Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଶବ ଯାତ୍ରାରେ ଯିବା ପରେ ଏହି ତିନୋଟି କାର୍ଯ୍ୟ ନିଶ୍ଚିତ କରିବା ଉଚିତ,ନହେଲେ …

ସେୟାର୍ କରନ୍ତୁ

ଜୀବନ ଏବଂ ମୃତ୍ୟୁ କେବଳ ଏହି ଦୁଇଟି ଜିନିଷ ହିଁ ଦୁନିଆରେ ସତ୍ୟ ଅଟେ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମର୍ତ୍ତରେ ଜନ୍ମ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ଦିନେ ନା ଦିନେ ନିଶ୍ଚତ ମୃତ୍ୟୁବରଣ କରିବେ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯିଏ ଭଲ କର୍ମ କରିଥାଏ ତାକୁ ମୁକ୍ତି ମିଳିଯାଏ । ମାତ୍ର ଯେଉଁ ବ୍ୟକ୍ତି ଖରାପ କାମ କରିଥାଏ ତାର ଜନ୍ମ ବାରମ୍ବାର ପୃଥିବୀରେ ହୋଇଥାଏ ।

ପ୍ରତ୍ୟେକ ଜିବାତ୍ମା ଜନ୍ମ ହେଲେ ତାର ଷୋହଳ ସଂସ୍କାର ବିଷୟରେ ଶାସ୍ତ୍ରରେ କୁହାଯାଇଛି । ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ । ଯେଉଁ ବ୍ୟକ୍ତିର ମୃତ୍ୟୁ ପରେ ଅନ୍ତିମ ସଂସ୍କାର ହୁଏନାହିଁ ସେହି ବ୍ୟକ୍ତିର ଆତ୍ମାକୁ ମୁକ୍ତି ମିଳିପାରେ ନାହିଁ ଏବଂ ସେହି ଆତ୍ମା ପ୍ରେତାତ୍ମା ଆକାରରେ ଘୁର ବୁଲିଥାଏ ।

ଗରୁଡ଼ ପୁରାଣରେ ଅନ୍ତିମ ସଂସ୍କାର ସମ୍ବନ୍ଧରେ ସବୁ ନିୟମକୁ ଭଗବାନ ଶ୍ରୀକୃଷ୍ଣ ବର୍ଣ୍ଣନା କରିଛନ୍ତି ଯାହାକୁ ମାନିବା ଜରୁରୀ ଅଟେ । ଏହି ସମୟରେ କିଛି ନିୟମକୁ ପାଳନ କରିବା ଉଚିତ । ଯେଉଁ ବ୍ୟକ୍ତି କୌଣସି ଶବ ଯାତ୍ରାରେ ସାମିଲ ହୋଇଥାଏ ତାକୁ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଯେଉଁ ବ୍ୟକ୍ତି ମୃତ ଶବକୁ କାନ୍ଧ ଦେଇଥାଏ ସେ ମଧ୍ୟ ପୁଣ୍ୟ ପ୍ରାପ୍ତ କରିଥାଏ ଏବଂ ଶୁଭ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ ।

ଶାସ୍ତ୍ରରେ ଭଗବାନ ଶ୍ରୀକୃଷ୍ଣ କୌଣସି ମୃତ ବ୍ୟକ୍ତର ଶବ ସଂସ୍କାରକୁ ଗଲେ କେଉଁ ନିୟମ ରହିଥାଏ ସେହି ବିଷୟରେ କହିଛନ୍ତି । ଭଗବାନ ଶ୍ରୀକୃଷ୍ଣ ଗରୁଡ଼ ପୁରାଣରେ କୌଣସି ବ୍ୟକ୍ତିର ଶବ ଯାତ୍ରାରେ ସାମିଲ ହେବା ଏବଂ କାନ୍ଧ ଦେବାର କିଛି ନିୟମ ବିଷୟରେ କହିଛନ୍ତି । ଯାହାକୁ ପ୍ରତ୍ୟେକ ବ୍ୟକ୍ତି ଜାଣି ରଖିବା ଉଚିତ । କୌଣସି ଶବ ଯାତ୍ରାରେ ଯିବା ପୂର୍ବରୁ ଏହା ଜାଣି ରଖିବା ଉଚିତ ଯେ ମୃତ ଶବର ହାତ ଗୋଡ଼ ବନ୍ଧା ହୋଇଛି କି ନାହିଁ ।

କାରଣ ହାତ ଗୋଡ଼ ବନ୍ଧା ନହେଲେ ମୃତ ବ୍ୟକ୍ତିର ଆତ୍ମା ପିଶାଚ ସଂସ୍ପର୍ଶରେ ଆସିଥାଏ । ଯାହାକି ଅଶୁଭ ହୋଇଥାଏ । ମୃତ ବ୍ୟକ୍ତିର ଶବକୁ କେବେ ଏକୁଟିଆ ଛାଡ଼ିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ସେହି ପ୍ରାଣୀର ଦୁଷ୍ଟ ୟୁନିରେ ଦୁର୍ଗତି ହୋଇଥାଏ । ଯଦି ଗାଁରେ କାହାରି ମୃତ୍ୟୁ ହୋଇଛି ଏବଂ ଆପଣ କାନ୍ଧ ଦେବାକୁ ଯାଉଛନ୍ତି ତେବେ ଖୁସିରେ ଭୋଜନ କରିବା ଉଚିତ ନୁହେଁ ।

ନିଜ ଇଚ୍ଛା ଅନୁସାରେ ବି ଭୋଜନ କରିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ନର୍କ ପ୍ରାପ୍ତି ହୋଇଥାଏ । ଆଖପାଖ କୌଣସି ଶବଯାତ୍ରାରୁ ଆସି ସ୍ତ୍ରୀ ସହିତ ସହବାସ କରିବା ଉଚିତ ନୁହେଁ । ଏହାବ୍ୟତୀତ କୌଣସି ବ୍ୟକ୍ତି ଯଦି ବ୍ରହ୍ମଚାରୀ ଅଟେ ତେବେ ତାକୁ ଧ୍ୟାନ ରଖିବାକୁ ପଡ଼ିବ ଯେ ସେ କେବଳ ନିଜ ମାତା ପିତା ଏବଂ ଗୁରୁଙ୍କୁ କାନ୍ଧ ଦେଇ ପାରିବ । ଅନ୍ୟ କୌଣସି ବ୍ୟକ୍ତିକୁ କାନ୍ଧ ଦେଲେ ତାର ବ୍ରହ୍ମଚାରୀ ବ୍ରତ ଖଣ୍ଡିତ ହୋଇଥାଏ ଏବଂ ପୁଣ୍ୟ କର୍ମ ମଧ୍ୟ ନଷ୍ଟ ହୋଇଥାଏ ।

କୌଣସି ମୃତ ବ୍ୟକ୍ତିର ଶବ ଯାତ୍ରାରେ ଯାଉଥିବା ସମୟରେ ଏଥିପ୍ରତି ଧ୍ୟାନ ଦେବା ଉଚିତ ଯେ ମୃତ ବ୍ୟକ୍ତି ଆପଣଙ୍କ ଶତ୍ରୁ ହୋଇଥାନ୍ତୁ କିମ୍ବା ମିତ୍ର ତାଙ୍କୁ ଅପଶବ୍ଦ କହିବା ଉଚିତ ନୁହେଁ । ସେହି ସମୟରେ ନିଜ ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ରଖିବା ଉଚିତ ଏବଂ ହସିବା ଉଚିତ ନୁହେଁ । ମୃତ ବ୍ୟକ୍ତି ବିଷୟରେ ଖରାପ ଭାବିବା ଉଚିତ ନୁହେଁ ଏବଂ ସମ୍ମାନ ପୂର୍ବକ କାନ୍ଧ ଦେବା ଉଚିତ । ଶବ ଯାତ୍ରାରେ ସ୍ୱାମୀଙ୍କ ହୋଇ ଭଗବାନଙ୍କୁ ସେହି ବ୍ୟକ୍ତିର ମୁକ୍ତି ପାଇଁ କାମନା କରିବା ଉଚିତ ।

ସେ ସମୟରେ କ୍ରୋଧ କଲେ ତାହା ପାପ ହୋଇଥାଏ । ଅନ୍ତିମ ସଂସ୍କାର ସମୟରେ ମୃତ ବ୍ୟକ୍ତିକୁ ଡାକିବା ଉଚିତ ନୁହେଁ । ନଚେତ ସେ ପ୍ରେତ ରୂପରେ ଆସିଥାଏ ଏବଂ ଘରେ ପରିବାରରେ ସମସ୍ୟା ସୃଷ୍ଟି କରିଥାଏ । ଶବ ଯାତ୍ରାରୁ ଫେରିବା ସମୟରେ କେବେବି ପଛକୁ ବୁଲି ଦେଖିବା ଉଚିତ ନୁହେଁ । ଏହା କରିବା ଅଶୁଭ ହୋଇଥାଏ । ଶବ ଯାତ୍ରାରୁ ଫେରୁଥିବା ସମୟରେ ରାସ୍ତାରେ କୌଣସି ଜଳାଶୟରେ ସ୍ନାନ କରିନେବା ଉଚିତ । ଏହାଦ୍ବାରା ଶରୀର ଶୁଦ୍ଧ ହେବା ସହିତ ନକରାତ୍ମକ ଶକ୍ତି ମଧ୍ୟ ଦୂରେଇ ଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *