Excuse Me Odisha

ଯାହା କହିବୁ ସତ କହିବୁ

ମାଘ ପୂର୍ଣ୍ଣିମା ଦିନ ଗୋଟେ ମୁଠା ଲୁଣ ନେଇ କରନ୍ତୁ ଏହି ଖାସ ଉପାୟ, ରାତାରାତି ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମାଘ ପୂର୍ଣ୍ଣିମା ଅତ୍ୟନ୍ତ ଶୁଭ ହୋଇଥାଏ। ଏହିଦିନ ଦେବୀ ଓ ଦେବତା ମାନେ ସ୍ୱର୍ଗଲୋକରୁ ପୃଥିବୀ ପୃଷ୍ଠକୁ ଆସିଥାନ୍ତି। ଏହିଦିନ ଗଙ୍ଗାରେ ସ୍ନାନ କରିବା ଏବଂ ଅସହାୟ ଲୋକଙ୍କୁ ଦାନ କରିବାର ବିଧି ରହିଛି। ଆପଣ ମାନେ ସମସ୍ତେ ଜାଣିଥିବେ କି, ଜୀବନର ସମସ୍ତ ସଙ୍କଟ ଦୂର କରିବା ପାଇଁ ଲୁଣର ବ୍ୟବହାର ହୋଇଥାଏ। ତେବେ ଆସନ୍ତୁ ଲୁଣକୁ ନେଇ କିଛି ଖାସ ଉପାୟ ବିଷୟରେ ଜାଣିବା।

ପ୍ରତ୍ୟେକ ଲୋକଙ୍କ ଘରର ରୋଷେଇ ଶାଳରେ ଲୁଣ ରହିଥାଏ। ପ୍ରତ୍ୟେକ ଖାଦ୍ୟରେ ଲୁଣ ନ ପଡ଼ିଲେ ଖାଦ୍ୟ ଭଲ ଲାଗେ ନାହିଁ। ଚନ୍ଦ୍ର ଓ ଶୁକ୍ର ଗ୍ରହ ସହିତ ଲୁଣର ସମ୍ବନ୍ଧ ରହିଛି। କହିବାକୁ ଗଲେ ଲୁଣ ରାହୁର ପ୍ରତୀକ ଅଟେ। ଲୁଣକୁ କେବେବି ଷ୍ଟିଲ ବା ଲୁହା ବାସନରେ ରଖିବା ଉଚିତ ନୁହେଁ। ଏହାଦ୍ବାରା ରାହୁ ଓ ଶନି ଗ୍ରହର ମିଳନ ହୋଇ ଯାଇଥାଏ। ଏହାଦ୍ବାରା ଅଶୁଭ ପରିଣାମ ଭୋଗ କରିବାକୁ ପଡ଼ିଥାଏ। ତେଣୁ ସର୍ବଦା କାଚ ପାତ୍ରରେ ଲୁଣ ରଖନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

କୁହାଯାଏ କି କେବେବି ଲୁଣକୁ ଗଣିବା ଉଚିତ ନୁହେଁ, ଏହା ଦୁର୍ଭାଗ୍ୟର ସଂକେତ ଦେଇଥାଏ। ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ତେବେ ରୋଷେଇ ଘରକୁ ସକାରାତ୍ମକ ରଖିବା ପାଇଁ ଆପଣ ଗୋଟେ କାଚ ପାତ୍ରରେ ଲୁଣ ଭର୍ତ୍ତି କରି ରୋଷେଇ ଘରେ ରଖି ଦିଅନ୍ତୁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ଯେବେ। କେବେବି ଅନ୍ୟମାନଙ୍କୁ ହାତକୁ ହାତ ଲୁଣ ଦେବା ଉଚିତ ନୁହେଁ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଗୁରୁବାର ଦିନକୁ ଛାଡ଼ି ଆପଣ ଅନ୍ୟ ସମସ୍ତ ବାରରେ ଘର ପୋଛା ଲଗାଇବା ସମୟରେ ପାଣିରେ ଅଳ୍ପ ଲୁଣ ବା ଫିଟିକିରି ମିଶାଇ ଘର ପୋଛା ଲଗାନ୍ତୁ।

ଏଭଳି କରିବା ଦ୍ଵାରା ଆପଣଙ୍କ ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ ଏବଂ ଘରେ ସୁଖଶାନ୍ତି ବିଦ୍ୟମାନ ହେବ। ଏହାସହିତ ଆପଣ ଶୌଚାଳୟରେ ଗୋଟେ କାଚରେ ଲୁଣ ଭରି ରଖି ଦିଅନ୍ତୁ। ଏହାଦ୍ବାରା ଶୌଚାଳୟରେ ମଧ୍ୟ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ସପ୍ତାହକୁ ଥରେ ଆପଣ ଏହି ଲୁଣକୁ ବଦଳାଇ ଦେବେ। ଅଧିକାଂଶ ସମୟରେ ଦେଖିବାକୁ ମିଳେ କି, ଆର୍ଥିକ ସମସ୍ୟା ବଢ଼ି ଯାଇଥାଏ ଏବଂ ଘରେ ଅଶାନ୍ତି ବାତାବରଣ ସୃଷ୍ଟି ହୋଇଥାଏ।

ତେବେ ଏହି ସମୟରେ ଆପଣ ଘରର ଦୁଆର ମୁହଁ ସାମ୍ନାରେ ଗୋଟେ ଫିଟିକିରି ବା କାଚ ପାତ୍ରରେ ଲୁଣ ଭରି ରଖି ଦିଅନ୍ତୁ। ଏହାଦ୍ବାରା ଘରକୁ ଆସୁଥିବା ଲୋକଙ୍କର ନକାରାତ୍ମକ ବିଚାର ପରିବାର ଉପରେ ପଡିବ ନାହିଁ।ଯଦି ଆପଣଙ୍କୁ ନଜର ଲାଗି ଯାଇଛି, ତାହେଲେ ଆପଣ ମୁଠାଏ ଲୁଣ ନେଇ ନିଜ ମୁଣ୍ଡ ଚାରି ପଟରେ ବୁଲାଇ ବାହାରେ ଫିଙ୍ଗି ଦିଅନ୍ତୁ ନଚେତ କୌଣସି ପୋଖରୀରେ ପ୍ରବାହିତ କରି ଦିଅନ୍ତୁ। ଦେଖିବେ ଆପଣଙ୍କ ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *