Excuse Me Odisha

ଯାହା କହିବୁ ସତ କହିବୁ

ଏହି ଫଳର ଏକ ଟୁକୁଡ଼ା ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ସାତ ଜନ୍ମ ପର୍ଯ୍ୟନ୍ତ ଧନ ବଜାୟ ରହିବ ଏବଂ ପୂର୍ଣ୍ଣ ହେବ ମନସ୍କାମନା ।

ସେୟାର୍ କରନ୍ତୁ

ଡିମିରି ଫଳ ଅତ୍ୟନ୍ତ ଚମତ୍କାରି ଗଛ ଅଟେ । ଏଥିରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ପୁରାଣରେ ଏହି ଗଛ ସମ୍ବନ୍ଧରେ ଏକ ପୌରାଣିକ କାହାଣୀ ରହିଛି । ଏପରି କୁହାଯାଏ ଯେ ପ୍ରହ୍ଲାଦର ଡାକ ଶୁଣି ଭଗବାନ ନୃସିଂହ ଅବତାର ଧାରଣ କରି ହୀରଣ୍ୟକଶିପୁର ପେଟ ଚିରି ଦେଇଥିଲେ ।

ଯାହାଦ୍ୱାରା ତାଙ୍କ ନଖରେ ପରେ ଯନ୍ତ୍ରଣା ଅନୁଭୂତ ହେଉଥିଲା । ସେହି ଯନ୍ତ୍ରଣାରୁ ବର୍ତ୍ତିବା ପାଇଁ ଭଗବାନ କିଛି ଔଷଧିର ସନ୍ଧାନରେ ଚାଲିବାକୁ ଆରମ୍ଭ କଲେ । ଯାଉଥିବା ସମୟରେ ରାସ୍ତା ପାର୍ଶ୍ଵରେ ଯେତେବେଳେ ଡିମିରି ଫଳ ଗଛ ତଳେ ପହଞ୍ଚିଲେ ତାଙ୍କୁ ଆଶ୍ୱସ୍ତି ଅନୁଭୂତ ହେଲା । କିନ୍ତୁ ଓଲଟା ଡିମିରି ଫଳ ଗଛକୁ ପୀଡ଼ା ଅନୁଭୂତ ହେଲା ।

ତେଣୁ ଡିମିରି ଫଳ ଗଛ ଭଗବାନଙ୍କ ପାଖରେ ଅଭିଯୋଗ କଲା ଯେ ସିନା ଭଗବାନଙ୍କ କଷ୍ଟ ଦୂର ହୋଇଗଲା । ମାତ୍ର ନିଜର କଷ୍ଟ କିଭଳି ଦୂର ହେବ । ସେହିଠାରୁ ଭଗବାନ ବିଷ୍ଣୁ ଡିମିରି ଗଛକୁ ବର ଦେଇଥିଲେ ଯେ ଏକାଧିକ ରୋଗର ଔଷଧି ଭାବରେ ତାର ବ୍ୟବହାର କରାଯିବ ଏବଂ ସେହିଠାରୁ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ବାସ ଡିମିରି ଗଛରେ ହୋଇଥାଏ ।

ଆଜିକାର ଲେଖାରେ ଆମେ ଆପଣଙ୍କୁ ଡିମିରି ଫଳ ଗଛକୁ ପ୍ରୟୋଗ କରି କରାଯାଉଥିବା କିଛି ଉପାୟ ବିଷୟରେ କହିବୁ । ଯଦି ଆପଣଙ୍କ ଜୀବନରେ ଧନ ସମ୍ବନ୍ଧୀୟ କିଛି ସମସ୍ୟା ଅଛି ତେବେ ନବରାତ୍ରୀ , ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ଦିନ ନିଶ୍ଚୟ ଏହି ଉପାୟ କରି ଦିଅନ୍ତୁ ।

ଡିମିରି ଫଳରୁ ବାହାରୁଥିବା କ୍ଷୀରକୁ ନେଇ ଆପଣ ଏହି ଉପାୟ କରି ପାରିବେ । କୌଣସି ପୂର୍ଣ୍ଣିମା , ଅମାବାସ୍ୟା କିମ୍ବା ନବରାତ୍ରୀ ଦିନ ଏହି କ୍ଷୀରକୁ ନେଇ ଏକ ନାଲି କାଗଜରେ ସ୍ୱସ୍ତିକ ଚିହ୍ନ ତିଆରି କରି ଧନ ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ ।

ଏହାବ୍ୟତୀତ ଭୂଜ ପତ୍ରରେ ମଧ୍ୟ ଆପଣ ନିଜର ସମସ୍ୟା ଲେଖି ପ୍ରବାହିତ ନଦୀରେ ଭସାଇ ଦିଅନ୍ତୁ । ଏହାପରେ ପଛକୁ ନବୁଲି ଘରକୁ ଚାଲି ଆସନ୍ତୁ । ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ । ଆଉ ଏକ ଉପାୟ ମଧ୍ୟ ଆପଣ କୌଣସି ଅମାବାସ୍ୟା , ପୂର୍ଣ୍ଣିମା କିମ୍ବା ନବରାତ୍ରୀରେ କରି ପାରିବେ । ଡିମିରି ଫଳକୁ ପରିବା ଆକାରରେ ସେବନ କରାଯାଏ ।

କିନ୍ତୁ ଯଦି ଆପଣଙ୍କ ଜନ୍ମ କୃତିକା ନକ୍ଷତ୍ରରେ ହୋଇଥାଏ ତେବେ ଆପଣ ଡିମିରି ଫଳ ଖାଇବା ଉଚିତ ନୁହେଁ । ପାଚି ଯାଇଥିବା ଡିମିରି ଫଳକୁ ମଧ୍ୟ ତନ୍ତ୍ର କ୍ରିୟାରେ ଅତ୍ୟନ୍ତ ବ୍ୟବହାର କରାଯାଏ । ମାତ୍ର ପାଚି ଯାଇଥିବା ଡିମିରି ଫଳକୁ ଆପଣ ସୂର୍ଯ୍ୟାସ୍ତ ସମୟରେ ଆଣିବା ଉଚିତ । ତାହାକୁ ନିଜ ଘରର ରୋଷେଇ ଘରେ କିମ୍ବା ଧନ ରଖା ଯାଉଥିବା ସ୍ଥାନରେ କିମ୍ବା ଭଣ୍ଡାର ଘରେ ରଖି ଦିଅନ୍ତୁ ।

ଯାହାଦ୍ୱାରା ଧନର ଅଭାବ ହୁଏନାହିଁ । ମାତ୍ର ଏସବୁ ଉପାୟ ପାଇଁ ପାଚିଲା ଡିମିରି ଫଳ ଅଧିକ ମହତ୍ୱପୂର୍ଣ୍ଣ ହୋଇଥାଏ । ଯଦି ଆପଣଙ୍କ ବିଜନେସରେ କୌଣସି ପ୍ରକାରର ସମସ୍ୟା ରହିଛି ଏବଂ ବ୍ୟବସାୟ ଚାଲୁନାହିଁ ତେବେ ଆଉ ଏକ ଉପାୟ କରି ପାରିବେ । ଗୋଟିଏ ନାଲି ରଙ୍ଗର କପଡ଼ା ନେଇ ସେଥିରେ ଏକ ଡିମିରି ଫଳ ରଖନ୍ତୁ । ତାହାକୁ ବାନ୍ଧି ବ୍ୟାପାର ସ୍ଥଳରେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କ ବ୍ୟାପାରରେ ହଠାତ ଉନ୍ନତି ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *