତ ଚନ୍ଦ୍ରମା ଏବଂ ମାତା ଲକ୍ଷ୍ମୀଙ୍କ ପୂଜା କରିବାର ବିଧାନ ରହିଛି । ଚନ୍ଦ୍ରଙ୍କୁ ପୂଜା କରିବା ଦ୍ୱାରା ଜାତକରୁ ଚନ୍ଦ୍ର ଦୋଷ ଦୂର ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ଚଳିତ ବର୍ଷ ଫେବୃଆରୀ ୫ ରେ ମାଘି ପୂର୍ଣିମା ପଡ଼ୁଛି ଏବଂ ଏହି ଦିନର ମହତ୍ତ୍ୱ ମଧ୍ୟ ବେଶ ଅଧିକ ଅଟେ ।

ଏହିଦିନ ଶୋଭନ ଯୋଗ ରହିଛି ଏବଂ ଚନ୍ଦ୍ର ଉଦୟ ସନ୍ଧ୍ୟା ୦୫.୫୪ ରେ ହେବ ଏବଂ ରାତି ୦୯.୦୦ ପର୍ଯ୍ୟନ୍ତ ଏହି ଶୁଭ ଯୋଗରେ ମାତା ଲକ୍ଷ୍ମୀଙ୍କ ପୂଜା ମଧ୍ୟ କରି ପାରିବେ । ଏହିଦିନ ତୁଳସୀ ଗଛକୁ ବିଶେଷ ପୂଜା କରିବାର ବିଧାନ ରହିଛି । ତୁଳସୀ ଗଛରେ ଏହି ଦିନ ଏକ ଲୋଟା ପାଣିରେ କଲା ତିଳ , ଚାଉଳ , ଅଳ୍ପ ମିଠା ବସ୍ତୁ ଏବଂ ସୁଗନ୍ଧିତ ଫୁଲ ଦେଇ ଅର୍ପିତ କରନ୍ତୁ । ଏହାଦ୍ବାରା ଅନେକ ଦୋଷ ଦୂର ହୋଇଯିବ ।

ସନାତନ ଧର୍ମର ତୁଳସୀ ଗଛର ଏବଂ ଏହାକୁ ପୂଜା କରିବାର ଅନେକ ମହତ୍ତ୍ୱ ବିଷୟରେ କୁହାଯାଇଛି । ତୁଳସୀ ଗଛକୁ ପୂଜା କଲେ କାଳ ସର୍ପ ଦୋଷ , ଅନ୍ୟାନ୍ୟ ଗ୍ରହ ଦୋଷ ଏବଂ ବାସ୍ତୁ ଦୋଷରୁ ମୁକ୍ତି ମିଳିଥାଏ । ଏପରି କୁହାଯାଏ ଯେ ପ୍ରତ୍ୟେକ ଦିନ ତୁଳସୀ ପତ୍ର ସେବନ କଲେ ନର୍କରୁ ମୁକ୍ତି ମିଳିଥାଏ । ଭଗବାନ ଶ୍ରୀହରି ବିଷ୍ଣୁଙ୍କ ପୂଜା ସମୟରେ ନିଶ୍ଚିତ ଭାବରେ ତୁଳସୀ ପତ୍ର ଅର୍ପିତ କରନ୍ତୁ ।ହନୁମାନଙ୍କୁ ମଧ୍ୟ ତୁଳସୀ ପତ୍ର ଅତ୍ୟନ୍ତ ପ୍ରିୟ ଅଟେ ।

ଏହାଦ୍ବାରା ଆପଣଙ୍କର ସବୁ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୋଇ ପାରିବ । ଆଜିକାର ଲେଖାରେ ଆମେ ଆପଣଙ୍କୁ ତୁଳସୀ ପତ୍ରର କିଛି ବିଶେଷ ପ୍ରୟୋଗ ବିଷୟରେ କହିବୁ । ତୁଳସୀ ମଙ୍ଗଳ ଗ୍ରହ ସହିତ ଜଡ଼ିତ । ଅମାବାସ୍ୟା ଦିନ ତୁଳସୀ ଗଛ ମୂଳରେ ପଡ଼ିଥିବା ପତ୍ରକୁ ଉଠାଇ ଦିଅନ୍ତୁ ଏବଂ ଭଗବାନଙ୍କ ଚରଣରେ କିଛି ସମୟ ରଖି ଦିଅନ୍ତୁ ।

ଏହାପରେ ତାହାକୁ ଉଠାଇ ନିଜ ପର୍ସରେ କିମ୍ବା ଘରର ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଆପଣ ତାହାକୁ ନିଜ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ରଖି ପାରିବେ । ଏହି ଉପାୟ କରିବା ଦ୍ୱାରା ଧନ ଆକର୍ଷିତ ହୋଇଥାଏ । ଯଦି ଆପଣଙ୍କ କାମରେ କିଛି ଉନ୍ନତି ହେଉନାହିଁ କିମ୍ବା ଲାଭ ହେଉନାହିଁ ତେବେ ରୋଷେଇ ଘରେ ରଖୁଥିବା ଚାଉଳ ପାଖରେ କିଛି ତୁଳସୀ ପତ୍ର ରଖି ଦିଅନ୍ତୁ । ଏହାଦ୍ବାରା ସ୍ୱାସ୍ଥ୍ୟ ଭଲ ରହିବା ସହିତ ଭାଗ୍ୟ ମଧ୍ୟ ଉଦୟ ହେବ । ଆପଣ ଏହିଦିନ ଭାତ ରାନ୍ଧୁଥିଲେ ସେଥିରେ ଗୋଟିଏ କିମ୍ବା ଦୁଇଟି ତୁଳସୀ ପତ୍ର ପକାଇ ଦିଅନ୍ତୁ । ତାହାକୁ ସେବନ କରିବା ଦ୍ୱାରା ଭାଗ୍ୟ ଉଦୟ ହୋଇଥାଏ ।

ଅମାବାସ୍ୟା ଦିନ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ । ମାତ୍ର ଆପଣ ଏକ ଲୋଟା ଜଳରେ ଏକ ଚିମୁଟା ହଳଦୀ ମିଶାଇ ଅର୍ପିତ କରି ପାରିବେ । ଯଦି ପରିବାରରେ ସମ୍ପର୍କରେ କୌଣସି ସମସ୍ୟା ଅଛି ତେବେ ସେହି ବ୍ୟକ୍ତିଙ୍କ ଉପର ଦେଇ ସାତ ଥର ହାତରେ ସାତୋଟି ତୁଳସୀ ପତ୍ର ଏବଂ ଗୋଲମରିଚ ନେଇ ବୁଲାଇ ଦିଅନ୍ତୁ ଏବଂ ତାହାକୁ ଖାଇବାକୁ ଦେଇ ଦିଅନ୍ତୁ । ଏହାଦ୍ବାରା ସମସ୍ୟା ଦୂର ହୋଇଯିବ ।

ଯଦି ଆପଣଙ୍କର ଚାକିରୀ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି ତେବେ ଏକ ଧଳା କପଡ଼ାରେ କିଛି ତୁଳସୀ ମଞ୍ଜି ନେଇ ବ୍ୟବସାୟ କିମ୍ବା ଚାକିରୀ ସ୍ଥାନରେ ମାଟିରେ ଦବାଇ ଦିଅନ୍ତୁ । ଏହାଦ୍ବାରା ଚାକିରୀ ଏବଂ ବ୍ୟବସାୟରେ ସବୁ ପ୍ରକାରର ବାଧା ଦୂରେଇ ଯିବ । ଯଦି ଅନେକ ଦିନ ହେବ ଆପଣଙ୍କର କୌଣସି ମନସ୍କାମନା ପୂର୍ଣ୍ଣ ହୋଇ ପାରୁ ନାହିଁ , ତେବେ ଗୋଟିଏ କୋଏନ ଏବଂ ଗୋଟିଏ ଲବଙ୍ଗ ନେଇ ହାତ ଯୋଡ଼ି ନିଜ ମନସ୍କାମନା କହି ତୁଳସୀ ଗଛ ମୂଳରେ ଦବାଇ ଦିଅନ୍ତୁ ।

ଏହାପରେ ଗୋଟିଏ ତୁଳସୀ ପତ୍ର ସେବନ କରି ତୁଳସୀ ଗଛକୁ ପ୍ରଣାମ କରନ୍ତୁ । ସନ୍ଧ୍ୟା ସମୟରେ ଦୀପ ଜଳାନ୍ତୁ । ଯେତେବେଳେ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହୋଇଯିବ , ସେତେବେଳେ ସେହି ଲବଙ୍ଗ ଏବଂ କୋଏନକୁ ବାହାର କରି ପାଖ କୌଣସି ମନ୍ଦିରରେ ଦାନ କରି ଦିଅନ୍ତୁ । ଦେଖିବେ ଆପଣଙ୍କ ଭାଗ୍ୟ ବଦଳି ଯିବ । ଘରେ ଛୋଟ ପିଲା ଅଧିକ ଦୁଷ୍ଟାମୀ କରିଥିଲେ ଘରର ବାଲକନୀରେ ତୁଳସୀ ଗଛ ଲଗାନ୍ତୁ । ପିଲାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବିବାହରେ ସମସ୍ୟା ଦେଖା ଦେଉଥିଲେ ପ୍ରତ୍ୟେକ ଦିନ ତୁଳସୀରେ ଜଳ ଅର୍ପିତ କଲେ ସେହି ସମସ୍ୟା ମଧ୍ୟ ଦୂର ହୋଇଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *